ଉଦୟଙ୍କୁ ନେଇ ନର୍ଗିସ୍ କଲେ ଖୁଲାସା : କହିଲେ ମୋତେ ମୋ ସମ୍ପର୍କକୁ ଲୁଚେଇ ରଖିବାକୁ କୁହାଯାଇଥିଲା

Published By : Prameya-News7 Bureau | September 14, 2021 IST

ମୁମ୍ବାଇ ୧୪/୦୯ : ବଲିଉଡ୍‌ର ବେଶ୍ ଜଣାଶୁଣା ଅଭିନେତ୍ରୀ ନର୍ଗିସ ଫକ୍‌ରୀ। ସେ ଦୀର୍ଘ ଦିନ ହେବ ବଡ଼ ପରଦାଠାରୁ ଦୂରେଇ ରହିଛନ୍ତି। ମହାମାରୀ କରୋନା ପରଠାରୁ ସେ ମୁମ୍ବାଇ ଛାଡି ୟୁଏସ୍‌ ଚାଲିଯାଇଛନ୍ତି। ବର୍ତ୍ତମାନ ସୋସିଆଲ୍ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ନିକଟରେ ସେ ନିଜ ଲଭ୍‌ ଲାଇଫ୍‌କୁ ନେଇ ବଡ଼ ଖୁଲାସ କରିଛନ୍ତି। ଯାହାକୁ ନେଇ ଏବ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି।

ବିଗତ କିଛି ବର୍ଷ ପୂର୍ବରୁ ଅଭିନେତା ଉଦୟ ଚୋପ୍ରା ଏବଂ ନର୍ଗିସ ପରସ୍ପରକୁ ଡେଟ୍‌ କରୁଥିଲେ।  ତାଙ୍କ ଲଭ୍‌ଷ୍ଟୋରୀକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ଏପରିକି ଦୁହେଁ ଲିଭ୍‌-ଇନ୍‌ରେ ରହୁଥିବା ନେଇ ମଧ୍ୟ ଖବର ମଧ୍ୟ ସାମ୍ନାକୁ ଆସିଥିଲା।  କିନ୍ତୁ ଉଭୟ ଏହାକୁ ନେଇ କେବେ ଖୋଲାଖୋଲି ଭାବେ ପ୍ରକାଶ କରିନଥିଲେ। କିନ୍ତୁ ଏବେ ନର୍ଗିସ ନିଜ ରିଲେସନ୍‌ସିପ୍‌କୁ ନେଇ ଖୁଲାସା କରିଛନ୍ତି କି ସେ ଉଦୟଙ୍କୁ ଡେଟ୍‌ କରୁଥିଲେ ।

wp:html
/wp:html

ସେ ଏକ ଇଣ୍ଟରଭ୍ୟୁରେ ୫ ବର୍ଷ ଧରି  ନର୍ଗିସ ଉଦୟଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ ଏବଂ ତାଙ୍କୁ ଡେଟ୍‌ କରିଥିବା ନେଇ ମଧ୍ୟ କହିଛନ୍ତି। ଏହା ହ ସେ କହିଛନ୍ତି କି ‘ଉଦୟ ମୋ ଜୀବନର ଜଣେ ଭଲ ମଣିଷ। ସେ ମୋ ପାଇଁ ବହୁତ ଭଲ ଥିଲେ। ଆମେ ଦୁହେଁ ପରସ୍ପରକୁ ଡେଟ୍‌ କରୁଥିଲୁ। କିନ୍ତୁ ମୁଁ ଏହାକୁ କେବେ ବି ସମସ୍ତଙ୍କ ସାମ୍ନାରେ ଆଣିନଥିଲି। କାରଣ ମୋତେ ଏଭଳି କରିବା ପାଇଁ କିଛି ଲୋକ ମନା କରିଥିଲେ। ହେଲେ ଏଭଳି କରିବା ବୋଧେ ଠିକ୍‌ ନଥିଲା ବୋଲି ନର୍ଗିସ କହିଛନ୍ତି।’ ନର୍ଗିସ ନିଜ ସମ୍ପର୍କକୁ ନେଇ ଆହୁରି କହିଛନ୍ତି, ‘ଉଦୟ ଏବଂ ମୋ ସମ୍ପର୍କ ବିଷୟରେ ସମସ୍ତଙ୍କ ସାମ୍ନାରେ କହିବାର ଥିଲା। କାରଣ ମୁଁ ଜଣେ ସବୁଠାରୁ ଭଲ ମଣିଷ ସହ ରିଲେସନ୍‌ସିପ୍‌ରେ ଥିଲି। ଇଣ୍ଟରନେଟ୍‌ ଏବଂ ସୋଶାଲ ମିଡିଆ ଅନେକ ଭୁଲ୍‌ ତଥ୍ୟ ଦେଉଛି। ଯାହା ଫଳରେ ବାହାରେ ଥିବା ଲୋକ ସତ କ’ଣ ଜାଣିପାରୁ ନାହାନ୍ତି।’

{"id":511016,"width":586,"height":440,"sizeSlug":"full","linkDestination":"none"}
abplive hindi

ତେବେ ସୂଚନା ମୁତାବକ, ନର୍ଗିସ ଏବଂ ଉଦୟ ଚୋପ୍ରାଙ୍କ ଡେଟିଂ ଖବର ୨୦୧୪ରେ ସାମ୍ନାକୁ ଆସିଥିଲା। କିନ୍ତୁ ସେତେବେଳେ ଉଭୟ ଏହି ଖବରକୁ ଖଣ୍ଡନ କରିଥିଲେ। ବ୍ରେକ୍‌ଅପ୍‌ ପରେ ନର୍ଗିସ ମୁମ୍ବାଇ ଛାଡି ନ୍ୟୁୟର୍କ ପଳାଇଥିଲେ। ବ୍ରେକଅପ୍‌ ଯୋଗୁଁ ସେ ମୁମ୍ବାଇ ଛାଡି ଦେଇଥିବା ନେଇ ଚର୍ଚ୍ଚା ମଧ୍ୟ ହେଉଥିଲା। ଏହା ପରେ ୨୦୧୧ରେ ଫିଲ୍ମ ‘ରକ୍‌ଷ୍ଟାର୍‌’ରୁ ନର୍ଗିସ ବଲିଉଡରେ ଡେବ୍ୟୁ କରିଥିଲେ। ପରେ ଫଟା ପୋଷ୍ଟର ନିକଲା ହିରୋ, ମେ ତେରା ହିରୋ, କିକ୍‌, ସ୍ପାଏ, ଅଜହର, ହାଉସଫୁଲ-୩, ଢ଼ିସୁମ୍‌, ବେଞ୍ଜୋ, ଅମାବସ ଏବଂ ତୋରବାଜ ଭଳି ଫିଲ୍ମରେ ନର୍ଗିସ କାମ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.