Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||

ଡିସକଭରି ଚାନେଲ୍ ର ‘ମ୍ୟାନ୍ ଭର୍ସେସ୍ ୱାଇଲ୍ଡ, ପ୍ରସିଦ୍ଧ ଟିଭି ସୋ’ ରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

29/07/2019 at 3:22 PM

ନୂଆଦିଲ୍ଲୀ ୨୯/୭: ଡିସକଭରି ଚାନେଲ୍ ର ମ୍ୟାନ୍ ଭର୍ସେସ୍ ୱାଇଲ୍ଡ, ପ୍ରସିଦ୍ଧ ଟିଭି ସୋ’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ମିଳିବ । ୧୨ଅଗଷ୍ଟ ରାତି ୯ଟାରେ ପ୍ରସାରିତ ହେବ ଏହି କାର୍ଯ୍ୟକ୍ରମ । ଏହି ଟିଭି ସୋ’ ର ପ୍ରସିଦ୍ଧ ହୋଷ୍ଟ ବେୟର ଗ୍ରିଲସ୍ ଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି, ଭାରତର ଜୈବ ବିବିଧତା ଏବଂ  ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଚାଲିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋଚନା କରିବେ ।

ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଆଡଭେଞ୍ଚର କରୁଥିବା ଦେଖିବାକୁ ମିଳିବ । ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ସୋ’ ହୋଷ୍ଟ ବେୟର ଗ୍ରୀଲ୍ସ ତାଙ୍କ ଟୁଇଟର ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି । ଏହି ସୋ’ ର ଟ୍ରେଲର ଦେଖିବାକୁ ମିଳିଛି । ଯେଉଁଥିରେ ମୋଦିଙ୍କୁ ବିଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି । ସ୍ପୋର୍ଟିଙ୍ଗ ଡ୍ରେସଅପରେ ଅଛନ୍ତି  ମୋଦି । ଜଙ୍ଗଲ ଭିତରେ ଚାଲିବା, ଛୋଟ ଡଙ୍ଗାରେ ନଦୀ ପାର କରିବା ଭଳି ବିଭିନ୍ନ ଆଡଭେଞ୍ଚର ମୁଦ୍ରାରେ ମୋଦିଙ୍କୁ ଦେଖିବାକୁ ମିଳୁଛି ।  ଏହି କାର୍ଯ୍ୟକ୍ରମରେ ଆଗରୁ ବାରାକ୍ ଓବାମାଙ୍କ ସମେତ ବିଶ୍ବର ଅନେକ ପ୍ରସିଦ୍ଧ ବ୍ୟକ୍ତି ସାମିଲ ହୋଇଛନ୍ତି।

   Related Posts