ମୋଦି କହିଥିଲେ, 'ଯେବେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ସେବେ ଅଯୋଧ୍ୟା ଆସିବି', ଭାଇରାଲ ହେଉଛି ୨୯ ବର୍ଷ ପୁରୁଣା ଫଟୋ

Published By : Prameya-News7 Bureau | July 30, 2020 IST

ନୂଆଦିଲ୍ଲୀ ୩୦/୦୭ : ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଭୂମିପୂଜନ କରିବେ | ଭୂମିପୂଜନ ପୂର୍ବରୁ ତିନି ଦଶକ ପୁରୁଣା କିଛି ଫଟୋ ଓ ବୟାନକୁ ଚର୍ଚ୍ଚା ଆରମ୍ଭ ହୋଇଛି | ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କ ସହିତ ରଥଯାତ୍ରା ସମୟର ତାଙ୍କର ଗୋଟିଏ ଫଟୋ ଓ ମୁରଲୀ ମନୋହର ଯୋଶୀଙ୍କ ସହିତ ୧୯୯୧ ମସିହାର ଅଯୋଧ୍ୟାର ଗୋଟିଏ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଏହାସହ ମୋଦିଙ୍କ ବୟାନକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ଯେଉଁଥିରେ ୨୯ ବର୍ଷ ପୂର୍ବରୁ ଅଯୋଧ୍ୟାରେ ସେ କହିଥିଲେ ଯେ 'ପୁଣି ସେତେବେଳେ ହିଁ ଏଠାକୁ ଆସିବି ଯେତେବେଳେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ' |

{"id":307649,"width":566,"height":332,"sizeSlug":"large"}

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କର ବହୁ ପୁରୁଣା ସମ୍ପର୍କ ରହିଛି | ୧୯୯୦ ମସିହାରେ ଆଡ଼ଭାନୀ ସୋମନାଥରୁ ଅଯୋଧ୍ୟା ଯାଏଁ ରଥଯାତ୍ରା ଆରମ୍ଭ କରିଥିଲେ ଏବଂ ସେହି ରଥରେ ମୋଦି ମଧ୍ୟ ବସିଥିଲେ | ରାମ ମନ୍ଦିର ନିର୍ମାଣକୁ ନେଇ ସମର୍ଥନ ପାଇଁ ଆଡ଼ଭାନୀ ୧୯୯୦ ମସିହା ସେପ୍ଟେମ୍ବର ୨୫ ତାରିଖରେ ଗୁଜରାଟ ସୋମନାଥରୁ ଯାତ୍ରା ଆରମ୍ଭ କରିଥିଲେ ଯାହାକୁ ବିଭିନ୍ନ ରାଜ୍ୟ ଦେଇ ଅକ୍ଟୋବର ୩୦ ତାରିଖରେ ଅଯୋଧ୍ୟାରେ ପହଞ୍ଚିବାର ଥିଲା | କିନ୍ତୁ ଏହି ରଥଯାତ୍ରା ଅଯୋଧ୍ୟା ଯାଏଁ ପହଞ୍ଚି ପାରିନଥିଲା | ବିହାରରେ ଆଡ଼ଭାନୀଙ୍କୁ ତତ୍କାଳ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଆଦେଶରେ ଅକ୍ଟୋବର ୨୩ ତାରିଖରେ ସମସ୍ତିପୁରରେ ଗିରଫ କରାଯାଇଥିଲା | 

{"id":307650,"width":577,"height":354,"sizeSlug":"large"}

ସେହି ସମୟର କିଛି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯେଉଁଥିରେ ମୋଦି ମଧ୍ୟ ଅଛନ୍ତି | ରଥଯାତ୍ରାରେ ମୋଦିଙ୍କୁ ସମନ୍ୱୟ ଦାୟିତ୍ୱ ମିଳିଥିଲା | ସେତେବେଳେ ମୋଦି ବିଜେପି ନ୍ୟାସନାଲ ଇଲେକ୍ସନ କମିଟିର ସଦସ୍ୟ ଥିଲେ | ଭାଇରାଲ ଫଟୋକୁ ନେଇ ସୋସିଆଲ ମିଡ଼ିଆ ୟୁଜର୍ସ ପ୍ରତିକ୍ରିୟା ରଖିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ପାଇଁ ଯେଉଁ ରଥଯାତ୍ରାକୁ ସେତେବେଳେ ବନ୍ଦ କରିଦିଆଯାଇଥିଲା ତାକୁ ବର୍ତ୍ତମାନ ମୋଦି ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାକୁ ଯାଉଛନ୍ତି |

{"id":307652,"sizeSlug":"large"}

ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ବାହାରିଥିବା ପ୍ରତି ଶବ୍ଦ ଭବିଷ୍ୟବାଣୀ ପ୍ରମାଣିତ ହୋଇଛି | ସେତେବେଳେ ମୋଦି ବି ଭାଵୀନଥିବେ ଯେ ତାଙ୍କରି ହାତରେ ରାମ ମନ୍ଦିର ଭୂମିପୂଜନ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.