ମଞ୍ଚ ଉପରେ ଗୁଳିଚାଳନା କରିବା ଘଟଣାରେ ଜଣେ ଗିରଫ

Published By : Prameya-News7 Bureau | September 29, 2019 IST

ପୁରୀ ୨୯।୦୯- ମଞ୍ଚ ଉପରେ ନୃତ୍ୟ କରିବା ସହ ଗୁଳିଚାଳନା କରିବା ଘଟଣାରେ ନାରୁଆ ଓରଫ ନାରାୟଣ ସାହୁଙ୍କୁ ଗିରଫ କରିଛି ପୁରୀ ପୋଲିସ ।  ଏହା ସହ ନାରୁଆଙ୍କର  ତିନି ସୁରକ୍ଷାକର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି ।  ପୁଲିସ ଏହି ଘଟଣାରେ ନାରୁଆଙ୍କ ନାଁରେ ଟାଉନ ଥାନାରେ ଏକ ମାମଲା ରୁଜୁ କରିଛି। ଏହାଛଡ଼ା ଚନ୍ଦନପୁର ଥାନା ପୁଲିସ ନାରୁଆଙ୍କ ତିନି ସୁରକ୍ଷାକର୍ମୀଙ୍କ କାର୍‌ ଓ ବାଇକ୍‌ ଆଦିକୁ ଜବତ କରିଛି।

{"id":164370}

ଚାଲିଥିବା ତିନି ସୁରକ୍ଷାକର୍ମୀଙ୍କ ନାଁରେ ପୂର୍ବରୁ ଏକାଧିକ ସଂଗିନ ମାମଲା ବିଭିନ୍ନ ଥାନାରେ ରହିଥିବା ଜଣାପଡ଼ିଛି। ତିନି ସୁରକ୍ଷାକର୍ମୀଙ୍କଠାରୁ ଦୁଇ ପିସ୍ତଲ ବି ଜବତ କରାଯାଇଛି। ସେମାନଙ୍କ ଭିତରୁ ଜଣେ ଖଣ୍ଡିଘରର ପପୁ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ଦୁଇଜଣ ଉତ୍ତର ପ୍ରଦେଶର ବକୁର କୁମାର ଓ ଦେବେନ୍ଦ୍ର କୁମାର ବୋଲି ଜଣାପଡ଼ିଛି।

{"id":164371}

ମାସେ ତଳେ ପୁରୀ ତେଲିସାହିଠାରେ ଥିବା ଏକ କଲ୍ୟାଣ ମଣ୍ଡପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ମଞ୍ଚ ଉପରେ ନାରୁଆ ଓ ତାଙ୍କ ତିନି ସୁରକ୍ଷାକର୍ମୀ ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରିବା ସହ ନୃତ୍ୟ କରିବାର ଭିଡିଓ ଭାଇରାଲ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.