ମୋଦି ଆଦିବାସୀ ବିରୋଧୀ, ଜୁଏଲଙ୍କୁ ମନ୍ତ୍ରୀ ନକରିବା ଭୁଲ୍ ନିଷ୍ପତ୍ତି, ବିଜେପୁର ଆସନ ଛାଡିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍ ଘୋଷଣା କରୁଛନ୍ତି ବୋଲି କହିଲେ ନରସିଂହ ମିଶ୍ର

Published By : Prameya-News7 Bureau | May 31, 2019 IST

ଭୁବନେଶ୍ବର ୩୧|୫: ପଶ୍ଚିମ ଓଡିଶାକୁ ଅଣଦେଖା ଅଭିଯୋଗ ପ୍ରସଙ୍ଗରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି କଂଗ୍ରେସର ବରିଷ୍ଠନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ଯେ, ନା ବିଜେଡି ନା ବିଜେପି କାହାର ପଶ୍ଚିମ ଓଡିଶା ପ୍ରତି ଦରଦ ନାହିଁ । କେବଳ ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣାରେ ପଶ୍ଚମ ଓଡିଶାର ବିକାଶ ହେବ ନାହିଁ । ବିଜେପୁର ବିଧାନସଭା ଛାଡିବାକୁ ନବୀନ ଏଭଳି ଘୋଷଣା କରିଥାଇପାରନ୍ତି ବୋଲି ନରସିଂହ ମିଶ୍ର କହିଛନ୍ତି । କିନ୍ତୁ ପଶ୍ଚିମ ଓଡିଶାବାସୀ ନବୀନଙ୍କଠାରୁ ଅଧିକ ଆଶା କରୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଆଦିବାସୀ ବିରୋଧୀ ବୋଲି ନରସିଂହ କହିଛନ୍ତି । ଜୁଏଲ ଓରାମଙ୍କୁ ମନ୍ତ୍ରିମଣ୍ଡଳରେ ନମିଶାଇବା ଭୁଲ ନିଷ୍ପତ୍ତି ମଧ୍ୟ ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.