ବିଜେପି ବିଧାୟକ ନରିନ୍ଦର ବ୍ରାଗଟାଙ୍କ ପରଲୋକ : ନିକଟରେ କୋଭିଡରୁ ହୋଇଥିଲେ ସୁସ୍ଥ

Published By : Prameya-News7 Bureau | June 05, 2021 IST

ହିମାଚଳ ପ୍ରଦେଶ ୦୫/୦୬: ଜୁବାଲ କୋଟଖାଇ ଆସନର ବିଜେପି ବିଧାୟକ ନରିନ୍ଦର ବ୍ରାଗଟାଙ୍କ ଆଜି ସକାଳେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ବର୍ଷ ବୟସ ହୋଇଥିଲା । କିଛି ଦିନ ପୂର୍ବରୁ ସେ କରୋନାରୁ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ । ସଂକ୍ରମଣରୁ ସୁସ୍ଥ ହେବା ପରେ ସେ ପୋଷ୍ଟ କୋଭିଡ ସମସ୍ୟା ସହ ଲଢେଇ କରୁଥିଲେ । ପରେ ତାଙ୍କୁ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଚଣ୍ଡିଗଡ଼ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

wp:html /wp:html

ଯେଉଁଠାରେ ସେ ଚିକିତ୍ସିତ ହେଉଥିବା ମୟରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ପୁଅ ଚେତନ ସିଂ ବ୍ରାଗଟା ଫେସବୁକରେ ପୋଷ୍ଟ କରି ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦୀର୍ଘ ଦିନ ଧରି ତାଙ୍କ ପିତା ଅସୁସ୍ଥ ଥିଲେ । ନରିନ୍ଦର ସିଂ ବ୍ରାଗଟା ମଧ୍ୟ ହିମାଚଳ ସରକାରରେ ମୁଖ୍ୟ ସଚେତକ ଥିଲେ ଏବଂ ପୂର୍ବ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ । …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.