Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

‘ବ୍ୟବସାୟ କରିବା ସରକାରଙ୍କ କାମ ନୁହେଁ’, ଘରୋଇକରଣକୁ ନେଇ ଏମିତି କହିଲେ ପ୍ରଧାନମନ୍ତ୍ରୀ

24/02/2021 at 8:39 PM

ନୂଆଦିଲ୍ଲୀ ୨୪/୦୨: ଲୋକଙ୍କ କଲ୍ୟାଣ କଥା ଚିନ୍ତା କରିବା ସରକାରଙ୍କ କାମ। ବ୍ୟବସାୟ କରିବା ସରକାରଙ୍କ କାମ ନୁହେଁ। ବୁଧବାର ବଜେଟ ସମ୍ବନ୍ଧୀୟ ଓ୍ବେବିନାରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ମୋଦୀ ଲୋକଙ୍କ କଲ୍ୟାଣ ତଥା ବିକାଶ ଉପରେ ଜୋର ଦେଇଛନ୍ତି। ଏହା ସହ ସେ କହିଛନ୍ତି, ସରକାର ନିଜେ ବେପାର ସମ୍ଭାଳିବେ, ତାର ମାଲିକ ହେବେ, ଆଜିର ଯୁଗରେ ଏହାର ଆବଶ୍ୟକତା ନାହିଁ। ଏଭଳି କରିବା ବି ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ସରକାର ବ୍ୟବସାୟ କରିଲେ ଅଧିକ କ୍ଷତି ହେଉଛି କାରଣ କିଛି ନିର୍ଣ୍ଣୟ କରିବା ବେଳେ ଅନେକ ପ୍ରତିବନ୍ଧ ଆସେ। ସରକାରରେ ବାଶିଜ୍ୟିକ ନିଷ୍ପତ୍ତିର ଅଭାବ ରହିଛି। ସମସ୍ତଙ୍କୁ ଅଭିଯୋଗ ଏବଂ କୋର୍ଟର ଭୟ ରହୁଛି। ତେଣୁ ‘ଯେମିତି ଚାଲୁଛି ସେମିତି ଚାଲୁ’ ନୀତିରେ ବ୍ୟବସାୟ ହେଉଛି । ଏମିତି ହେବା ଆଦୌ ଉଚିତ ନୁହେଁ ବୋଲି ମୋଦୀ କହିଛନ୍ତି।

ଘରୋଇକରଣ ଉପରେ  ମୋଦୀ କହିଛନ୍ତି, ଅନେକ ପିଏସୟୁ ଘାଟାରେ ଚାଲିଛି ଆଉ କିଛି କରଦାତାଙ୍କ ଟଙ୍କାରେ ଚାଲିଛି। ଘାଟାରେ ଚାଲିଥିବା ପିଏସୟୁକୁ ଆର୍ଥିକ ସମର୍ଥନ ଦେବା ଦ୍ବାରା ଅର୍ଥ ବ୍ୟବସ୍ଥା ଉପରେ ବୋଝ ବଢ଼ୁଛି। ପୀଢ଼ି ପରେ ପୀଢ଼ି ଚାଲିଆସିଛି ବୋଲି ସରକାରୀ କମ୍ପାନୀଗୁଡ଼ିକ ଚଲାଇବା ଠିକ୍‌ ନୁହେଁ। ଘରୋଇକରଣ ଉପରେ ଆୟୋଜିତ ଓ୍ବେବିନାରରେ ମୋଦୀ ୨୦୨୧-୨୨ ବଜେଟ୍‌କୁ ପ୍ରଶଂସା କରିଛନ୍ତି।

ଏହା ସହ, ୪ଟି ରଣନୈତିକ କ୍ଷେତ୍ରକୁ ଛାଡ଼ି ସମସ୍ତ ପିଏସ୍‌ୟୁ ଘରୋଇକରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବ୍ୟବସାୟ କରିବା ସରକାରଙ୍କ କାମ ନୁହେଁ। ସରକାରଙ୍କ ପାଖରେ ଅନେକ ସମ୍ପତି ରହିଛି ଯାହା ଆଜି ଯାଏଁ ବ୍ୟବହୃତ ହୋଇେନାହିଁ। ଏଭଳି ୧୦୦ ସମ୍ପତ୍ତିକୁ ବଜା​‌ରରେ ଲଗାଇ ୨.୫ ଲକ୍ଷ କୋଟି ଟଙ୍କା ଏକାଠି କରାଯିବ। ସରକାର ଏବେ ଆଧୁନିକୀକରଣ ଉପରେ ଜୋର ଦେଉଛନ୍ତି। ଘରୋଇ କ୍ଷେତ୍ରରୁ ଦକ୍ଷତା ଆସେ, ରୋଜଗାର ମିଳେ। ଘରୋଇକରଣ ପରେ ଯେଉଁ ଅର୍ଥ ମିଳିବ ତାହା ଲୋକଙ୍କ ପାଇଁ ଖର୍ଚ୍ଚ ହେବ ବୋଲି ନରେନ୍ଦ୍ର ମୋଦୀ କହିଛନ୍ତି।

   Related Posts