Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆରବିଆଇର ଘୋଷଣା ପରେ ଟ୍ୱିଟ୍ କଲେ ମୋଦୀ, କହିଲେ…

17/04/2020 at 5:55 PM

ନୂଆଦିଲ୍ଲୀ, ୧୭|୦୪:  କରୋନା ସଙ୍କଟ ଓ ଲକଡାଉନ ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଅନେକ ବଡ ଘୋଷଣା କରିଛି । ଆରବିଆଇ ରେପୋ ରେଟ୍ କମାଇବା ସହ ବ୍ୟାଙ୍କରେ ଜମା ରାଶି ଉପରେ ସୁଧା ହାର କମ କରିଛି । ଆରବିଆଇ ତରଫରୁ ଦିଆଯାଇଥିବା ରିହାତିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏଥିରେ ଛୋଟ ବ୍ୟବସାୟୀ, ଏମଏସଏମଇ, କୃଷକ ଓ ଗରିବଙ୍କୁ ଫାଇଦା ମିଳିବ ବୋଲି ସେ କହିଛନ୍ତି ।

ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଆରବିଆଇର ଆଜିର ଘୋଷଣା ପରେ ନଗଦ ପ୍ରବାହ ବଢିବ । ଋଣରେ ସୁଧାର ଆସିବ । ଏହି ପଦକ୍ଷେପ ଦେଶର ଛୋଟ ବ୍ୟବସାୟୀ, ଏମଏସଏମଇ, କୃଷକ, ଗରବିଙ୍କୁ ସାହାଯ୍ୟ କରିବ । ଏହାସହ ଡବ୍ଲ୍ୟୁଏମଏର ସୀମା ବୃଦ୍ଧି ପାଇବା ପରେ ରାଜ୍ୟକୁ ସୁଫଳ ମିଳିବ ।

ଏହା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, କରୋନା ଭାଇରସ ସମୟରେ ଆର୍ଥିକ ସଙ୍କଟକୁ ରକ୍ଷା କରିବା ପାଇଁ ଆରବିଆଇ ନଗଦ ପ୍ରବାହକୁ ସରଳ କରିଛି । ବ୍ୟାଙ୍କ ଋଣ ପ୍ରଦାନକୁ ପ୍ରୋତ୍ସାହିତ କରାଯାଇଛି । ଆର୍ଥିକ ବୋଝ କମ କରିବା ପାଇଁ ଓ ବଜାରରେ କାରବାର ସ୍ୱାଭାବିକ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଏକ ବଡ ଘୋଷଣା କ୍ରମେ ରିଭର୍ସ ରେପୋ ରେଟରେ ୦.୨୫ ପ୍ରତିଶତ ହ୍ରାସ କରାଯାଇଛି । ଏହାସହ ଏବେ ଏହା ୩.୭୫ ପ୍ରତିଶତ ହୋଇଯାଇଛି । ନାବାର୍ଡ, ଏନଏଚବି ଓ ଏସଆଇଡିବିଆଇ ପାଇଁ ଆରବିଆଇ ବଡ ପ୍ୟାକେଜ ଘୋଷଣା କରିଛି । ଏହି ତିନୋଟି ସଂସ୍ଥାକୁ ରେପୋ ରେଟ୍ ଉପରେ ଋଣ ମିଳିବ । ଏନଏଚବିକୁ ୧୦ ହଜାର କୋଟି ଓ ନାବାର୍ଡକୁ ୨୫ ହଜାର କୋଟି ଟଙ୍କା ମିଳିବ ।ଏହାସହ ବଜାରରେ କ୍ୟାସ ସଙ୍କଟକୁ ପ୍ରତିହତ କରିବା ପାଇଁ ବ୍ୟାଙ୍କ ୫୦ ହଜାର କୋଟିର ଅତିରିକ୍ତ ଆର୍ଥିକ ସାହାଯ୍ୟ କରିବ । ବଜାରରେ ଏହି ଅର୍ଥକୁ ନିବେଶ କରାଯିବ । ଏଥିପାଇଁ ଟିଏଲଟିଆରଓ ଘୋଷଣା କରାଯାଇଛି ।

   Related Posts