Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଟେଲିସ୍କୋପରେ ବ୍ରହ୍ମାଣ୍ଡର ଅଦ୍ଭୁତ ଦୃଶ୍ୟ କଏଦ୍ କଲା ନାସା: ଦେଖିଲେ ବିଶ୍ୱାସ ହେବନି, ଦେଖନ୍ତୁ ଭିଡିଓ

17/06/2021 at 6:28 PM

ନୂଆଦିଲ୍ଲୀ ୧୭/୦୬ : ନାସା ନିଜର ଅଫିସିଆଲ୍ ହବଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରିଛି। ଏହି ଭିଡିଓଟି ବହୁତ ଖାସ। Carina Nebula ର କିଛି ଝଲକ ଦେଖିବାକୁ ମିଳିଛି। Carina Nebula ଆମ ଗାଲାକ୍ସିର ସବୁଠାରୁ ବଡ କ୍ଷେତ୍ର ଯେଉଁଠାରେ ତାରା ସୃଷ୍ଟି ହୁଏ। ନାସା ଏହାକୁ ହବଲ୍ ଟେଲିସ୍କୋପ ସାହାଯ୍ୟରେ ସୁଟ କରିଛି।

ନାସା ନିଜ ଟ୍ୱିଟରେ ଲେଖିଛି, ‘ଏହି ହବଲ୍ କ୍ଲାସିକ୍ Carina Nebula ର ଏକ ଛୋଟ ଅଂଶକୁ ଅନୁସନ୍ଧାନ କରେ ଯାହା ସବୁଠାରୁ ବଡ ତାରକା ସୃଷ୍ଟି କରୁଥିବା ଅଞ୍ଚଳ ମଧ୍ୟରୁ ଗୋଟିଏ। ନିବୁଲା ଆମଠାରୁ ପ୍ରାୟ ୭୫୦୦ ଆଲୋକ ବର୍ଷ ଦୂରରେ ଅଛି ଏବଂ ଖାସ କରି ହାଇଡ୍ରୋଜେନ ଗ୍ୟାସରେ ନିର୍ମିତ।

ଏହାପୂର୍ବରୁ ଜୁନ୍ ୧୬ ରେ ନାସା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହବଲ୍ ଟେଲିସ୍କୋପରୁ ନିଆଯାଇଥିବା ଏକ ଫଟୋ ପୋଷ୍ଟ କରିଥିଲା। ଏହି ଫଟୋ ନାସା #NaturePhotographyDay ସହ ପୋଷ୍ଟ କରିଥିଲା। ଫଟୋ ପୋଷ୍ଟ କରି ନାସା ପଚାରିଥିଲା ନେଚର ଫଟୋଗ୍ରାଫି ଡେ ପାଇଁ ଏହି ଫଟୋ ଗଣନା ହେବ କି ? ଏହି ଫଟୋରେ ଲାଗୁନ୍ ନବୁଲା ଦୃଶ୍ୟମାନ ହେଉଥିଲା। ଲାଗୁନ୍ ନବୁଲା ଏକ ଷ୍ଟାର ନର୍ସରୀ ଯାହା ଆମଠାରୁ ପ୍ରାୟ ୪୦୦୦ ଆଲୋକ ବର୍ଷ ଦୂର ବ୍ରହ୍ମାଣ୍ଡରେ ଅବସ୍ଥିତ। ନାସା ଅଧିକାଂଶ ସମୟରେ ସୋସିଆଲ ମିଡିଆ ଆକାଉଣ୍ଟରେ ଏହିଭଳି ଫଟୋ ଏବଂ ଭିଡିଓ ସେୟାର କରିଥାଏ। ନାସାର ପୋଷ୍ଟ ପାଇଁ ଲୋକମାନେ ବହୁତ ଆଗ୍ରହୀ ଥାନ୍ତି।

ହବଲ୍ ଟେଲିସ୍କୋପ ଏକ ଆଧୁନିକ ଏବଂ ବହୁତ ବଡ଼ ଟେଲିସ୍କୋପ ଯାହା ୧୯୯୦ ଏପ୍ରିଲ ୨୪ରେ କକ୍ଷପଥ ବା ଅର୍ବିଟରେ ଲଞ୍ଚ କରାଯାଇଥିଲା। ନାସା ଏବଂ ୟୁରୋପୀୟ (ESA) ସ୍ପେସ ଏଜେନ୍ସି ମିଶି ଏହି ଟେଲିସ୍କୋପ୍ ସ୍ଥାପିତ କରିଥିଲେ। ନାସା ପାଇଁ ହବଲ୍ ଟେଲିସ୍କୋପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଏହିଭଳି ଭାବେ ଡିଜାଇନ୍ କରାଯାଇଛି ଯାହାକୁ ମହାକାଶଚାରୀ ସହଜରେ ମରାମତି କରିପାରିବେ ଏବଂ ଆଧୁନିକ ଟେକ୍ନୋଲୋଜି ଅନୁଯାୟୀ ଅପଗ୍ରେଡ୍ ମଧ୍ୟ କରିପାରିବେ। ଏହି ଟେଲିସ୍କୋପକୁ ପୃଥିବୀରୁ ପ୍ରାୟ ୫୪୭ କିଲୋମିଟର ଦୂରରେ ସ୍ଥାପିତ କରାଯାଇଛି। ଏହା ଗୋଟିଏ ସେକେଣ୍ଡରେ ପ୍ରାୟ ୮ କିଲୋମିଟର ଦୂର ଯାଇପାରେ।

   Related Posts