ଗୃହ ମୁଲତବୀ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା "କୃଷି ଓ କୃଷକଙ୍କ ସମସ୍ୟା ନେଇ ଆଲୋଚନା କରିବାକୁ ଡରୁଛନ୍ତି ସରକାର"

Published By : Prameya-News7 Bureau | July 01, 2019 IST

ଭୁବନେଶ୍ୱର ୧/୭ : ଆଜି ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ କଂଗ୍ରେସ ସଦସ୍ୟ ହଟ୍ଟଗୋଳ ଓ ନାରାବାଜି ଆରମ୍ଭ କରିଦେଇଥିଲେ । ବାଚସ୍ପତି କଂଗ୍ରେସର ମୁଲତବୀ ପ୍ରସ୍ତାବ ଗ୍ରହଣ ନକରିବାରୁ ପ୍ରତିବାଦ କରିଥିଲେ କଂଗ୍ରେସ ସଦସ୍ୟ । କୃଷି ଓ କୃଷକ ସମସ୍ୟା ନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଥିଲା । ମୁଲତବୀ ପ୍ରସ୍ତାବ ନରଖିବାକୁ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା ଓ ନାରାବାଜି କରିଥିଲେ ଫଳରେ ବାଚସ୍ପତି ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି । ଗୃହ ମୁଲତବୀ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ପ୍ରଥମ ଦିନରୁ କଂଗ୍ରେସ କୃଷି ଓ କୃଷକ ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଦେଇଛି । ମୁଖ୍ୟ ବିରୋଧୀ ଦଳ ହିସାବରେ ବିଜେପି ଆଉ ଏକ ମୁଲତବୀ ପ୍ରସ୍ତାବ ଦେଇଥିଲା । ଗୃହ ପରିଚାଳନା ପରାମର୍ଶଦାତା କମିଟିରେ କହିଥିଲୁ ଦିନକୁ ଦୁଇଟି ମୁଲତବୀ ଉପରେ ଆଲୋଚନା କରାଯାଉ । ଦୁଇଟି ମୁଲତବୀ ଉପରେ ଆଲୋଚନା ନେଇ ପୂର୍ବରୁ ପରମ୍ପରା ମଧ୍ୟ ରହିଛି । କିନ୍ତୁ ପ୍ରଶ୍ନକାଳରେ ସରକାର କୃଷି ଓ କୃଷକଙ୍କୁ ନେଇ ମନ୍ତ୍ରୀ କିଛି ଉତ୍ତର ରଖିପାରିନଥିଲେ । ସେଥିପାଇଁ ଆଲୋଚନା କରିବାକୁ ସରକାର ଡରୁଛନ୍ତି ବୋଲି କହିଛନ୍ତି ନରସିଂହ । ଯେଉଁଥିପାଇଁ କଂଗ୍ରେସ ଏହାର ପ୍ରତିବାଦ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.