Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନରେନ୍ଦ୍ରପୁର ଗାଁକୁ ୫ ଦିନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ସରପଞ୍ଚ

13/06/2020 at 2:57 PM

ବ୍ରହ୍ମପୁର ୧୩।୬: ଗଞ୍ଜାମ ଛତ୍ରପୁର ବ୍ଲକ୍ ନରେନ୍ଦ୍ରପୁର ଗାଁକୁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । ଷ୍ଟେସନ୍ ରୋଡ୍ ନିକଟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସରପଞ୍ଚ ଏହି ପଦକ୍ଷେପ ନେଇଛନ୍ତି । ସରପଞ୍ଚ ଗାଁକୁ ୫ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ଗାଁର ଚାରିପଟେ ବାଉଁଶ ଘେରି କରି ପ୍ରବେଶ ପଥକୁ ସିଲ୍ କରାଯାଇଛି । ଘରୁ ପଦାକୁ ନବାହାରିବାକୁ ସଚେତନ କରାଯାଇଛି । ନରେନ୍ଦ୍ରପୁର ଗାଁ ସମେତ ଆଖପାଖ ଅଞ୍ଚଳକୁ ମଧ୍ୟ ସିଲ୍ କରିଥିବା ସରପଞ୍ଚ କହିଛନ୍ତି।

   Related Posts