ଇତିହାସ ରଚିଲା NASA : ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହରେ ଉଡାଇଲା ହେଲିକପ୍ଟର

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ ୧୯/୦୪ : ଜାତୀୟ ମହାକାଶ ଗବେଷଣା ସଂସ୍ଥା NASA ସୋମବାର ଇତିହାସ ରଚିଛି । ଅପରାହ୍ନ ପ୍ରାୟ ୪ଟା ସମୟରେ ଅନ୍ୟଗ୍ରହରେ ପ୍ରଥମ ଥର ପାଇଁ ହେଲିକପ୍ଟର ଉଡାଇଛି NASA । ଏହି ହେଲିକପ୍ଟରର ନାଁ ରଖାଯାଇଛି ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’ । ପୂର୍ବରୁ ଏପ୍ରିଲ ୧୧ ତାରିଖରେ ପ୍ରଥମ ଥର ପାଇଁ ହେଲିକପ୍ଟର ଉଡାଣ ଭରିବା ନେଇ ଘୋଷଣା ହୋଇଥିଲେ ସୁଦ୍ଧା ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ମିଶନକୁ ସ୍ଥଗିତ କରାଯାଇଥିଲା । ହେଲିକପ୍ଟର ଉଡାଣ ଭରିବା ସମୟରେ ଏହାର ଟାଇମର୍ ସଠିକ୍‌ ଢଙ୍ଗରେ କାମ କରୁନଥିଲା ।

ମିଶନକୁ ନେଇ ନାସା କହିଛି ଯେ, ଟାଇମରରେ କିଛି ତ୍ରୁଟି ଯୋଗୁଁ ପ୍ରୀ-ଫ୍ଲାଇଟ୍‌ ମୋଡରୁ ଫ୍ଲାଇଟ୍‌ ମୋଡକୁ ଆସିବା ବ୍ୟବସ୍ଥାରେ କିଛିଟା ଗଡବଡ ଦେଖାଦେଇଥିଲା । ସେଥିପାଇଁ ମିଶନକୁ ପ୍ରଥମେ ସ୍ଥଗିତ ରଖାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହା କୌଣସି ଦ୍ବିଧାରେ ମଙ୍ଗଳ ଗ୍ରହରେ ପହଞ୍ଚିଛି ଏବଂ ସୁରକ୍ଷିତ ଅଛି । NASA ଲଗାତାର ଭାବେ ଉକ୍ତ ହେଲିକପ୍ଟର ସହିତ ସମ୍ପର୍କରେ ଅଛି।

କିପରି ଥିଲା ଲ୍ୟାଣ୍ଡିଂ ପ୍ରକ୍ରିୟା

ମଙ୍ଗଳ ଗ୍ରହର ପୃଷ୍ଠଭୂମିରୁ ମାତ୍ର ୪ ଇଞ୍ଚ ଉପରେ ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’କୁ ଛାଡିଥିଲା ରୋଭର । ୧.୮ କିଲୋ ଗ୍ରାମ ବିଶିଷ୍ଟ ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’କୁ ସୁରକ୍ଷିତ ଭାବେ ନିଜ କକ୍ଷରେ ରଖିଥିଲା ରୋଭର । ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’ ଲ୍ୟାଣ୍ଡ କରିବା ପରେ ସ୍ବଭାବିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା । ଉନ୍ନତମାନର ଜ୍ଞାନକୌଶଳ ସହିତ ନିର୍ମାଣ ହୋଇଥିବା ହେଲିକପ୍ଟର ମଙ୍ଗଳ ଗ୍ରହରେ ଦିନରେ ୭.୨୨ ଡିଗ୍ରୀ ସେଲସିୟସରେ ରହିଛି ଏବଂ ରାତିରେ ଏହାର ତାପମାତ୍ରା ୯୦ ଡିଗ୍ରୀ ସେଲସିୟସ ଛୁଇଁପାରେ । ତେବେ ମଙ୍ଗଳ ଗ୍ରହରେ ଏହି ହେଲିକପ୍ଟର ୩୧ ଦିନ ଧରି ଅନୁସନ୍ଧାନ କରିବ । ଅତି ବେଶୀରେ ୧୬.୫ ଫୁଟ୍‌ ଉଚ୍ଚତାରେ ଉଡିବା ସହିତ ପ୍ରାୟ ୩୦୦ ଫୁଟ୍‌ ଦୂରତା ଯାଏଁ ଅନୁସନ୍ଧାନ କରିପାରିବ ‘ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର’ । କିଛି ସମୟ ଅନୁସନ୍ଧାନ ପରେ ଏହା ଲ୍ୟାଣ୍ଡ ହେବ ଏବଂ ପୁନଃ ଚାର୍ଜ ହେବା ପରେ କାମ ଜାରି ରଖିବ ।

wp:embed {"url":"https://twitter.com/blal/status/1384098982863929350","type":"rich","providerNameSlug":"twitter","responsive":true,"className":""}
https://twitter.com/blal/status/1384098982863929350
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.