Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ପୁଣି ଥରେ କଂଗ୍ରେସର ହମଲା- ମଜବୁତ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚୀନର ନାମ ନେବାରେ ଏତେ ସଙ୍କୋଚ କାହିଁକି ?

3/07/2020 at 5:35 PM

ନୂଆଦିଲ୍ଲୀ ୦୩।୦୭: ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ଜାରି ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳେ ଲେହ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅଚାନକ ଥିଲା। ଏହା ଦେଖି ସମସ୍ତେ ହତଚକିତ ହୋଇ ଉଠିଥିଲେ। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଅଗ୍ରଣୀ ପୋଷ୍ଟରେ ମୁତୟନ ଯବାନଙ୍କୁ  ଭେଟିବା ସହ ସେମାନଙ୍କ ଉତ୍ସାହ ବଢାଇଥିବା ବେଳେ ଚୀନକୁ କଠୋର ଶବ୍ଦରେ ମଧ୍ୟ ସନ୍ଦେଶ ଦେଇଛନ୍ତି। ଏହା ମଧ୍ୟରେ କଂଗ୍ରେସ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛି।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ଟ୍ଵିଟ୍‌ କରି ପ୍ରଶ୍ନ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନର ନାଁ ନେବାକୁ ଏତେ ସଙ୍କୋଚ କଣ ପାଇଁ କରୁଛନ୍ତି। ସୁରଜେଓ୍ଵାଲା ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ଚୀନ ସହ ଆଖିରେ ଆଖି ମିଶାଇ କେବେ ଆଲୋଚନା ହେବ। ସୁରଜେଓ୍ଵାଲା କହିଛନ୍ତି, ଶେଷରେ ମଜବୁତ ଭାରତର ପ୍ରଧାନମନ୍ତ୍ରୀ ଏତେ ଦୁର୍ବଳ କାହିଁକି।

ଗଲଓ୍ଵାନ ଘାଟିରେ ଚୀନ ସହିତ ଘଟିଥିବା ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ୍‌ ହୋଇଥିଲେ। ଏହା ପରଠୁ କଂଗ୍ରେସ୍ କ୍ରମାଗତ ପ୍ରଧାନମନ୍ତ୍ରୀଙ୍କ ଉପରେ ନିଶାଣ କରି ଆସୁଛି। ଏହା ପୂର୍ବରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚୀନ ନାମ ନନେବା ନେଇ ହମଲା କରିଥିଲେ।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ ଯେ, ଭାରତ ସୁପର ପାଓ୍ଵାର। ମାତ୍ର ଦେଶର ପ୍ରଧାନମନ୍ତ୍ରୀ ଚୀନର ନାମ ନେବାକୁ ସଙ୍କୋଚ କରୁଛନ୍ତି। ପ୍ରଧାନମନ୍ତ୍ରୀ ଜାଣିଛନ୍ତି ଯେ, ଚୀନ ଆମ ମୁଣ୍ଡ ଉପରେ ଆସି ବସିଛି। କାରଣ କଣ ଯେ, ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଚୀନ ଶବ୍ଦ ବାହାରୁ ନାହିଁ।

   Related Posts