ନାସାକୁ ମିଳିଲା ଲୁହାର ଭଣ୍ଡାର, ଏହାକୁ ବିକ୍ରି କଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଳିବ ୯୬୨୧ କୋଟି ଟଙ୍କା

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ ୦୬।୦୩- ଆମେରିକାର ମହାକାଶ ଗବେଷଣାକାରୀ ସଂସ୍ଥା ନାସା ଏମିତି ଏକ କ୍ଷୁଦ୍ର ଗ୍ରହର ସନ୍ଧାନ କରିଛି ଯାହା ସଂପୂର୍ଣ୍ଣ ରୂପେ ଲୁହାରେ ନିର୍ମିତ। ଏଥିରେ ଏତେ ଲୁହା ଭରି ରହିଛି ଯେ, ଯଦି ଏହାକୁ ପୃଥିବୀକୁ ଆଣି ବିକ୍ରି କରାଯାଏ ତେବେ ସମଗ୍ର ବିଶ୍ଵରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରାୟ ୧ ବିଲିୟନ ପାଉଣ୍ଡ ଅର୍ଥାତ ୯୬୨୧ କୋଟି ଟଙ୍କା ମିଳିବ।

{"id":233953,"sizeSlug":"large"}

ନାସା ଏହି କ୍ଷୁଦ୍ର ଗ୍ରହର ନାମ ୧୬ ସାଇକି ରଖିଛି। ଏହି ଗ୍ରହରେ ଥିବା ଲୁହାର ମୋଟ୍ ମୂଲ୍ୟ ପ୍ରାୟ ୮୦୦୦ କ୍ଵାଡ୍ରିଲିୟନ ପାଉଣ୍ଡ ଅର୍ଥାତ ୮୦୦୦ ପଛରେ ୧୫ ଜିରୋ ରହିବ। ବ୍ରିଟିଶ ମ୍ୟାଗଜିନ ଦ ଟାଇମ୍ସ ଅନୁସାରେ ୮୦୦୦ କ୍ଵାଡ୍ରିଲିୟନ ପାଉଣ୍ଡ(୮,୦୦୦,୦୦୦,୦୦୦,୦୦୦,୦୦୦,୦୦୦) ଅର୍ଥାତ ପୃଥିବୀରେ ବସବାସ କରୁଥିବା ପ୍ରତ୍ୟେକ ଲୋକଙ୍କୁ ୧ ବିଲିୟନ ପାଉଣ୍ଡ ଅର୍ଥାତ ୯୬୨୧ କୋଟି ଟଙ୍କା ମିଳିବ।

wp:core-embed/twitter {"url":"https://twitter.com/NASAPsyche/status/1233508662813040640?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1233508662813040640\u0026ref_url=https%3A%2F%2Faajtak.intoday.in%2Fgallery%2Fnasa-find-iron-asteroid-that-can-make-us-all-billionaires-tstr-1-46992.html","type":"rich","providerNameSlug":"twitter","className":""}
https://twitter.com/NASAPsyche/status/1233508662813040640?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1233508662813040640&ref_url=https%3A%2F%2Faajtak.intoday.in%2Fgallery%2Fnasa-find-iron-asteroid-that-can-make-us-all-billionaires-tstr-1-46992.html
/wp:core-embed/twitter

ନାସା ସ୍ପେସ୍ ଏକ୍ସର ମାଲିକ ଏଲନ ମକ୍ସଙ୍କ ସହାୟତା ଲୋଡି କହିଛି ଯେ, ସେମାନେ ଏହି ଗ୍ରହରେ ଥିବା ଲୁହାର ଯାଞ୍ଚ ପାଇଁ ନିଜର ମହକାଶଯାନ ମିଶନ ଆରମ୍ଭ କରନ୍ତୁ। ଏହି ଗ୍ରହର ବ୍ୟାସ୍ ୨୨୬ କିଲୋମିଟର। ଏହା ସୂର୍ଯ୍ୟକୁ ପରିକ୍ରମା କରିବାରେ ପାଞ୍ଚ ବର୍ଷ ସମୟ ଲାଗିଥାଏ। ଏହାର ଗୋଟିଏ ଦିନ ୪.୧୯୬ ଘଣ୍ଟା ହୋଇଥାଏ।

{"id":233954,"sizeSlug":"large"}

ଏହି କ୍ଷୁଦ୍ର ଗ୍ରହର ଓଜନ ପୃଥିବୀର ଚନ୍ଦ୍ରର ଓଜନର ପାଖାପାଖି ୧ ପ୍ରତିଶତ ହେବ। ମାତ୍ର ଏହି ଗ୍ରହଟି ସଂପୂର୍ଣ୍ଣ ଭାବେ ଲୁହାରେ ଭରି ରହିଛି। ଏହା ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ୟରେ ରହିଛି। ନାସାର କହିବା କଥା ଏହି ଗ୍ରହକୁ ପୃଥିବୀର ନିକଟକୁ ଆଣିବା ପାଇଁ କୌଣସି ଯୋଜନା ନାହିଁ। ମାତ୍ର ସେଠାକୁ ଯାଇ ଲୁହା ଯାଞ୍ଚ କରିବାକୁ ଯୋଜନା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.