ଶେଷ ହେଲା NASAଙ୍କ ‘ଆର୍ଟିମିସ୍’ ମୁନ୍ ମିସନ୍ ରକେଟର ଆସେମ୍ୱଲିଂ, ଚଳିତବର୍ଷ ଶେଷ ସୁଧାହେବ ପରୀକ୍ଷଣ ଉଡାଣ

Published By : Prameya-News7 Bureau | June 13, 2021 IST

ଲଣ୍ଡନ : ମହାକାଶ ଯାତ୍ରୀଙ୍କୁ ଚନ୍ଦ୍ରରୁ ଫେରାଇ ଆଣିବା ଲାଗି ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସୀ ନାସା ନିର୍ମାଣ କରୁଥିବା ଶକ୍ତିଶାଳୀ ସ୍ପେସ୍‌ ଲଞ୍ଚ ସିଷ୍ଟମ (ଏସଏଲଏସ୍)ର ରକେଟ୍ ଆସେମ୍ବଲିଂ ସରିଛି। ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରେ ଇଞ୍ଜିନିୟରମାନେ ଦୁଇଟି ଛୋଟ ରକେଟ ବୁଷ୍ଟର ମଧ୍ୟରେ ୬୫ ମିଟର ଦୀର୍ଘ କୋର ଷ୍ଟେଜ୍‌କୁ ତଳକୁ ଆଣିଛନ୍ତି। ତେବେ ଏଥିରେ ସବୁଠାରୁ ଯାହା ବଡ଼ କଥା ତାହା ହେଉଛି ରକେଟର  ପ୍ରମୁଖ ୩ ତତ୍ୱକୁ ଲଞ୍ଚ କନଫିଗୁରେସନରେ ଏକତ୍ର କରାଯାଇଛି।

{"id":465665,"width":839,"height":559,"sizeSlug":"large","linkDestination":"none"}

ଆର୍ଟିମିସ୍‌ କାର୍ଯ୍ୟକ୍ରମର ଏସଏଲଏସ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯାହା ଦ୍ୱାରା ଏହି ଦଶନ୍ଧୀରେ ମଣିଷ ଚନ୍ଦ୍ରକୁ ଯିବାଆସିବା କରିବ। ଚଳିତବର୍ଷ ଶେଷ ବେଳକୁଏହାର ମିଶନ ଆରମ୍ଭ ହେବ। ବିନା ଚାଳକ ଦଳରେ ଆର୍ଟିମିସ୍-୧ ମିସନ୍‌ ଓରିୟନ ଯାତ୍ରା କରିବ। ତେବେ ୨୦୨୩ରେ ଆର୍ଟିମିସ୍‌-୨ ଚନ୍ଦ୍ରକୁ ମହାକାଶଚାରୀ ନେଇ ଯିବ।

{"id":465667,"width":837,"height":557,"sizeSlug":"large","linkDestination":"none"}

ଆର୍ଟିମିସ୍‌ ଆସେମ୍ବଲ କରିବା ଲାଗି ଇଞ୍ଜିନିୟରମାନେ ଗତ ଶୁକ୍ରବାର ଓ ଶନିବାର କେନେଡି ସ୍ପେସ୍‌ ସେଣ୍ଟରରେ ବଡବଡ କ୍ରେନ ଲଗାଇ ରକେଟର କୋର ଷ୍ଟେଜ୍‌କୁ ସିଧା ଛିଡା କରିଛନ୍ତି। ଏହା ସହ ମୋବାଇଲ ଲଞ୍ଚରରେ ରକେଟ୍‌ ବୁଷ୍ଟର ମଧ୍ୟରେ ସ୍ଥାପନା କରିଛନ୍ତି। ଏହି ମୋବାଇଲ ଲଞ୍ଚର ଶେଷରେ ରକେଟକୁ ଲଞ୍ଚପ୍ୟାଡ ନିକଟକୁ ନେଇଯିବ। ଏସଏଲଏସ୍‌ ଏକମାତ୍ର ରକେଟ୍ ଯାହା ଚନ୍ଦ୍ରକୁ ଥରକରେ ମହାକାଶଚାରୀ ଓ ସପ୍ଲାଇ ନେଇ ଯିବା ସହ ପୁଣି ସଫଲତାର ସହ ସେମାନଙ୍କୁ ସେଠାରୁ ପୃଥିବୀକୁ ଫେରାଇ ଆଣିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.