Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଗାନ୍ଧୀଙ୍କ ମାର୍ଗରେ ମୋଦୀ ସରକାର ! CHAMPIONS ସାହାଯ୍ୟରେ ଚାମ୍ପିଅନ ହେବ ଏମଏସଏମଇ ସେକ୍ଟର

1/06/2020 at 8:12 PM

ନୂଆଦିଲ୍ଲୀ ୦୧।୦୬: ସରକାର ବେଶ୍ ଭଲଭାବେ ଜାଣିଛନ୍ତି ଯେ, ଏମଏସଏମଇ ସେକ୍ଟରକୁ ମଜବୁତ କରିବା ବିନା ଦେଶର ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଅସମ୍ଭବ। ଏହା ଏମିତି ଏକ ସେକ୍ଟର ଯାହାର ଦେଶର ଜିଡିପିରେ ଯୋଗଦାନ ପ୍ରାୟ ୩୦ ପ୍ରତିଶତ ରହିଛି। ଦେଶର ରପ୍ତାନୀରେ ଏହାର ଯୋଗଦାନ ୪୫ ପ୍ରତିଶତ ରହିବା ସହିତ ୧୧ରୁ ୧୨ କୋଟି ଲୋକଙ୍କୁ ରୋଜଗାର ଦେଉଛି। ଲୋକଙ୍କୁ ରୋଜଗାର ମିଳିଲେ ଯାଇ ଚାହିଦା ବଢିବ। ଏହି ସେକ୍ଟରକୁ ମଜବୁତ କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଟେକ୍ନୋଲୋଜି ପ୍ଲାଟଫର୍ମ CHAMPIONS(କ୍ରିଏସନ ଆଣ୍ଡ ହାର୍ମୋନିଏସ ଆପ୍ଲିକେସନ ଅଫ ମୋର୍ଡେନ୍ ପ୍ରୋସେସ୍ ଫର ଇନକ୍ରିଜିଙ୍ଗ ଦ ଆଉଟ୍‌ପୁଟ୍ ଆଣ୍ଡ ନ୍ୟାସନାଲ ଷ୍ଟ୍ରେନ୍‌ଥ) ଲଞ୍ଚ କରିଛନ୍ତି।

ଓ୍ଵାନ ଷ୍ଟପ୍ ସଲ୍ୟୁସନ

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହିତ ଏମଏସଏମଇ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ପୋର୍ଟାଲ ନିଜ ନାମ ପରି ଏମଏସଏମଇର ଛୋଟ ଛୋଟ ଉଦ୍ୟୋଗଙ୍କୁ ସବୁ ପ୍ରକାରର ସାହାଯ୍ୟ ଚମ୍ପିଆନ କରାଇବ। ଚାମ୍ପିଅନ୍ସ ପୋର୍ଟାଲକୁ ଏମଏସଏମଇର ଓ୍ଵାନ ଷ୍ଟପ୍‌ ସଲ୍ୟୁସନ କୁହାଯାଏ।

ଅଭିଯୋଗ ମିଳିଲେ ତୁରନ୍ତ ଆକ୍ସନ

ଚାମ୍ପିଅନ୍ସ ଦେଶର ପ୍ରଥମ ପୋର୍ଟାଲ ଯାହାକୁ ଭାରତ ସରକାରଙ୍କ ମୁଖ୍ୟ କେନ୍ଦ୍ରୀକୃତ ଲୋକ ଅଭିଯୋଗ ନିବାରଣ ଓ ନୀରିକ୍ଷଣ ପ୍ରଣାଳି ଅର୍ଥାତ ସିପି ଗ୍ରିଭାନ୍ସ ସହ ଯୋଡା ଯାଇଛି। ଅର୍ଥାତ ଯଦି କୌଣସି ସିପିଗ୍ରିଭାନ୍ସ ଉପରେ ଅଭିଯୋଗ ଆସେ ତେବେ ଏହା ସିଧାସଳଖ ଚାମ୍ପିଅନ୍ସ ପୋର୍ଟାଲକୁ ଚାଲି ଯିବ। ଅଭିଯୋଗ ମିଳିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସିଷ୍ଟମ ଜଣାଇବ କଣ ରହିଛି ସମସ୍ୟା

