'କରୋନା ମୁକାବିଲାରେ ଭାରତକୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଅନ୍ୟ ପାଇଁ ସୃୃଷ୍ଟି କରିଛି ଉଦାହରଣ'- ମୋଦୀ

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ, ୦୬|୦୪:  ଭାରତୀୟ ଜନତା ପାର୍ଟୀର ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି ଯେ, ଆଜି ମାନବ ଜାତି ସଙ୍କଟରେ ରହିଛି । ଦେଶ ଅନେକ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରହିଛି । ଏହି ସମୟରେ ସେ କର୍ମୀଙ୍କୁ ଅଦମ୍ୟ ସାହାସ ଦେଖାଇବାକୁ ପରାମର୍ଶ ଦେଇଛନ୍ତି ।

ମୋଦୀ କହିଛନ୍ତି ଯେ, ଭାରତ କରୋନା ମୁକାବିଲା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହାକୁ ତଳସ୍ତରରେ ମଧ୍ୟ ପହଁଚାଯାଇଛି । କରୋନା ଭାଇରସ ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି । ପୂର୍ବରୁ ଏବାବଦରେ କେହି କିଛି ଜାଣିନଥିଲେ । ସରକାର ବିମାନବନ୍ଦରରେ ସ୍କ୍ରିନିଂ କରିବା ସହ ଅନ୍ୟ ଦେଶରୁ ଭାରତକୁ ଆସୁଥିବା ବିଦେଶୀଙ୍କ ଉପରେ ରୋକ ଓ ସ୍ୱାସ୍ଥ୍ୟସେବାକୁ ସୁଦ୍ରୁଢ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଭାରତର ନିଷ୍ପତ୍ତିକୁ ପ୍ରଶଂସା କରିଛି । ଭାରତ ଏହି ପ୍ରସଙ୍ଗରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଭାରତ ଏକ ବିକାଶଶୀଳ ଦେଶ ଭାବେ ଦାରିଦ୍ର୍ୟ ସହ ଲଢେଇ କରୁଥିବା ବେଳେ ଏବେ ଅନ୍ୟ ଦେଶକୁ ମଧ୍ୟ ସାହାଯ୍ୟ କରୁଛି । ଏହି ସମୟରେ ଏକଜୁଟତା ଜରୁରୀ । ଲକଡାଉନ, ଜନତା କର୍ଫ୍ୟୁକୁ ଦେଶବାସୀ ଅଦ୍ଭୁତପୂର୍ବ ଭାବେ ପାଳନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଜନସଙ୍ଘରୁ ବିଜେପି ଯାଏଁ ଦଳ ୨ରୁ ୩୦୦ ସାଂସଦରେ ପହଁଚିଛି । ଦଳ ତରଫରୁ କାର୍ଯ୍ୟକର୍ତ୍ତାଙ୍କୁ ସେବା କରିବା ପାଇଁ ସନ୍ଦେଶ ଦିଆଯାଉଛି । ଭାରଦ ଏହି ସଙ୍କଟକୁ ସାମ୍ନା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭାରତ ସରକାର ଅନ୍ୟ ରାଜ୍ୟ ସରକାର ସହ ମିଶି କଡା ପଦକ୍ଷେପ ଓ ନିଷ୍ପତ୍ତି ନେଉଛନ୍ତି । ଯାହା ବିଶ୍ୱ ପାଇଁ ଉଦାହରଣ ବୋଲି ମୋଦୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.