Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ନାସା ଦେଲା ଚେତାବନୀ ;୨୦୨୩ ବେଳକୁ ମାନବ ସମାଜ ହୋଇଯିବ ଧ୍ଵଂସ

8/12/2018 at 8:49 PM

ଅନେକ ସମୟରେ ନାସା ପୃଥିବୀ ବାବଦରେ ଭବିଷ୍ୟବାଣୀ କରିଥାଏ । ପୃଥିବୀ ଧ୍ଵଂସ ହୋଇଯିବ ,ସାରା ମାନବଜାତି ଲୋପ ପାଇଯିବେ ….ଏମିତି କେତେ କଥା । ହେଲେ ଅନେକ ସମୟରେ ସେମିତି କିଛି ଘଟେନାହିଁ । ଲୋକେ ଭାବନ୍ତି ,ଏହା ହେଉଛି ମିଡ଼ିଆ ବକବାସି । କିନ୍ତୁ ଆମେ ଆଜି ଯାହା କହିବାକୁ ଯାଉଛୁ ,ଏହାର ସତ୍ୟତା   ନିଶ୍ଚୟ ଅଛି । ନାସା ଦ୍ଵାରା ଆକଳନ କରାଯାଇଥିବା ଏହି କଥା ଉପରେ ଗୁରୁତ୍ଵ ଦେଇ କହିହେବ ,ବୈଜ୍ଞାନିକମାନେ ଯାହା କିଛି ସୂଚନା ଦେଇଥାନ୍ତି ତାର କିଛି ସତ୍ୟତା ଥାଏ । ଅବଶ୍ୟ କୌଣସି ଘଟଣା ନ ଘଟିବା ପ୍ରକାରନ୍ତରେ କ୍ଷୀଣ ସମ୍ଭାବନାମୟ  ହୋଇପାରେ କିନ୍ତୁ ବିଜ୍ଞାନକୁ ବାଦ୍ ଦେବା ସମୀଚୀନ ନୁହେଁ ।

ନିକଟରେ ନାସା ଦ୍ଵାରା ସର୍ବସାଧାରଣ ଉଦ୍ଦେଶ୍ୟରେ  ଯେଉଁ ସୂଚନା ଦିଆଯାଇଛି ,ତାହା ସତର୍କ ହେବାପାଇଁ ଗ୍ରହଣଯୋଗ୍ୟ ।

ଏକ ଉଲକା ପିଣ୍ଡ 2018LF16 ,ପୃଥିବି ଚାରିପଟେ ଅତି କମ ଦୂରତାରେ ଘୁରୁଛି । ନିଜ କକ୍ଷପଥରେ ଘୁରୁଥିବା ଏହି ଉଲକା ପିଣ୍ଡ ଯଦି ପୃଥିବୀ ସହ ଧକ୍କା ଖାଇଯାଏ ,ତା ହେଲେ ସାରା ମାନବଜାତି ଧ୍ଵଂସ ପାଇଯିବ । କାରଣ ଏହି ଉଲକା ପିଣ୍ଡ ଯଦି ପୃଥିବୀ ସହ ଧକ୍କା ଖାଇଯାଏ, ତାହେଲେ ଜଳିପୋଡ଼ି ଧ୍ଵଂସ ହୋଇଯିବ ସାରାସଂସାର ।

ନାସାର ବୈଜ୍ଞାନିକମାନେ କହିଛନ୍ତି , ଶହେ ବର୍ଷରେ ୬୨ ଥର ଏମିତି ସମ୍ଭାବନା ଥାଏ । ଯାହା କି  ପୃଥିବୀ ସହିତ ଉଲକା ପିଣ୍ଡ ସହିତ ଯଦି ମାଡ଼ହୁଏ ,ତାହେଲେ  ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୁଏ । ଏହିଭଳି ଦିନସବୁ ନିକଟରେ ସାମନା କରିବାକୁ ପଡ଼ିପାରେ ବୋଲି ନାସା ତରଫରୁ କୁହାଯାଇଛି । ୨୦୨୩ ମସିହା ଅଗଷ୍ଟ ୮ତାରିଖ ଓ ୨୦୨୫ ମସିହା ଅଗଷ୍ଟ ୧ ତାରିଖରେ ଏଭଳି ପରିସ୍ଥିତି ସୃଷ୍ଟି ହେବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।

   Related Posts