ସତ୍ୟର ସନ୍ଧାନରେ ୨ ବର୍ଷ ପର୍ଯ୍ୟନ୍ତ ହିମାଳୟର ବିଭିନ୍ନ ଗୁମ୍ଫାରେ ବୁଲୁଥିଲେ ନରେନ୍ଦ୍ର ମୋଦି, ତା'ପରେ...

Published By : Prameya-News7 Bureau | June 22, 2019 IST

ନରେନ୍ଦ୍ର ମୋଦିଙ୍କ ମା ହୀରାବେନ ନିଜର ୧୨ ବର୍ଷର ପୁଅର କୁଣ୍ଡଳି ବଡନଗର ଆସିଥିବା ଜଣେ ଜ୍ୟୋତିଷଙ୍କୁ ଦେଖାଇଥିଲେ । ପୁଅର କୁଣ୍ଡଳି ଦେଖି ଜ୍ୟୋତିଷ କହିଥିଲେ ଯେ, ତାଙ୍କ ପୁଅ ରାଜା ହେବ ନଚେତ ଶଙ୍କରାଚାର୍ଯ୍ୟଙ୍କ ଭଳି ଜଣେ ମହାନ ସନ୍ଥ । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ମେହସନରେ ଜନ୍ମ ହୋଇଥିଲେ ନରେନ୍ଦ୍ର ମୋଦି । ବିଛା ଲଗ୍ନରେ କର୍କଟ ନବାଂଶ ବିଛା ରାଶିରେ ନରେନ୍ଦ୍ର ମୋଦିଙ୍କ ଜନ୍ମ ।

ପିଲାବେଳେ ମୋଦି ସାଧୁ ସନ୍ଥଙ୍କୁ ଦେଖିଲେ ତାଙ୍କ ପଛେ ପଛେ ପଳାଉଥିଲେ । ଏହା ଦେଖି ତାଙ୍କ ମାତା ପିତା ଭାବୁଥିଲେ ତାଙ୍କ ପୁଅ ବୋଧେ ସାଧୁ ହୋଇଯିବ । ନରେନ୍ଦ୍ର ମୋଦିଙ୍କ ଏଭଳି କାର୍ଯ୍ୟକଳାପ ଦେଖି ତାଙ୍କ ମାତା ପିତା ଡରି ଯାଇଥିଲେ ଏବଂ ତାଙ୍କ ବିନା ଅନୁମତିରେ ତାଙ୍କ ବିବାହ ଯଶୋଦାବେନଙ୍କ ସହ କରି ଦେଇଥିଲେ ।

{"id":125867,"width":573,"height":496}

ସେତେବେଳେ ବାଲ୍ୟ ବିବାହ ହେଉଥିଲା । ବାଲ୍ୟ ବିବାହ ପରେ ବୋହୁ ଶାଶୁ ଘରେ ନ ରହି ନିଜ ବାପା ଘରେ ହିଁ ରହୁଥିଲେ । ସାବାଳିକା ହେବାପରେ ସେ ନିଜ ଶାଶୁ ଘରକୁ ଫେରୁଥିଲେ । ଏଥିପାଇଁ ସ୍ୱାମୀ ତାଙ୍କୁ ନେବା ପାଇଁ ଯାଉଥିଲେ ।

{"id":125871}

ନରେନ୍ଦ୍ର ମୋଦିଙ୍କ ବିବାହର କିଛି ବର୍ଷ ପରେ ତାଙ୍କ ମା ହୀରାବେନ କହିଥିଲେ ଯେ, ରୀତି ଅନୁଯାୟୀ ସେ ଯାଇ ନିଜ ପତ୍ନୀକୁ ତାଙ୍କ ଘରୁ ନେଇ ଆସନ୍ତୁ । କିନ୍ତୁ ମାଙ୍କ କଥାରେ ନରେନ୍ଦ୍ର ମୋଦି ରାଜି ହୋଇନଥିଲେ । ସେ ସାଂସାରିକ ଜୀବନ ବିତାଇବାକୁ ଚାହୁଁନଥିଲେ । ସେଥିପାଇଁ ସେ ହିମାଳୟ ଚାଲି ଯାଇଥିଲେ । ହିମାଳୟ ଯାଇ ଜୀବନର ଅସଲ ସତ୍ୟର ସନ୍ଧାନ କରିଥିଲେ । କିନ୍ତୁ ତାଙ୍କ ଘରଲୋକ ତାଙ୍କ ପତ୍ନୀଙ୍କୁ ଆଣିବା ପାଇଁ ତାଙ୍କ ଉପରେ ଚାପ ପକାଇଥିଲେ । ଏଥିରେ ବିତୃଷ୍ଣ ହୋଇ ନରେନ୍ଦ୍ର ମୋଦି ଅଧା ରାତିରେ ଘର ଛାଡି ପଳାଇଥିଲେ ।

{"id":125868,"width":576,"height":323}

ନରେନ୍ଦ୍ର ମୋଦି, ଦ ଆର୍କିଟେକ୍ଟ ଅଫ ମଡେର୍ନ ଷ୍ଚେଟର ଲେଖିକା କାଳିନ୍ଦୀ ରନ୍ଦେରୀଙ୍କ ଅନୁଯାୟୀ, ନରେନ୍ଦ୍ର ମୋଦି ୨ ବର୍ଷ ପର୍ଯ୍ୟନ୍ତ ହିମାଳୟର ବିଭିନ୍ନ ଗୁମ୍ଫାରେ ସାଧୁ ସନ୍ଥଙ୍କ ସହ ଘୁରି ବୁଲିଲେ । ତାଙ୍କୁ ଜଣେ ସାଧୁ ପଚାରିଥିଲେ ସେ ସେଠାରେ କଣ କରୁଛନ୍ତି । ମୋଦି କହିଥିଲେ ସେ ଭଗବାନଙ୍କୁ ଖୋଜୁଛନ୍ତି ।

{"id":125870,"align":"center"}

ମୋଦିଙ୍କ କଥା ଶୁଣି ସାଧୁ ଜଣକ କହିଥିଲେ ଯେ, ତାଙ୍କ ବୟସ ଏହି ଗୁମ୍ଫାରେ ବୁଲିବା ପାଇଁ ନୁହେଁ । ଏହି ବୟସରେ ସେ ଗୁମ୍ଫାରେ ବୁଲିବା ଉଚିତ ନୁହେଁ । ବରଂ ସମାଜସେବା କରି ମଧ୍ୟ ସେ ଭଗବାନଙ୍କୁ ପ୍ରାପ୍ତି କରିପାରିବେ । ସାଧୁଙ୍କ କଥା ଶୁଣି ସେ ନିଜ ଘରକୁ ଫେରି ଯାଇଥିଲେ । କିନ୍ତୁ ବୈବାହିକ ଜୀବନରୁ ଅଲଗା ହେବ ପାଇଁ ନିଷ୍ପତ୍ତି ନେଇଥିଲେ ।

{"id":125869,"width":575,"height":383}

୧୭ ବର୍ଷ ବୟସରେ ନରେନ୍ଦ୍ର ମୋଦି ସନ୍ୟାସ ଜୀବନ ପ୍ରତି ପ୍ରଭାବିତ ହୋଇଥିଲେ । ୧୯୬୭ ମସିହାରେ ସେ କୋଲକାତାର ବେଲୁର ମଠକୁ ମଧ୍ୟ ଯାଇଥିଲେ । ସେଠାରେ ସେ ସ୍ୱାମୀ ମାଧବାନନ୍ଦଙ୍କ ସହ ସାକ୍ଷାତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.