Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ମଙ୍ଗଳ ଗ୍ରହରେ ଶୁଭୁଛି ବିଭିନ୍ନ ଶବ୍ଦ, କେହି ପ୍ରାଣୀ ଥିବା ନେଇ ଯୁକ୍ତିକୁ କରିଛି ବଳିଷ୍ଠ

5/10/2019 at 6:17 PM

ନୂଆଦିଲ୍ଲୀ୫|୧୦: ଲୋହିତ ଗ୍ରହରେ ଜୀବନର ସତ୍ତା । ପୂର୍ବରୁ ମଙ୍ଗଳ ଗ୍ରହରେ ପାଣି, ବରଫ ଓ ପବନର ଉପସ୍ଥିତି ନେଇ ପ୍ରମାଣ ଦେଇଥିଲେ ବୈଜ୍ଞାନିକ। ଏବେ ଆମେରିକା ମହାକାଶ ଗବେଷଣା କେନ୍ଦ୍ର ନାସା ଏମିତି ଏକ ତଥ୍ୟ ଦେଇଛି ଯାହା ମଙ୍ଗଳଗ୍ରହରେ ଜୀବ ଉପସ୍ଥିତି ଯୁକ୍ତିକୁ ବେଶ ବଳିଷ୍ଠ କରିଛି। ଗତବର୍ଷ ନଭେମ୍ବର ମାସରେ ମଙ୍ଗଳରେ ଅବତରଣ କରିଥିବା ଇନସାଟ ଲ୍ୟାଣ୍ଡର ୧୦୦ରୁ ଅଧିକ ଶବ୍ଦ ରେକର୍ଡ କରିଛି ।…

ମହାକାଶରେ କେବେ ଠାରୁ ପାଦ ଥାପି ସାରିଛି ମଣିଷ। ତଥାପି ଏବେ ବି ମାନବ ସମାଜ ପାଇଁ ପ୍ରହେଳିକା ସାଜିଛି ମହାକାଶ। ଯେଉଁଥିପାଇଁ ନୂଆ ତଥ୍ୟ ଉନ୍ମୋଚନ ହେଉ କିମ୍ବା ଜୀବନର ସତ୍ତା ଏ ସବୁର ଉତ୍ତର ଖୋଜିବା ପାଇଁ ସର୍ବଦା ଚେଷ୍ଟା କରୁଛନ୍ତି ମହାକାଶ ବିଜ୍ଞାନୀ। ଏବେ ମଙ୍ଗଳ ଗ୍ରହରୁ ସେମିତି କିଛି ଶବ୍ଦ ରେକର୍ଡ କରିଛି ଆମେରିକାର ନାସା ।

ଗତବର୍ଷ ମଙ୍ଗଳରେ ଅବତରଣ କରିଥିବା ଇନସାଟ ଲ୍ୟାଣ୍ଡର ପ୍ରାୟ ୧୦୦ଟି ଶବ୍ଦ ପଠାଇଛି ସ୍ପେସ କଣ୍ଟ୍ରୋଲ ରୁମ୍‌କୁ। ତେବେ ସେଥିରୁ ପ୍ରାୟ ୨୧ଟି ଶବ୍ଦ ବେଶ ତୀବ୍ର ବୋଲି କହିଛନ୍ତି ନାସାର ବୈଜ୍ଞାନିକ। ଫ୍ରାନ୍ସ ମହାକାଶ ବିଜ୍ଞାନୀଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ସିସ୍‌ମୋମିଟର୍‌ ହିଁ ଏହି ଶବ୍ଦକୁ ରେକର୍ଡ କରିଛି। ଏହି ଯନ୍ତ୍ର ଦ୍ବାରା ସୁକ୍ଷ୍ମରୁ ସୁକ୍ଷ୍ମ ଶବ୍ଦକୁ ମଧ୍ୟ ରେକର୍ଡ କରାଯାଇ ପାରିବ ।…

ପୂର୍ବରୁ  ଇନସାଟର ସୋଲାର ପ୍ୟାନେଲ ମାଧ୍ୟମରେ ନାସା ଜାଣି ପାରିଥିଲା ସେଠାରେ ପବନର ଉପସ୍ଥିତି। ସେହିପରି କମ୍ପନ ଶବ୍ଦକୁ ପୂର୍ବରୁ ରେକର୍ଡ କରିଥିବା ନାସା ଏବେ ସ୍ପଷ୍ଟ କରିଛି ଯେ ନିସ୍ତବ୍ଦ ନୁହେଁ ମଙ୍ଗଳ ଗ୍ରହ। ଏଠାରେ ମଧ୍ୟ ଶବ୍ଦର ଉପସ୍ଥିତି ରହିଛି। ଏବେ ସେହି ଶବ୍ଦକୁ ନେଇ ଅଧିକ ଗବେଷଣା କରୁଛନ୍ତି ନାସା ବୈଜ୍ଞାନିକ। କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଗବେଷକଙ୍କ ମତରେ  ମଙ୍ଗଳ ଗ୍ରହରେ ସୌରଶକ୍ତି, ବରଫ ଓ କାର୍ବନଡାଇଅକ୍ସାଇଡ୍‌ ରହିଛି ଯାହାକୁ ବ୍ୟବହାର କରି ଅମ୍ଳଜାନ ପ୍ରସ୍ତୁତ କରିହେବ।…

ମଙ୍ଗଳ ଗ୍ରହରୁ ଶବ୍ଦ ସଂଗ୍ରହ କରିଛି ନାସା । ଏପଟେ ଚନ୍ଦ୍ରର ଦକ୍ଷିଣ ମେରୁର ଫଟୋ ପଠାଇଛି ଚନ୍ଦ୍ରଯାନ-୨ର ଅର୍ବିଟର ।ଏସବୁ ତଥ୍ୟ ମହାକାଶ ଗବେଷଣା କ୍ଷେତ୍ରରେ ଆଗକୁ ବେଶ ସହାୟକ ହେବ ।

   Related Posts