ନାସା ମହାକାଶଯାତ୍ରୀଙ୍କ ବିରଳ ରେକର୍ଡ, ମହାକାଶରେ ଅମଳ କଲେ ଲଙ୍କା ଫସଲ

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଳୀ ୦୩।୧୨ : ବୈଜ୍ଞାନିକମାନେ ମହାକାଶକୁ ନେଇ ନୂଆ ନୂଆ ପରୀକ୍ଷଣ କରିଥାନ୍ତି । ଯାହାକୁ ନେଇ ବହୁ ଥର ଖୁଲାସା ମଧ୍ୟ ହୋଇଥିଲା । ଏଥର ମଧ୍ୟ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନରେ ଥିବା ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ନାସା (NASA)ର ବୈଜ୍ଞାନିକମାନେ ଏଭଳି କିଛି କରିଛନ୍ତି । ଯାହା ଶୁଣିଲା ପରେ ଆଶ୍ଚର୍ଯ୍ୟ କରି ଦେଲା ଭଳି ଲାଗିବ। ନିକଟରେ କିଛି ମହାକାଶଯାତ୍ରୀ ମହାକାଶରେ ଲଙ୍କା ଚାଷ କରିଥିଲେ, ଆଉ ଫଳ ଫଳିବା ପରେ ତାହାକୁ ଅମଳ ମଧ୍ୟ କରିଥିଲେ।

ଏନେଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି କି, PH-04 ମହାକାଶରେ ଫସଲ ଅମଳ କରି ସେଥିରେ ମହାକାଶଯାତ୍ରୀଙ୍କ ପାଇଁ ଖାଦ୍ୟ ତିଆରି କରି ଏକ ନୂଆ ରେକର୍ଡ କରିଛନ୍ତି। ନାସା ମହାକାଶଯାତ୍ରୀ ପ୍ରଥମ ଲଙ୍କା ଫସଲକୁ ୨୯ ଅକ୍ଟୋବରରେ ଅମଳ କରିଥିଲେ। ଏହି ହିସାବରେ ମଞ୍ଜି ବୁଣା ହେବାଠାରୁ ଆରମ୍ଭ କରି ଗଛ ବଡ଼ ହେବା ପର୍ଯ୍ୟନ୍ତ ପାଖାପାଖି ୪ ମାସ ସମୟ ଲାଗିଥିଲା। ମହାକାଶରେ ଫସଲ ଅମଳ କରିବାର ପ୍ରୋଜେକ୍ଟ ଚଳିତ ବର୍ଷ ଜୁନ୍‌ ମାସରୁ ଆରମ୍ଭ ହୋଇଥିଲା, ଯେଉଁଥିରେ ୪୮ଟି ଜୀବାଣୁମୁକ୍ତ କଞ୍ଚା ଲଙ୍କାର ମଞ୍ଜି ବୁଣା ଯାଇଥିଲା। ଯେଉଁଥିରେ ନାସାର ମହାକାଶଯାତ୍ରୀ ଶେନ୍‌ କିମ୍ବ୍ରୁ ୧୨ ଜୁଲାଇରେ ବୁଣା ଯାଇଥିବା ମଞ୍ଜିରେ ପାଣି ଦେଇଥିଲେ । ମହାକାଶଯାତ୍ରୀମାନେ ଏହି ପ୍ରୟୋଗ ସମୟରେ ଅନେକ କାର୍ଯ୍ୟ କରିଥିଲେ। ସେମାନେ ଫସଲରୁ ଅଙ୍କୁରିତ ଗଛଗୁଡ଼ିକୁ ହଟାଇ ଦେଇଥିଲେ ଏବଂ ପ୍ରତ୍ୟେକ ଗଛକୁ ପର୍ଯ୍ୟାପ୍ତ ଜାଗା ରଖିଥିଲେ । ଯେତେବେଳେ ସମସ୍ତ ଲଙ୍କା ଗଛ ବଢ଼ିଯାଇ ପ୍ରସ୍ତୁତ ହୋଇଗଲା, ସେତେବେଳେ ଏଗୁଡ଼ିକର ଆକାର ଏକ ବଡ଼ ମାଇକ୍ରୋବେଭ୍ ଓଭାନ ପରି ଥିଲା।

wp:html /wp:html

ପୃଥିବୀଠାରୁ ବହୁ ଦୂରରେ ଅମଳ କରାଯାଇଥିବା ଏହି ଲଙ୍କା ଫସଲକୁ ନେଇ ସମସ୍ତଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଥିଲା। ଲଙ୍କା ସହିତ ଟିକାର ଫଟୋ ମଧ୍ୟ ମେଗନ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଥିଲେ। ଲଙ୍କାର ଦ୍ୱିତୀୟ ଫସଲରେ ଅମଳ ହୋଇଥିବା ୧୨ ଲଙ୍କାକୁ ପୃଥିବୀ ପୃଷ୍ଠକୁ ପଠାଇ ଦିଆଯାଇଥିଲା। ଫ୍ଲୋରିଡାରେ ନାସା କେନେଡି ସ୍ପେସ୍‌ ସେଣ୍ଟରର PH-04ର ମୁଖ୍ୟ ଅନୁସନ୍ଧାନକାରୀ ମ୍ୟାଟ୍‌ ରୋମିନ ଏକ ବୟାନରେ କହିଛନ୍ତି ଯେ ମାଟିରେ ଏବଂ ମହାକାଶରେ ଅମଳ ହୋଇଥିବା ଲଙ୍କାଗୁଡିକର ରୁପବର୍ଣ୍ଣ ପାଖାପାଖି ସବୁ ସମାନ ଥିଲା, କିନ୍ତୁ କିଛିଟା ତଫାତ୍‌ ରହିଥିଲା। ଏହି ଅଭିଯାନରେ ଦଳର ସମସ୍ତ ଲୋକ ଏହି ଲଙ୍କା ଏବଂ ଏଥିରୁ ପ୍ରସ୍ତୁତ ହେଉଥିବା ଖାଦ୍ୟର ଫଟୋକୁ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ନାସା ମହାକାଶଚାରୀ ତଥା ଏକ୍ସପିଡିଶନ ୬୫ ପ୍ଲାଇଟ୍‌ ଇଞ୍ଜିନିୟର ମେଗନ ମ୍ୟାକଆର୍ଥର ଏହି ଲଙ୍କାକୁ ଫଜିତା ବିଫ୍‌, ରିହାଇଡ୍ରେଟେଡ୍‌ ଟମାଟୋ ଏବଂ ଆର୍ଟିଚୋକରୁ ତିଆରି ଟୋକୋଗୁଡ଼ିକରେ ମସଲାଯୁକ୍ତ ସ୍ୱାଦ ଦେବା ପାଇଁ ବ୍ୟବହାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.