Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଚନ୍ଦ୍ରପୃଷ୍ଠରେ ମିଳିଲା ପାଣିର ସନ୍ଧାନ : ଆବିଷ୍କାର କଲା ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା

27/10/2020 at 9:35 AM

ଓ୍ବାଶିଂଟନ୍ ୨୭/୧୦: ଚନ୍ଦ୍ର ପୃଷ୍ଠରେ ମଣିଷ ଘର କରି ରହିବାର ବୈଜ୍ଞାନିକ ଆଶା ଆହୁରି ମଜବୁତ ହୋଇ ଯାଇଛି। ପ୍ରକୃତରେ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା ଚନ୍ଦ୍ରରେ ପାଣି ଠାବ କରିଛନ୍ତି। ଖାସ୍ କଥା ହେଉଛି ଏହା ଯେ ଚନ୍ଦ୍ରପୃଷ୍ଠରେ ପାଣି ଏପରି ସ୍ଥାନରେ ମିଳିଛି ଯେଉଁଠାରେ ସୂର୍ଯ୍ୟଙ୍କ କିରଣ ପଡ଼ିଥାଏ। ପାଣିର ଆବିଷ୍କାର ନାସାର ଷ୍ଟ୍ରାଟୋସ୍ଫିୟର ଅବଜରଭେଟରି ଫର୍ ଇନଫ୍ରାରେଡ ଆଷ୍ଟୋନୋମି(ସୋଫିୟା) କରିଛି। ଏହାର ଉପଯୋଗ ପିଇବା ଏବଂ ରକେଟ୍ ଇନ୍ଧନ ଉତ୍ପାଦନ ପାଇଁ କରାଯିବ।

ସୋଫିୟା ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ସ୍ଥିତ ଏବଂ ପୃଥିବୀ ଦେଖାଯାଉଥିବା ସବୁଠୁ ବଡ଼ ଗର୍ତ୍ତରେ ଏକ ‘କ୍ଲୋଭିୟସ୍’ରେ ପାଣିର ଅଣୁଗୁଡ଼ିକ ଠାବ କରିଛନ୍ତି। ଏବେ ସୁଦ୍ଧା ହୋଇଥିବା ଅଧ୍ୟୟନରେ ଚନ୍ଦ୍ରପୃଷ୍ଠରେ ହାଇଡ୍ରୋଜେନର କିଛି ଅଂଶ ବିଷୟରେ ଜଣା ପଡ଼ିଥିଲା କିନ୍ତୁ ପାଣି ଏବଂ ପାଣିର ହାଇଡ୍ରାସ୍କିଲର ସୂଚନା ମିଳିନଥିଲା।

ନାସାର ବିଜ୍ଞାନ ମିଶନ ନିର୍ଦେଶାଳୟରେ ଆଷ୍ଟୋଫିଜିକ୍ସ ବିଭାଗର ନିର୍ଦେଶକ କହିଛନ୍ତି ଯେ ପ୍ରଥମେ ଏପରି ସଙ୍କେତ ଥିଲା ଯେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟଙ୍କ ପଟେ ଏଚଟୁଓ ଥାଇପାରେ। ଏବେ ଏହାକୁ ସେଠାରୁ ଠାବ କରାଯାଇଛି।

ନେଚର ଆଷ୍ଟୋନୋମିର ନିକଟରେ ପ୍ରକାଶିତ ଏହି ଅଧ୍ୟୟନର ରିପୋର୍ଟ ମୁତାବକ ଚନ୍ଦ୍ରର ଏହି ସ୍ଥାନର ଡାଟାରେ ୧୦୦ରୁ ୪୧୨ ପାର୍ଟ ପ୍ରତି ମିଲିୟନର ସାନ୍ଦ୍ରତାରେ ପାଣିର ସନ୍ଧାନ ମିଳିଛି। ତୁଳନାତ୍ମକ ଭାବେ ସୋଫିୟା ଚନ୍ଦ୍ରରେ ଯେତେ​‌ ପାଣି ଖୋଜିଛି ତାହା ଆଫ୍ରିକାର ସାହାରା ମରୁଭୂମିରେ ଥିବା ପାଣି ତୁଳନାରେ ୧୦୦ଭାଗ। ଏତେ କମ୍ ମାତ୍ରା ସତ୍ବେ ଏବେ ପ୍ରଶ୍ନ ଉଠୁଛି ଯେ ଚନ୍ଦ୍ରପୃଷ୍ଠରେ କିପରି ପାଣି ଉତ୍ପତ୍ତି ହୋଇଛି।

   Related Posts