Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||

ଗୁରୁବାର ଦ୍ବିତୀୟ ଇନିଂସ ଆରମ୍ଭ କରିବେ ନରେନ୍ଦ୍ର ମୋଦି : ଏଥିପାଇଁ ଜୋରଦାର ହୋଇଛି ପ୍ରସ୍ତୁତି

26/05/2019 at 11:29 AM

ନୂଆଦିଲ୍ଲୀ ୨୬/୫: ଗୁରୁବାର ଦ୍ବିତୀୟ ଇନିଂସ ଆରମ୍ଭ କରିବେ ନରେନ୍ଦ୍ର ମୋଦି । ମୋଦିଙ୍କ ସହ ଶପଥ ନେବେ ତାଙ୍କ କ୍ୟାବିନେଟ୍ । ଏଥିପାଇଁ ଜୋରଦାର ହୋଇଛି ପ୍ରସ୍ତୁତି । ତେବେ ମୋଦିଙ୍କ ଦ୍ବିତୀୟ ପାଳିରେ ଓଡ଼ିଶାରୁ କେଉଁମାନେ ମନ୍ତ୍ରୀ ପଦ ପାଇବେ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା, ଆଲୋଚନା । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାର ତିନି ରୁ ଚାରି ଜଣଙ୍କୁ ମନ୍ତ୍ରିପଦ ମିଳିବ ବୋଲି ଚର୍ଚ୍ଚା ହେଉଛି । ପୂର୍ବଥର ଭଳି ଏଥର ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।

ଏହି ଦୁଇ ନେତାଙ୍କ ବାଦ୍ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓଙ୍କୁ ନେଇ ଚାଲିଛି ଚର୍ଚ୍ଚା । ଭୁବନେଶ୍ବର ଲୋକସଭା ଆସନରୁ ବିଜୟୀ ଅପରାଜିତା ଷଡଙ୍ଗୀ ମନ୍ତ୍ରୀପଦ ଦୌଡରେ ସବୁଠୁ ଆଗରେ ଅଛନ୍ତି । ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ସାମିଲ ହୋଇଥିଲେ ଅପରାଜିତା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ତାଙ୍କର ସୁସଂପର୍କ ରହିଥିବାରୁ ମନ୍ତ୍ରୀପଦ ପାଇଁ ତାଙ୍କ ନାଁ ଅଧିକ ଚର୍ଚ୍ଚାରେ ରହିଛି । ଆରଏସଏସରୁ ରାଜନୀତିକୁ ଆସିଥିବା ପ୍ରତାପ ଷଡଙ୍ଗୀ ମଧ୍ୟ ଅନ୍ୟତମ ଦାବିଦାର । ସେହିପରି ୪ ଥର ପାର୍ଲାମେଣ୍ଟକୁ ନିର୍ବାଚିତ ସଂଗୀତା ସିଂହଦେଓ ବି ଅଛନ୍ତି ଦୌଡରେ ।

   Related Posts