ଭିଡିଓ କନଫରେନ୍ସିଂ ମାଧ୍ୟମରେ ସଚିନ-ସିନ୍ଧୁଙ୍କ ସମେତ ୪୦ ଜଣ ସେଲିବ୍ରିଟିଙ୍କ ସହ ମୋଦୀଙ୍କ ଆଲୋଚନା: କୋଭିଡ ମୁକାବିଲା ପାଇଁ ଦେଲେ ୫ଟି ମନ୍ତ୍ର

Published By : Prameya-News7 Bureau | April 04, 2020 IST

ନୂଆଦିଲ୍ଲୀ ୦୪/୦୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଖେଳାଳିଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶରେ କରୋନା ବୃଦ୍ଧି ପରିସ୍ଥିତି ଉପରେ ଆଲୋକପାତ କରିଛନ୍ତି। ଏଥିରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନିଙ୍କ ସମେତ ୪୦ ଜଣ ଶ୍ରେଷ୍ଠ ଖେଳାଳି ସାମିଲ ହୋଇଥିଲେ। ଏହି ସମୟରେ ମୋଦୀ ଏହି ସମସ୍ତ ଖେଳାଳିଙ୍କୁ କରୋନା ବିରୋଧରେ ଲଢେଇରେ ଯୋଗଦେବାକୁ ନିବେଦନ କରିଥିଲେ। ଅତୀତରେ ମୋଦୀ କ୍ରୀଡା ଭେଟେରାନମାନଙ୍କୁ କରୋନା ବିରୋଧ ଲଢେଇରେ ଦାନ କରିବାକୁ ନିବେଦନ କରିଥିଲେ।

୨୧ ଦିନିଆ ଲକଡାଉନ ପରେ ମୋଦୀ ପ୍ରଥମ ଥର ପାଇଁ ଖେଳାଳିଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ପି.ଟି ଉଷା, ପୁଲେଲା ଗୋପୀଚାନ୍ଦ, ବିଶ୍ୱନାଥ ଆନନ୍ଦ, ହିମା ଦାସ, ଶରଦ କୁମାର, ବଜରଙ୍ଗ ପୁନିଆ, ପିଭି ସିନ୍ଧୁ, ରୋହିତ ଶର୍ମା, ବିରେନ୍ଦର ସେହୱାଗ, ଯୁବରାଜ ସିଂ ଏବଂ ଚେତେଶ୍ୱର ପୂଜାରା ମଧ୍ୟ ସାମିଲ ହୋଇଥିଲେ।

{"id":248738,"width":757,"height":568,"sizeSlug":"large"}

କରୋନା ବିପକ୍ଷରେ ଲଢେଇ ପାଇଁ ମୋଦୀ ୫ ଟି ମନ୍ତ୍ର ଦେଇଛନ୍ତି। ଏଗୁଡ଼ିକ ହେଉଛି ସଂକଳ୍ପ, ସଂଯମତା, ସକରାତ୍ମକତା, ସମ୍ମାନ ଏବଂ ସହଯୋଗ | ଟିମ୍ ଇଣ୍ଡିଆ ଭାବରେ କରୋନା ବିପକ୍ଷରେ ଲଢେଇ ଭାରତୀୟ ଦଳ ଜିତିବାକୁ ମୋଦୀ ସମସ୍ତଙ୍କୁ କହିଥିଲେ। ମୋଦୀ କହିଛନ୍ତି ଯେ ସମସ୍ତ ଖେଳାଳି ଦେଶ ପାଇଁ ପୁରସ୍କାର ଆଣିଛନ୍ତି। ବର୍ତ୍ତମାନ ସମୟ ଆସିଛି ଏହି କଠିନ ପରିସ୍ଥିତିରେ ଦେଶବାସୀଙ୍କ ମନୋବଳ ବଢାଇବା ଏବଂ ସକାରାତ୍ମକ ଚିନ୍ତାଧାରା ବିସ୍ତାର କରିବା। ”ଏଥି ସହିତ ସମସ୍ତ ଖେଳାଳି ଦେଶର ସ୍ୱାର୍ଥ ଦୃଷ୍ଟିରୁ ଠିକ୍ ସମୟରେ ପଦକ୍ଷେପ ଗ୍ରହଣ କରିଥିବାରୁ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହାପୂର୍ବରୁ ଶୁକ୍ରବାର ଦିନ ମୋଦୀ ଦେଶବାସୀଙ୍କ ସହ ୧୨ ମିନିଟର ଭିଡିଓ ବାର୍ତ୍ତା ସେୟାର କରିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ବିପକ୍ଷରେ ୯ ଦିନିଆ ଲକଡାଉନରେ ଲୋକମାନେ ଅନୁଶାସନ ପ୍ରଦର୍ଶନ କରିଛନ୍ତି। ଏପ୍ରିଲ୍ର ୫ ତାରିଖ ବିବାର ଦିନ ରାତି ୯ଟା ସମୟରେ ଆପଣ ସମସ୍ତ ଲାଇଟ୍ ୯ ମିନିଟ୍ ପାଇଁ ବନ୍ଦ କରି ଏକ ମହମବତୀ, ଫ୍ଲାସ୍ ଲାଇଟ୍, ଲ୍ୟାମ୍ପ କିମ୍ବା ମୋବାଇଲ୍ ଫ୍ଲାସ୍ ଲାଇଟ୍ ଜାଳିବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି |

ଶୁକ୍ରବାର ଦିନ କରୋନାର ୫୩ ଟି ନୂଆ ମାମଲା ରିପୋର୍ଟ ହୋଇଥିଲା। ଏହା ସହିତ ଦେଶରେ ସମୁଦାୟ ସଂକ୍ରମିତ ସଂଖ୍ୟା ୨୬୦୨ କୁ ବୃଦ୍ଧି ପାଇଛି | ୧୯୧୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୨ ଜଣଙ୍କର ମୃତ୍ୟୁ ହୋଇଛି। ଏହାପୂର୍ବରୁ ଗୁରୁବାର ଦିନ ସାରା ଦେଶରେ ୪୮୬ ରୋଗୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ସଂକ୍ରମଣ ଅଟେ | ନିକଟରେ ବିସିସିଆଇ ୫୧ କୋଟି, ସଚିନ ୫୦ ଲକ୍ଷ, ଗୌତମ ଗମ୍ଭୀର ୧ କୋଟି ଟଙ୍କା ଏବଂ ୨ ବର୍ଷର ଦରମା, ରୋହିତ ଶର୍ମା ୮୦ ଲକ୍ଷ ଟଙ୍କା, ସୁରେଶ ରାଇନା ୫୨ ଲକ୍ଷ ଟଙ୍କା ଦେଇଛନ୍ତି ଦାନ କରିଛନ୍ତି । ଏଥି ସହିତ ଗାଙ୍ଗୁଲି ୫୧ ଲକ୍ଷ ଟଙ୍କା ମୂଲ୍ୟର ଚାଉଳ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.