ଅଭିନେତ୍ରୀ ନର୍ଗିସ୍‌ଙ୍କ ୨୧ ଦିନିଆ ବ୍ରତ: ସୋସିଆଲ ମିଡିଆରେ ସେୟାର କଲେ ଫଟୋ ….

Published By : Prameya-News7 Bureau | September 20, 2021 IST

ମୁମ୍ବାଇ ୨୦/୦୯ : ଅଭିନେତ୍ରୀ ନର୍ଗିସ୍‌ ଫକରୀ ଫିଲ୍ମ ଦୁନିଆରେ ଏତେଟା ହିଟ୍‌ ନଥିଲେ ବି ଫିଟ୍‌ନେସ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ନର୍ଗିସ ଜର୍ମାନରେ ଅଛନ୍ତି । ତାଙ୍କ ସ୍ଲିମ୍‌ ଟ୍ରିମ୍‌ ଫିଗର ପାଇଁ ଅନେକ ଦିଓ୍ଵାନା ଅଛନ୍ତି। ତେବେ ଫିଟ୍‌ ରହିବା ପାଇଁ ନର୍ଗିସ୍‌ ଏବେ ବ୍ରତ କରିବାକୁ ଯାଉଛନ୍ତି।

ଏନେଇ ନର୍ଗିସ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ୨୧ ଦିନ ପାଇଁ ବ୍ରତ ରଖୁଥିବା ନେଇ ସୂଚନା ଦେଇଛନ୍ତି। ଏଥିରେ ସେ କେବଳ ପାଣି ହିଁ ପିଇବେ। ତେବେ ସେ କାହିଁକି ବ୍ରତ ରଖୁଛନ୍ତି ସେ ବିଷୟରେ କିଛି ସୂଚନା ଦେଇନଥିଲେ ମଧ୍ୟ କୁହାଯାଉଛି ଯେ ଫିଟ୍‌ନେସ୍‌ ପାଇଁ ନର୍ଗିସ୍‌ ଏମିତି କରୁଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ନର୍ଗିସ୍‌ ଗୋଟିଏ ପରେ ଗୋଟେ ଭିଡିଓ ସେୟାର କରି ଏହି ବ୍ରତ କରିବାର ଫାଇଦା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉପବାସ କରିବା ଦ୍ୱାରା ଶରୀରର ସେଲ୍ୟୁଲାର ପୁଣିଥରେ ତିଆରି ହୋଇଥାଏ। ନର୍ଗିସ୍‌ ବ୍ରତ ଆରମ୍ଭ କରିବା ପୂର୍ବରୁ ଶେଷ ଡିନରର ଫଟୋ ମଧ୍ୟ ଦେଖାଇଛନ୍ତି। ସନ୍ଧ୍ୟାରେ ସାଢ଼େ ୬ଟାରେ ସେ ଆଳୁ ଓ କିଛି ସବୁଜ ପନିପରିବା ଖାଇଛନ୍ତି। ଏହାର କ୍ୟାପସନ୍‌ରେ ସେ ଲେଖିଛନ୍ତି, ଏହା ମୋ ଆଜିର ଡିନର। ଏହା ପରେ ଆଉ କିଛି ଖାଇବାକୁ ମିଳିବ ନାହିଁ।

{"id":514373,"width":858,"height":550,"sizeSlug":"full","linkDestination":"none"}

wp:gallery {"ids":[514372],"linkTo":"none"} /wp:gallery

ତେବେ ନର୍ଗିସ୍‌ଙ୍କ ଫିଟ୍‌ନେସ୍‌ର ରାଜ୍‌ ଡାଏଟିଂ ଜାଣିବା ପରେ ଫ୍ୟାନ୍‌ମାନେ ଏହାକୁ ଫଲୋ କରିବାକୁ ଚିନ୍ତା କରୁଥିବା କମେଣ୍ଟ କରିଛନ୍ତି।୨୧ ଦିନ ଉପବାସ ରହିବେ ନର୍ଗିସ ଫଖରୀ । କିଛି ଖାଇବେ ନାହିଁ, ଖାଲି ପାଣି ପିଇ ଉପବାସ ପାଳିବେ । ନର୍ଗିସ ଇନଷ୍ଟାଗ୍ରମ ଷ୍ଟୋରୀରେ ଏହି ସୂଚନା ଦେଇଛନ୍ତି । କିନ୍ତୁ ସେ ଏହାର କାରଣ ବିଷୟରେ କିଛି କହି ନାହାନ୍ତି । ତେବେ ତାଙ୍କର ଏଭଳି ପୋଷ୍ଟରୁ ଅନୁମାନ କରାଯାଇପାରେ ଯେ ସେ ତାଙ୍କର ଫିଟ୍‌ନେସ୍‌ ପାଇଁ ଏଭଳି କରୁଛନ୍ତି ।

{"id":514371,"width":814,"height":574,"sizeSlug":"full","linkDestination":"none"}

ସେଠାରୁ ସେ ତାଙ୍କର ସୋସିଆଲ ମିଡିଆରେ ଭିଡିଓ ସେୟାର କରି କହିଛନ୍ତି ଯେ ସେ ୨୧ ଦିନ ଏହି ପୋଷ୍ଟ କରି ନର୍ଗିସ ଲେଖିଥିଲେ ଯେ “ଏହା ହେଉଛି ମୋର ଡିନର ଏବଂ ଏହା ପରେ ମତେ ଆଉ କିଛି ମିଳିବ ନାହିଁ ।” ପ୍ରକାଶଥାଉ ଯେ ଭାରତୀୟ ପ୍ରାଚୀନ ଶାସ୍ତ୍ରରେ ଜଳ ଉପବାସ କଥା ଉଲ୍ଲେଖ ରହିଛି । ଯେଉଁ ବ୍ୟକ୍ତି ଏହି ଉପବାସ୍‌ ରଖନ୍ତି ସେମାନଙ୍କୁ କେବଳ ପାଣି ପିଇବାକୁ ହୋଇଥାଏ । ଏହି ଉପବାସ ଦ୍ୱାରା ଓଜନ ହ୍ରାସ ପାଏ, କ୍ଷତିକାରକ ବିଜାତୀୟ ପଦାର୍ଥ ଶରୀରରୁ ବାହାରେ, ରକ୍ତଚାପ ସନ୍ତୁଳନ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.