'ବହୁତ ଚ୍ୟାଲେଞ୍ଜ୍ ଆସିଛି, ଆମେ ସବୁ ସଙ୍କଟରୁ ଶିକ୍ଷା ଲାଭ କରିଛୁ', ବର୍ଷର ଶେଷ ମନ୍ କୀ ବାତରେ କହିଲେ ମୋଦୀ

Published By : Prameya-News7 Bureau | December 27, 2020 IST

ନୂଆଦିଲ୍ଲୀ, ୨୭/୧୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଶେଷ ମନ୍ କୀ ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଆତ୍ମନିର୍ଭର ଭାରତ ଉପରେ ଫୋକସ କରିଛନ୍ତି ।

ମୋଦୀ କହିଛନ୍ତି ଯେ, ଦେଶରେ ନୂଆ ସାମର୍ଥ୍ୟ ସୃଷ୍ଟି । ଏହା ହେଉଛି ଆତ୍ମନିର୍ଭରତା । ଦେଶରେ ଖେଳଣାର ଚାହିଦା ବୃଦ୍ଧି ପାଇଛି । ତାଙ୍କୁ ଅନେକ ଦେଶବାସୀ ଚିଠି ଲେଖି ସାମୁହିକ ଶକ୍ତିକୁ ଭରପୁର ପ୍ରଶଂସା କରିଛନ୍ତି । ଯେତେବେଳେ ଜନତା କର୍ଫ୍ୟୁ ସାରା ବିଶ୍ୱକୁ ପ୍ରେରଣା ଦେଇଥିଲା ସେତେବେଳେ ଦେଶବାସୀ ଥାଳି ବଜାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଥିଲେ । ଏକଜୁଟତା ଦେଖାଇଥିଲେ । ଅନେକ ଚ୍ୟାଲେଞ୍ଜ ଓ ସଙ୍କଟ ଆସିଥିଲେ ବି ଏଥିରୁ କିଛି ଶିଖିବାକୁ ମିଳିଥିଲା । ଦେଶବାସୀ ଏବେ ସ୍ୱଦେଶୀ ଜ୍ଞାନ କୌଶଳ ଉପରେ ଅଧିକ ଭରସା କରୁଛନ୍ତି । ଏହି ଉତ୍ପାଦ ବିଶ୍ୱସ୍ତରୀୟ ଅଟେ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ,  ଆଜିର ଦିନରେ ଗୁରୁ ଗୋବିନ୍ଦଙ୍କ ପୁତ୍ର ସାହିବଜାଦେ ଜୋରାବର ସିଂ ଓ ଫତେହ ସିଂଙ୍କୁ ଜୀବନ୍ତ ପୋତି ଦିଆଯାଇଥିଲା । ଅତ୍ୟାଚାରୀମାନେ ସାହିବଜାଦେ ନିଜର ଆସ୍ଥା ହରାଇ ଦିଅନ୍ତୁ ବୋଲି ଚାହୁଁଥିଲେ । କିନ୍ତୁ ସାହିବଜାଦେ କମ ବୟସରେ ମଧ୍ୟ ପରାକ୍ରମ ଦେଖାଇଥିଲେ । ମୃତ୍ୟୁ ନିକଟରେ ଛିଡା ହୋଇଥିଲେ ବି ସେ ଖାତିର କରିନଥିଲେ ।ଏହାସହ ପ୍ରଧାନମନ୍ତ୍ରୀ ଦେଶରେ ବୃଦ୍ଧି ପାଇଥିବା କଲରାପଚରିଆ ବାଘ ବାବଦରେ ମଧ୍ୟ କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଭଗବତ ଗୀତା ଜବୀନରେ ଆଗକୁ ବଢିବା ପାଇଁ ପ୍ରେରଣା ଦିଏ । ମାର୍ଗ ଦେଖାଏ । ଗୀତା ଆହୁରି ମଧ୍ୟ ଜାଣିବାର ଇଚ୍ଛା ସୃଷ୍ଟି କରେ । ଏତତ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ବର୍ଷର ଶେଷ ମନ୍ କୀ ବାତରେ କାଶ୍ମୀର କେଶର ଭାରତୀୟ ସଂସ୍କୃତି ବାବଦରେ ମଧ୍ୟ ଉଲ୍ଲେଖ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.