ଆସନ୍ତାକାଲି ସଂଧ୍ୟା ୭ଟାରେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି : ୬୫୦୦ ଅତିଥି ସାମିଲ ହେବେ ଉତ୍ସବରେ, ପାକିସ୍ତାନକୁ ଦିଆଯାଇନି ନିମନ୍ତ୍ରଣ

Published By : Prameya-News7 Bureau | May 29, 2019 IST

ନୂଆଦିଲ୍ଲୀ ୨୯|୫: କାଲି କେନ୍ଦ୍ରରେ ଶପଥ ନେବ ନୂଆ ସରକାର । ରାଷ୍ଟ୍ରପତି ଭବନରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ହେବ । ୩୦ମେ‘ରେ ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ନରେନ୍ଦ୍ର ମୋଦିଙ୍କ ତାଜପୋଶୀ ପାଇଁ ବ୍ୟାପକ ଆ​‌ୟୋଜନ କରାଯାଇଛି । ୨୦୧୪ ଅପେକ୍ଷା ୨୦୧୯ରେ ମୋଦି ସରକାରଙ୍କ ଶପଥ ସମାରୋହରେ ଅନେକ ନୂଆ କଥା ଦେଖିବାକୁ ମିଳିବ ।

{"id":117370}

୩୦ ମେ’, ଗୁରୁବାର । ସମୟ ସଂଧ୍ୟା - ୭ଟା । କେନ୍ଦ୍ରରେ ଶପଥ ନେବ ନୂଆ ସରକାର । ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ନୂଆ ସରକାରର ଶପଥ ଗ୍ରହଣ ସମାରୋହ ପାଇଁ ବ୍ୟାପକ ଆ​‌ୟୋଜନ କରାଯାଇଛି । ତେବେ ୨୦୧୪ ଅପେକ୍ଷା ୨୦୧୯ରେ ମୋଦି ସରକାରଙ୍କ ଶପଥ ସମାରୋହରେ ଅନେକ ନୂଆ କଥା ଦେଖିବାକୁ ମିଳିବ । ୨୦୧୪ରେ ଶପଥ ଗ୍ରହଣ ସମାରୋହରେ ପାଖାପାଖି ୫ହଜାର ଅତିଥି ଯୋଗଦେଇଥିଲେ । ହେଲେ ୨୦୧୯ ଶପଥ ସମାରୋହରେ ୬ହଜାର ୫୦୦ ଜଣ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥର ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହ ରାଷ୍ଟ୍ରପତି ଭବନର ଫୋରକୋର୍ଟରେ ହେବ । ଯାହା ରାଷ୍ଟ୍ରପତି ଭବନର ମେନ୍‌ ଗେଟ୍‌ ଏବଂ ମେନ୍‌ ବିଲଡିଂ ମଝିରେ ଥିବା ସାନ୍‌ଦାର ରାସ୍ତା । ଯାହାକୁ ରାଷ୍ଟ୍ରପତି ଭବନକୁ ଆସୁଥିବା ଅତିଥି କିମ୍ବା ସରକାରଙ୍କ ଖାସ୍‌ ଗେଷ୍ଟ ଆଉ ଚେଞ୍ଜ ଅଫ ଗାର୍ଡ଼ ସେରିମନି ପାଇଁ ବ୍ୟବହାର କରାଯାଏ ।

{"id":117364}

ଚତୁର୍ଥ​‌ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ରାଷ୍ଟ୍ରପତି ଭବନରେ ଥିବା ଦରବାର ହଲରେ ନହୋଇ ଫୋରକୋର୍ଟରେ ହେବ । ଯୋଉଠି ୨୦୧୪ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାର୍କ ଦେଶର ପ୍ରମୁଖ ଅଂଶଗ୍ରହଣ କରିଥିଲେ ସେଠି ଏଥର ବିମ୍‌ସ୍‌ଟେକ୍‌ ଦେଶଗୁଡ଼ିକର ରାଷ୍ଟ୍ରାଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରାଯାଇଛି । ହେଲେ ୨୦୧୯ରେ ମୋଦି ସରକାରଙ୍କ ଶପଥ ଉତ୍ସବକୁ ପାକିସ୍ତାନକୁ ନିମନ୍ତ୍ରଣ କରାଯାଇନାହିଁ । ୨୦୧୪ରେ ପାକିସ୍ତାନର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କୁ ନିମନ୍ତ୍ରଣ କରାଯାଇଥିଲା ।  ଏହା ଛଡ଼ା ସବୁ ରାଜନୈତିକ ଦଳର ଅଧ୍ୟକ୍ଷ, ରାଜନୀତିର ବଡ଼ ନେତା, ଏବଂ ଦେଶର ନାମୀଦାମି ହସ୍ତିଙ୍କୁ ଡକାଯାଇଛି । ତେବେ ବିଦେଶୀ ନେତାଙ୍କ ସହ ମୋଦିଙ୍କ ଶପଥ ଗ୍ରହଣ ସମାବେଶରେ ଅନେକ ବିରୋଧୀ ନେତା ମଧ୍ୟ ସାମିଲ ହେବେ । 

