ମଙ୍ଗଳ ଗ୍ରହରେ ଅଦ୍ଭୁତ ଶଦ୍ଦକୁ ରେକର୍ଡ କଲା ନାସାର ଇନସାଇଟ୍‌ ଲ୍ୟାଣ୍ଡର

Published By : Prameya-News7 Bureau | October 02, 2019 IST

ନ୍ୟୁୟର୍କ - ମଙ୍ଗଳଗ୍ରହକୁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଇନସାଇଟ୍‌ ଲ୍ୟାଣ୍ଡର ପଠାଇଛି। ଏହା ସେଠାରେ ଅବତରଣ କରିବା ପରେ ସଫଳତାର ସହ କାର୍ଯ୍ୟ କରୁଛି । ଇନ୍‌ସାଇଟ୍‌ ଲ୍ୟାଣ୍ଡର ମଙ୍ଗଳଗ୍ରହରେ ସଫଳତାର ସହ ଅନେକ ଫଟୋ ଉତ୍ତୋଳନ କରିବା ସହ ଅନେକ ପରୀକ୍ଷା ନିରୀକ୍ଷା କରୁଛି । ଇସାଇଟ୍‌ ଲ୍ୟାଣ୍ଡରରେ ଲାଗିଥିବା ଅତ୍ୟାଧୁନିକ ଯନ୍ତ୍ରପାତି ମଙ୍ଗଳ ଗ୍ରହରେ ଅନକେ ଅଦ୍ଭୁତ ଶଦ୍ଦକୁ ରେକର୍ଡ କରିଛି ।
ମଙ୍ଗଳ ଗ୍ରହରେ ଏବେ ପାଣି , ବରଫ ଓ ଏହାର ମାଧ୍ୟାକର୍ଷଣ ଶକ୍ତି ବିଷୟରେ ଗବେଷଣା ହୋଇଛି । ଏବେ ନାସା ମଙ୍ଗଳ ଗ୍ରହରେ ବିଭିନ୍ନ ଅଦ୍ଭୁତ ଶଦ୍ଦ ବିଷୟରେ ଗବେଷଣା କରୁଛି ।

{"id":165578,"width":532,"height":309}

ମଙ୍ଗଳ ଗ୍ରହରେ ୧୦୦ରୁ ଅଧିକ ଅଦ୍ଭୁତ ଶଦ୍ଦ ମିଳିଛି । ଏବେ ନାସାର ପ୍ରପୋଲେସନ୍‌ ଲାବୋଟେରୀରେ ଏହି ଶଦ୍ଦ ଗୁଡିକର ଅଧ୍ୟୟନ କରାଯାଉଛି । ଏହି ଶଦ୍ଦର ଅଲଗା ଅଲଗା ଅର୍ଥ ବାହାରିଛି । ଏଥିରେ ମଙ୍ଗଳ ଗ୍ରହରେ ଅନୁଭୂତ ବିଭିନ୍ନ କମ୍ପନ ବିଷୟରେ ଗବେଷଣା କରାଯାଉଛି ।

{"id":165579}

କେତେ ଜଣ ବୈଜ୍ଞାନିକ ଏହାକୁ ମାର୍ସକ୍ୱାକ ବା ମଙ୍ଗଳରେ ହୋଇଥିବା ଭୂମିକମ୍ପ ଯୋଗୁଁ ଶଦ୍ଦ ବୋଲି କହିଛନ୍ତି । ଏଥିରୁ ମଙ୍ଗଳଗ୍ରହ ଅଭ୍ୟନ୍ତରୀଣ ଅଞ୍ଚଳ ବିଷୟରେ ସୂଚନା ମିଳି ପାରିବ ।

{"id":165580}


ଏହି ଶଦ୍ଦ ସବୁର ଅଧ୍ୟୟନ କରାଗଲେ ମଙ୍ଗଳ ଗ୍ରହର ଆଭ୍ୟନ୍ତରୀଣ ସରଞ୍ଚନା ବିଷୟରେ ଜଣା ପଡିବ । ମଙ୍ଗଳ ଗ୍ରହରେ ଭୂମିକମ୍ପ ଯୋଗୁଁ ନା ଭୂମି ତଳେ ଅଭ୍ୟନ୍ତରୀଣ ଅଂଶର ଗଠନ ଯୋଗୁଁ ଏପରି ହେଉଛି ତାହା ଜଣା ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.