Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

‘ମନ୍ କୀ ବାତ’ରେ ଜନତାଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ, ଦେଲେ କରୋନା ସହ ଲଢିବାର ମନ୍ତ୍ର, ମୋଦୀଙ୍କ ୧୦ଟି ଖାସ୍ କଥା

29/03/2020 at 2:06 PM

ନୂଆଦିଲ୍ଲୀ, ୨୯|୦୩:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଆତଙ୍କ ମଧ୍ୟରେ ଆଜି ‘ମନ କୀ ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଲକଡାଉନରେ ଲୋକମାନେ ସାମ୍ନା କରୁଥିବା ଅସୁବିଧା ପାଇଁ ପ୍ରଧାନମନ୍ତ୍ରୀ କ୍ଷମା ମାଗିଛନ୍ତି । ଏହାସହ କରୋନା ମୁକାବିଲା ପାଇଁ ଡାକ୍ତରଙ୍କ ପରାମର୍ଶ ଓ ଲକଡାଉନକୁ ପାଳନ କରିବା ପାଇଁ ସେ ଜନତାଙ୍କୁ କହିଛନ୍ତି ।

ଆସନ୍ତୁ ନଜର ପକାଇବା ମୋଦୀଙ୍କୁ ୧୦ ଟି ଖାସ୍ ପରାମର୍ଶ ଉପରେ

୧- ଲକଡାଉନ୍ ବ୍ୟତୀତ କରୋନା ମୁକାବିଲା ପାଇଁ ଆଉ ଭଲ ବିକଳ୍ପ ନାହିଁ ।

୨- ମୋଦୀ ଗରିବ, ଶ୍ରମିକଙ୍କୁ ଲକଡାଉନ ପାଇଁ ସାମ୍ନା କରୁଥିବା ଅସୁବିଧାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି । କରୋନା ବ୍ୟାପିବା ପୂର୍ବରୁ ଏହାର ମୁକାବିଲା କରିବା ଉଚିତ ବୋଲି ସେ କହିଛନ୍ତି ।

୩- କରୋନା ସମସ୍ତଙ୍କୁ ଚ୍ୟାଲେଞ୍ଜ ଦେଉଛି । ଏହା ଦେଶରେ ସୀମାରେ ଠିଆ ହୋଇ ମାନବ ଜାତି ଶେଷ କରିବାକୁ ପ୍ରୟାସ କରୁଛି । କିନ୍ତୁ ଆମକୁ ଏ ଲଢେଇ ଜିତିବାର ସଂକଳ୍ପ ସହ ଆଗକୁ ବଢିବାକୁ ହେବ ।

୪- ଆଗାମୀ କିଛି ଦିନ ଯାଏଁ ଧର୍ଯ୍ୟର ସହ ରହିବା ପାଇଁ ସେ ଜନତାଙ୍କୁ ଅପିଲ କରିଛନ୍ତି ।ଲକ୍ଷ୍ମଣରେଖାକୁ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

୫- ସେ କହିଛନ୍ତି ଯେ, କିଛି ଲୋକ ନିୟମକୁ ଏବେବି ପାଳନ କରୁ ନାହାଁନ୍ତି । ଲକଡାଉନ ପାଳନ ନକଲେ ଏହାର ମୂଲ୍ୟ ଦେବାକୁ ପଡିବ । ଯେଉଁ ଦେଶ କରୋନାକୁ ଗମ୍ଭୀରତାର ସହ ନେିନଥିଲ ସେମାନେ ଆଜି ମୂଲ୍ୟ ଦେଉଛନ୍ତି ।

୬- ଏହାସହ କରୋନା ଲଢେଇରେ ଆଗରେ ଥିବା ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫଙ୍କୁ ମୋଦୀ ପ୍ରଶଂସା କରିଛନ୍ତି ।

୭- ମୋଦୀ ହାଇଦ୍ରାବାଦରେ ଆଇଟି ଇଞ୍ଜିନିୟର ରାମଗମ୍ପା ତେଜାଙ୍କ ସହ କଥା ହୋଇଥିଲେ। ସେ କିପରି ୧୪ ଦଦିନ ହସ୍ପିଟାଲରେ ରହି କରୋନାର ମୁକାବିଲା କରିଥିଲେ ତାହା ଜନତାଙ୍କ ସହ ସେୟାର କରିଥିଲେ ।

୮-ରାମଗମ୍ପା ଡାକ୍ତରଙ୍କ ସମସ୍ତ ପରାମର୍ଶକୁ ପାଳନ କରିଥିବାରୁ ମୋଦୀ ଧନ୍ୟବାଦ ଜଣାଇଥିଲେ ।

୯- ସାମାଜିକ ଦୂରତା ହିଁ କରୋନା ଲଢେଇରେ ବିଜୟ ଦେବ ବୋଲି ମୋଦୀ କହିଥିଲେ । ଏହାସହ ଏହି ସମୟରେ ଗରିବ, ଶ୍ରମିକ ଓ ଭୋକିଲା ଥିବା ଲୋକଙ୍କ ସାହାଯ୍ୟ କରିବା ଜରୁରୀ ବୋଲି ମୋଦୀ କହିଛନ୍ତି ।

୧୦- ଆସନ୍ତା ମାସର ମନ କୀ ବାତ ପୂର୍ବରୁ ଦେଶବାସୀ କରୋନାକୁ ମାତ୍ ଦେବାରେ ସଫଳ ହେବେ ବୋଲି ମୋଦୀ ଆଶା ରଖିଛନନ୍ତି । ଏହାସହ ଏହି ଲଢେଇରେ ସେ ଦେଶବାସୀଙ୍କୁ ଶୁଭକାମନା ମଧ୍ୟ ଜଣାଇଛନ୍ତି । 

   Related Posts