Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାସା ଜାରି କଲା ଚେତାବନୀ : ପୃଥିବୀକୁ ଧକ୍କା ଦେଇପାରେ ଏଷ୍ଟରଏଡ଼

1/05/2019 at 6:34 PM

ନୂଆଦିଲ୍ଲୀ ୧/୫ : ନାସା ମୁଖ୍ୟ ଜିମ ବ୍ରେଡେଷ୍ଟାଇନ ଏକ ଚେତାବନୀ ଜାରି କରିଛନ୍ତି | ସେ କହିଛନ୍ତି ଯେ, ଘାତକ ଏଷ୍ଟରଏଡ଼ କଳ୍ପନା କୌଣସି ବିଜ୍ଞାନିକ ଫିଲ୍ମ ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ | ଏବେ ଅସଲ ଜୀବନରେ ମଧ୍ୟ ଏହିଭଳି ଘଟଣା ଘଟିପାରେ | ଏହିଭଳି ଏଷ୍ଟରଏଡ଼ ପୃଥିବୀରେ ମଧ୍ୟ ନିଜର ଭୟାବହତା ଦେଖାଇପାରେ | ସେଥିପାଇଁ ପୃଥିବୀକୁ ରକ୍ଷା କରିବା ଆମର ଦାୟିତ୍ୱ |


ଜିମ ବ୍ରେଡେଷ୍ଟାଇନ କହିଛନ୍ତି ୨୦୧୩ ମସିହାରେ ଚେଲିୟାବିଂଶକରେ ଏକ ଏଷ୍ଟରଏଡ଼ ଧକ୍କା ହୋଇଥିଲା | ଯାହାଫଳରେ ୬୬ ଫୁଟର ଗାତ ହୋଇଯାଇଥିଲା | ଦକ୍ଷିଣ ୟୁରାଲ କ୍ଷେତ୍ରରେ ହୋଇଥିବା ଏହି ଗାତ ଯୋଗୁଁ ଅନେକ ସମ୍ପତ୍ତି ନଷ୍ଟ ହୋଇଥିଲା | ପାଖାପାଖି ୧୫୦୦ ଲୋକ ଆହତ ମଧ୍ୟ ହୋଇଥିଲେ |


ଏଷ୍ଟରଏଡ଼ ଟ୍ରାକ କରିବା ଯୋଜନା ପ୍ରସ୍ତୁତ କରିଛି ନାସା | ନାସା ପାଖରେ ପୃଥିବୀ ଆଖପାଖ ୧୪୦ ମିଟର ବା ତା’ଠାରୁ ବଡ ପାଖାପାଖି ୯୦ ପ୍ରତିଶତ ଏଷ୍ଟରଏଡ଼କୁ ଟ୍ରାକ କରିବା ପ୍ଲାନ ରହିଛି | ଏଷ୍ଟରଏଡ଼ ପୃଥିବୀ ବାତାବରଣରେ ପ୍ରବେଶ କଲାବେଳେ ତାର ଦ୍ରବ୍ୟମାନ କମିଯାଇଥାଏ |


ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ନାସା ଯେଉଁ ଏଷ୍ଟରଏଡ଼କୁ ଟ୍ରାକ କରିବାକୁ ଉଦ୍ୟମ କରୁଛି ତାହା ଚେଲିୟାବିଂଶକ ଶହ ଧକ୍କା ହୋଇଥିବା ଏଷ୍ଟରଏଡ଼ ଠାରୁ ୭ ଗୁଣ ବଡ |

   Related Posts