Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଟ୍ୱିଟରରେ ପ୍ରଧାନମନ୍ତ୍ରୀଙ୍କ ଫଲୋଅର୍ସ ସଂଖ୍ୟା ୭୦ ମିଲିୟନ ଟପିଲା, ସାରା ବିଶ୍ୱର ଟପ୍ ଲିଡରଙ୍କୁ ପକାଇଲେ ପଛରେ

29/07/2021 at 1:46 PM

ନୂଆଦିଲ୍ଲୀ, ୨୯/୦୭:  ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଲୋଅର୍ସ ସଂଖ୍ୟା ୭୦ ମିଲିୟନ ହୋଇଯାଇଛି । ଏହାସହ ସେ ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଫଲୋ କରାଯାଇଥିବା ନେତା ତାଲିକାରେ ପୁଣି ଥରେ ଏକ ନମ୍ବରରେ ପହଁଚିଛନ୍ତି । ୭୦ ମିଲିୟନ ଫଲୋଅର୍ସ ହେବା ପରେ ସୋସିଆଲ ମିଡିଆରେ ମୋଦୀଙ୍କ ଲୋକପ୍ରିୟତା ବଢୁଥିବା ସ୍ପଷ୍ଟ ହୋଇଛି । ତେବେ ମୋଦୀଙ୍କ ପୂର୍ବରୁ ଏହି ରେକର୍ଡ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଥିଲା ।

ଟ୍ରମ୍ପଙ୍କୁ ଟ୍ୱିଟରରେ ୮୮.୭ ମିଲିୟନ ୟୁଜର ଫଲୋ କରୁଥିଲେ  । ସେହି ସମୟରେ ମୋଦୀ ଦୁଇ ନମ୍ବରରେ ରହିଥିଲେ । ସେହି ସମୟରେ ମୋଦୀଙ୍କର ୬୪.୭ ମିଲିୟନ ଅର୍ଥାତ ୬ କୋଟି ୪୭ ଲକ୍ଷ ଫଲୋଅର୍ସ ରହିଥିଲେ । ଏବେ ମୋଦୀଙ୍କ ଫଲୋଅର୍ସ ସଂଖ୍ୟା ୭ କୋଟି ଟପିଛି ।  ତେବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ୨୦୧୦ ମସିହାରେ ମୋଦୀଙ୍କର କେବଳ ୧ ଲକ୍ଷ ଫଲୋଅର୍ସ ରହିଥିଲେ ।

କେବଳ ଏତିକି ନୁହେଁ, ୨୦୨୦ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଟ୍ୱିଟର, ୟୁଟ୍ୟୁବ ଓ ଗୁଗଲ ସର୍ଚ୍ଚରେ ସହ ଟ୍ରେଡିଂରେ ଟପରେ ଥିଲା ଭାରତର ପ୍ରଧାନମନ୍ତ୍ରୀ । ଯାହା କେବଳ ଭାରତ ନୁହେଁ ସାରା ଇଣ୍ଟରନେଟରେ ହିଁ ତାଙ୍କର ଲୋକପ୍ରିୟତା ରହିଥିବା ପ୍ରମାଣିତ କରିଥିଲା ।

ସୂଚନାଯୋଗ୍ୟ, ଅନ୍ୟମାନଙ୍କ ମଧ୍ୟରେ ରାହୁଲ ଗାନ୍ଧୀଙ୍କର ୧୯.୪ ମିଲିୟନ ଫଲୋଅର୍ସ ରହିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ୬ ମିଲିୟନ ଫଲୋଅର୍ସ ରହିଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ୨୨.୮ ମିଲିୟନ ଫଲୋଅର୍ସ ରହିଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଲୋଅର୍ସ ସଂଖ୍ୟା ୧୪. ୫ ମିଲିୟନ ।   

   Related Posts