କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | December 28, 2020 IST

ଭୁବନେଶ୍ୱର ୨୮।୧୨: କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ । ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆନ୍ଦୋଳନ ବେଳେ ଅସୁସ୍ଥ ହୋଇପଡିଥିଲେ ନରସିଂହ ମିଶ୍ର । ସେଠାରୁ ତାଙ୍କୁ ନେଇ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ଖବର ଅନୁଯାୟୀ, ଆଜି କଂଗ୍ରେସର ପ୍ରତିଷ୍ଠା ଦିବସ । ରାଜ୍ୟରେ ବିଭିନ୍ନ ତଦନ୍ତରେ ଶିଥିଲତା ନେଇ ସିବିଆଇ ଅଫିସ ଘେରାଉ କରିଥିଲେ କଂଗ୍ରେସ । ଏହି ଆନ୍ଦୋଳନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସିବିଆଇ ଅଫିସ ସମ୍ମୁଖରେ ଧାରଣା ଦେଉଥିଲେ । ତେବେ ଭାଷଣ ଦେଉଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡିଲେ । ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭୁବ କରି ସେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ସେଠାରୁ ନେଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ବଲାଙ୍ଗୀରର ବର୍ତ୍ତମାନ ବିଧାୟକ ଅଛନ୍ତି ନରସିଂହ ମିଶ୍ର ।

ତେବେ ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ମେଡିକାଲରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.