Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ୍‌ଙ୍କୁ ଆମେରିକାରେ ବଡ଼ ଦାୟିତ୍ୱ, ହେଲେ ନାସାର କାର୍ଯ୍ୟକାରୀ ପ୍ରମୁଖ

2/02/2021 at 9:06 AM

ନୂଆଦିଲ୍ଲୀ,୦୨/୦୨: ପୁଣି ଜଣେ ଭାରତୀୟ-ଆମେରିକୀୟଙ୍କୁ ଆମେରିକାରେ ଗୁରୁ ଦାୟିତ୍ୱ ମିଳିଛି । ନାସା ଦ୍ୱାରା ପ୍ରସ୍ତୁତ ଆମେରିକା ଅନ୍ତରିକ୍ଷ ଏଜେନ୍ସିରେ ଭାରତୀୟ ବଂଶୋଦ୍ଭବ ଭବ୍ୟ ଲାଲ୍‌ଙ୍କୁ କାର୍ଯ୍ୟକାରୀ ପ୍ରମୁଖ ଭାବେ ନିଯୁକ୍ତ କରାଯାଇଛି । ଗତକାଲି ଠାରୁ ସେ ଏହି ଭାର ସମ୍ଭାଳିଛନ୍ତି । ଭବ୍ୟା ଲାଲ୍ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା ଗଠିତ ନାସାର ସମୀକ୍ଷା ଦଳର ସଦସ୍ୟ ଅଛନ୍ତି । ସେ ବାଇଡେନ୍‌ ପ୍ରଶାସନ ଅନ୍ତର୍ଗତ ଏଜେନ୍ସିରେ ପରିବର୍ତ୍ତନ ସମ୍ୱନ୍ଧୀୟ କାର୍ଯ୍ୟର ଦେଖାଶୁଣା କରୁଛନ୍ତି ।

ଆମେରିକାର ଅନ୍ତରିକ୍ଷ ଏଜେନ୍ସି ନାସା ଏକ ବୟାନ ଜାରି କରି କହିଛି ଯେ, ଲାଲଙ୍କ ପାଖରେ ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିର ବିଶେଷ ଦକ୍ଷତା ରହିଛି । ଏହାଛଡ଼ା ସେ ସ୍ପେସ୍ ଟେକ୍ନୋଲୋଜି ଏବଂ ନୀତି ସମୁଦାୟର ସକ୍ରିୟ ସଦସ୍ୟ ମଧ୍ୟ ଅଛନ୍ତି ।

ଭବ୍ୟା ଲାଲ୍‌ ପରମାଣୁ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ମାଷ୍ଟର ଅଫ୍ ସାଇନ୍ସ ଡିଗ୍ରୀ ହାସଲ କରିବା ସହିତ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଟେକ୍ନୋଲୋଜି ଏବଂ ପଲିସିରେ ମାଷ୍ଟର ଅଫ୍ ସାଇନ୍ସ ଡିଗ୍ରୀ ହାସଲ କରିଛନ୍ତି। ଏଥି ସହିତ ସେ ଜର୍ଜ ୱାଶିଂଟନ୍ ବିଶ୍ୱବିଦ୍ୟାଳୟରୁ ସାର୍ବଜନୀକ ନୀତି ତଥା ସାଧାରଣ ପ୍ରଶାସନରେ ଡକ୍ଟରେଟ୍ ମଧ୍ୟ ପାଇଛନ୍ତି ।

ଏସ୍‌ଟିପିଆଇରେ ଯୋଗଦେବା ପୂର୍ବରୁ, ଲାଲ ମାସାଚୁସେଟ୍ସର ୱାଲ୍ଟାମରେ ଜଣେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ନୀତି ଅନୁସନ୍ଧାନ ଏବଂ ପରାମର୍ଶଦାତା ସଂସ୍ଥା ସି-ଏସ୍‌ଟିପିଏସ୍‌ ଏଲ୍‌ଏଲ୍‌ସିର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ଏହାପୂର୍ବରୁ, ସେ ମାସାଚୁସେଟ୍ସର କେମ୍ବ୍ରିଜରେ ଥିବା ଆବଟ ଆସୋସିଏଟ୍ସ ଇଙ୍କ୍‌ରେ ସେଣ୍ଟର ଫର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପଲିସି ଷ୍ଟଡିଜ୍‌ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ।

ଭବ୍ୟା ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ନାସା ସହିତ ସଂଯୁକ୍ତ ହୋଇଥିଲେ । ସେ ନାସାର ପ୍ରଖ୍ୟାତ ପ୍ରୋଗ୍ରାମ ଇନୋଭେଟିଭ୍ ଆଡଭାନ୍ସଡ୍ କନ୍ସେପ୍ଟସ୍ ପ୍ରୋଗ୍ରାମ ଏବଂ ନାସା ପରାମର୍ଶଦାତା ପରିଷଦର ଟେକ୍ନୋଲୋଜି, ଇନୋଭେସନ୍ ଏବଂ ଇଂଜିନିୟରିଂ ପରାମର୍ଶଦାତା କମିଟିର ବାହ୍ୟ ପରିଷଦ ସଦସ୍ୟ ହୋଇସାରିଛନ୍ତି ।  

   Related Posts