ଅନଲାଇନରେ ପ୍ରଧାନମନ୍ତ୍ରୀଙ୍କ ସପିଂ : ସାଲ୍, ଗାମୁଛା, ଫାଇଲ ଫୋଲ୍ଡର ଭଳି ୭ଟି ଜିନିଷ କିଣିଲେ, କିଣାକିଣି ସହ ରହିଛି ନିର୍ବାଚନୀ ରାଜ୍ୟର ସମ୍ପର୍କ !

Published By : Prameya-News7 Bureau | March 08, 2021 IST

ନୂଆଦିଲ୍ଲୀ,୦୮/୦୩:  ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ସୋମବାର କିଛି ଖାସ୍ ଜିନିଷ କିଣିଛନ୍ତି । ଏନେଇ ମୋଦୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ମହିଳା ଉଦ୍ୟୋଗୀ ଓ ଡିଜାଇନରଙ୍କ ଦ୍ୱାରା ତିଆରି ହୋଇଥିବା କିଛି ସାମଗ୍ରୀ କ୍ରୟ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ସମସ୍ତ ସାମଗ୍ରୀ ବାବଦରେ ମୋଦୀ ସୂଚନା ଦେବା ସହ ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି । ଏଥିରେ ତାମିଲନାଡୁର ଖାସ୍ ସାଲ୍, ପଶ୍ଚିମବଙ୍ଗର ଫାଇଲ ପୋଲ୍ଡର, ଆସାମର ଗାମୁଛା ଭଳି ସାମଗ୍ରୀ ରହିଛି ।

wp:html /wp:html wp:html /wp:html wp:html /wp:html wp:html /wp:html wp:html /wp:html wp:html /wp:html wp:html /wp:html

ସବୁଠାରୁ ରୋଚକ କଥା ଏହା ଯେ, ମୋଦୀ ଯେଉଁ ସବୁ ସାମଗ୍ରୀ କିଣିଛନ୍ତି ତାହାର ସମ୍ପର୍କ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ସହ ରହିଛି । ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଓ ଆସାମ ଭଳି ରାଜ୍ୟ ଏଥିରେ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଏହା ପୂର୍ବରୁ ସୋମବାର ସକାଳେ ଟ୍ୱିଟ୍ କରି ମହିଳା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ, ମହିଳାମାନେ ଲଗାତର ଭାବେ ସମାଜକୁ ଆଗକୁ ବଢାଇବା ପାଇଁ କାମ କରୁଛନ୍ତି । ସରକାର ମଧ୍ୟ ନାରୀଶକ୍ତିକୁ ମଜବୁତ କରିବାକୁ ପ୍ରୟାସ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.