{"id":117366}

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମୋଦିଙ୍କ ଶପଥ ଗ୍ରହଣ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ହେଲେ ଆସିବେନି ମମତା ବାନାର୍ଜୀ । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ ମୋଦିଙ୍କ ଶପଥ ଗ୍ରହଣ ସମାବେଶରେ ଯୋଗଦେବେ ବୋଲି କୁହାଯାଉଥିଲେ ମଧ୍ୟ ଏବେ ୟୁ-ଟର୍ଣ୍ଣ ମାରିଛନ୍ତି ମମତା । ନିଜ ଟ୍ବିଟରରେ ମମତା ଲେଖିଛନ୍ତି, ଗଣତନ୍ତ୍ରର ଉତ୍ସବରେ ଜସନ୍‌ ମନାଇବାକୁ ଶପଥ ଗ୍ରହଣ ଏକ ପବିତ୍ର ମୌକା ହୋଇଥାଏ । ହେଲେ ଏଭଳି ଶପଥ ଗ୍ରହଣ ଉତ୍ସବରେ ଅନ୍ୟ ରାଜନୈତିକ ଦଳର ମହତ୍ବହାନୀ ପାଇଁ ପ୍ରୟାସ କରାଯାଉଛି ।

{"id":117367}

ସେହିଭଳି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ମଧ୍ୟ ମୋଦିଙ୍କ ଶପଥ ସମାରୋହରେ ଯୋଗଦେବେନି ବୋଲି କୁହାଯାଉଛି । ତେବେ ଦକ୍ଷିଣ ଭାରତର ସୁପରଷ୍ଟାର ଏବଂ ନିକଟରେ ରାଜନୀତିରେ ଏଣ୍ଟ୍ରି କରିଥିବା କମଲ ହାସନ ଏବଂ ରଜନୀକାନ୍ତଙ୍କୁ ମଧ୍ୟ ମୋଦି ସରକାରଙ୍କ ଶପଥ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ଅଭିନେତାରୁ ରାଜନେତା ବନିଥିବା ରଜନୀକାନ୍ତଙ୍କ କହିବା କଥା ଜବାହର ଲାଲ୍‌ ନେହେରୁ, ଇନ୍ଦିରାଗାନ୍ଧି, ରାଜୀବ ଗାନ୍ଧି ଏବଂ ଅଟଳ ବିହାରି ବାଜପେୟୀଙ୍କ ପରେ ମୋଦିଙ୍କ ପାଖରେ ହିଁ  ଦେଶବାସୀଙ୍କୁ ନିଜ ଆଡ଼କୁ ଆକର୍ଷିତ କରିପାରୁଥିବା ଦକ୍ଷତା ରହିଛି ।

{"id":117368}

ଏସବୁ ଭିତରେ ମୋଦିଙ୍କ ଶପଥ ଗ୍ରହଣ ସମାବେଶରେ ଭିଆଇପି, ଭିଭିଆଇପିଙ୍କ ବ୍ୟତୀତ ଏମିତି କିଛି ପରିବାର ବି ସାମିଲ ହେବେ ଯେଉଁମାନେ ବିଜେପିକୁ ଆଗକୁ ବଢ଼ାଇବାକୁ ନିଜର ବଳିଦାନ ଦେଇଛନ୍ତି ।  ପଶ୍ଚିମବଙ୍ଗରେ ହୋଇଥିବା ରାଜନୈତିକ ହିଂସାରେ ଜୀବନ ହରାଇଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କ ପରିବାରଙ୍କୁ ମଧ୍ୟ ଶପଥ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି ।

{"id":117369}

ତେବେ ମୋଦିଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ ଓଡ଼ିଶାରୁ କେଉଁ ବିଜେପି ସାଂସଦମାନେ ସୁଯୋଗ ପାଉଛନ୍ତି ତାହା ଦେଖିବାର କଥା । କୁହାଯାଉଛି ଅତି କମ୍‌ରେ ୩ଜଣଙ୍କୁ ମିଳିପାରେ ମନ୍ତ୍ରୀ ପଦ । ସେପଟେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ୍‌ ନହେବାକୁ ଚିଠି ଲେଖି ଜଣାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି । ଏମିତିରେ ପିୟୁଷ ଗୋୟଲଙ୍କୁ ଅର୍ଥ ବିଭାଗ ଦାୟିତ୍ବ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ରାଜ୍ୟସଭାରୁ ଇସ୍ତଫା ଦେବା ପରେ  ଅମିତ୍‌ ଶାହା ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିପାରେ । ଏମିତି ହେଲେ ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜେ.ପି ନଡ୍ଡାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଆସନ୍ତା କାଲି ହିଁ ଏସବୁ ସସ୍‌ପେନ୍‌ସ୍‌ ଉପରୁ ପରଦା ହଟିବ ବୋଲି କହିପାରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.