ମିଳିଲା ଲ୍ୟାଣ୍ଡର ବିକ୍ରମର ସନ୍ଧାନ: ଫଟୋ ଜାରି କଲା ନାସା

Published By : Prameya-News7 Bureau | December 03, 2019 IST

ଓ୍ବାସିଂଟନ ୦୩।୧୨: ମିଳିଲା ଲ୍ୟାଣ୍ଡର ବିକ୍ରମର ସନ୍ଧାନ ।  ଆମେରିକାର ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ ବା ନାସା ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ସନ୍ଧାନ ମିଳିଛି। ନାସା ଟ୍ୱିଟ୍ କରି ଲୁନାର ରେକନେସେନ୍ସ ଅର୍ବିଟର ବା ଏଲଆରଓ ଚନ୍ଦ୍ରପୃଷ୍ଠରେ ବିକ୍ରମର ସନ୍ଧାନ ପାଇଥିବା କହିଛି। ନାସାର ମୁନ୍‌ ମିଶନରେ ଲ୍ୟାଣ୍ଡରର ଭଗ୍ନାବଶେଷ ମିଳିଛି ।  ଅବତରଣ ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ମଶନ ଚନ୍ଦ୍ରାୟନ-୨ରେ ଲ୍ୟାଣ୍ଡର ‘ବିକ୍ରମ’ ପଠାଇଥିଲା ଭାରତୀୟ ମହକାଶ ଏଜେନ୍ସି ବା ଇସ୍ରୋ ।

{"id":193119,"sizeSlug":"large"}

ସୂଚନାଯୋଗ୍ୟ ଯେ, ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଭଗ୍ନାବଶେଷ ଚନ୍ଦ୍ର ପୃଷ୍ଟରେ କ୍ରାସ୍ ସାଇଟର ୭୫୦ ମିଟର ଦୂରରେ ପଡିଛି । ଅବତରଣ ବେଳେ ଧକ୍କା ହୋଇଥିବା ସ୍ଥାନ ମଧ୍ୟ ଚିହ୍ନଟ କରିଛି ନାସା। ଏନେଇ ଏକ ଟ୍ବିଟ୍ ରେ ଫଟୋ ଜାରି କରିଛି ନାସା । ଭାରତର ମିଶନ ଚନ୍ଦ୍ରଯାନ-୨ସଫଳ ହୋଇପାରି ନଥିଲା ।କାରଣ ଚନ୍ଦ୍ରଯାନ-୨ ର ବିକ୍ରମ ଲ୍ୟାଣ୍ଡରକୁ ସଫଳ ଲ୍ୟାଣ୍ଡ ଚେଷ୍ଟା କରିଥିବା ଇସ୍ରୋ ତାର ମିଶନରେ ବିଫଳ ହୋଇଥିଲା।

{"id":193121,"sizeSlug":"large"}

ସେପ୍ଟେମ୍ବର ୭ ବିଳମ୍ବିତ ରାତିରେ ଚନ୍ଦ୍ରଯାନ ୨ର ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରାଇବାକୁ ଇସ୍ରୋ ବୈଜ୍ଞାନିକମାନେ ଉଦ୍ୟମ କରିଥିଲେ। ଚନ୍ଦ୍ର ପୃଷ୍ଠରୁ ୨.୧ କିମି ଉଚ୍ଚରେ ଥିବା ସମୟରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.