ଏହା ସହିତ ଚମ୍ପିଆନ୍ସ ପୋର୍ଟାଲ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡାଟା ଆନାଲିଟିକ୍ସ ଓ ମେସିନ ଲର୍ଣ୍ଣିଂ ସହ ଯୋଡା ଯାଇଛି। ଏଥିରେ ବ୍ୟବସାୟୀଙ୍କ ଅଭିଯୋଗ ବିନା ମଧ୍ୟ ସେମାନଙ୍କର ସମସ୍ୟାର ସମାଧାନ କରାଯିବ। ଉଦାହରଣ ସ୍ଵରୂପ ଯଦି କୌଣସି ବ୍ୟାଙ୍କ ବ୍ୟବସାୟୀଙ୍କ ଲୋନ୍‌ ଆବେଦନକୁ ବାରମ୍ବାର ରଦ୍ଦ କରୁଛି କିମ୍ବା କୌଣସି କ୍ଷେତ୍ରରେ ଗୋଟିଏ ସମସ୍ୟା ଅଧିକ ହେଉଛି ତେବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଏହି ସମସ୍ୟା ଚାମ୍ପିଅନ୍ସ ପୋର୍ଟାଲରେ ଦେଖିବାକୁ ମିଳିବ। ଏହା ପରେ ଅଧିକାରୀ ସମସ୍ୟାର ସମାଧାନ କରିବେ।

ପ୍ରଶାସନିକ ବାଧାବିଘ୍ନ ଦୂର ହେବ

ଏହି ପୋର୍ଟାଲ ଟେକ୍ନୋଲୋଜି ଉପରେ ଆଧାରିତ ମ୍ୟାନେଜମେଣ୍ଟ ଇନଫରମେସନ୍‌ ସିଷ୍ଟମ ଅଟେ। ଏହା ସହିତ ଏହି ପୋର୍ଟାଲ ସେକ୍ଟରର ପ୍ରଶାସନିକ ବାଧାକୁ ଦୂର କରି ପ୍ରତି ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବାର କାମ କରିବ।

ରାଜ୍ୟରେ ସ୍ଥାନୀୟ ସ୍ତରରେ କଣ୍ଟ୍ରୋଲ୍ ରୁମ

ସଂପୂର୍ଣ୍ଣ ଭାବେ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଚାମ୍ପିଅନ୍ସ ପୋର୍ଟାଲର କଣ୍ଟ୍ରୋଲ୍ ରୁମକୁ ଏକ ନେଟଓ୍ଵର୍କ ହବ୍ ଭାବେ ତିଆରି କରାଯାଇଛି। ଏହି ହବ୍‌ ନୂଆଦିଲ୍ଲୀରେ ଏମଏସଏମଇ ସଚିବଙ୍କ କାର୍ଯ୍ୟାଳୟରେ ରହିଛି। ରାଜ୍ୟ ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟାଳୟ ସହ ଏହାକୁ ଯୋଡା ଯିବ। ଏ ପର୍ଯ୍ୟନ୍ତ ସ୍ଥାନୀୟ ସ୍ତରରେ ନିୟନ୍ତ୍ରଣ କକ୍ଷ ତିଆରି କରାଯାଇଛି ଏବଂ ଏହାକୁ ପୋର୍ଟାଲ୍‌ର ସିଷ୍ଟମରେ ସଂଯୋଗ କରାଯିବ।

୩ ଦିନରେ ଅଧିକାରୀ ନେବେ ନିଷ୍ପତ୍ତି

କୌଣସି ବି ସିଷ୍ଟମକୁ ସଫଳତାର ସହ ସଞ୍ଚାଳନ ଲାଗି ଅଧିକାରୀଙ୍କ ଆଭିମୁଖ୍ୟ କେମିତି ରହିଛି ତା ଉପରେ ନିର୍ଭର କରେ। ଏମିତିରେ ଏହି ପୋର୍ଟାଲ ଲଞ୍ଚ ହେବା ସହିତ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ, କୌଣସି ବି ଫାଇଲ୍‌ ୭୨ ଘଣ୍ଟାରୁ ଅଧିକ ସମୟ ନିଜ ପାଖରେ ରଖିବେ ନାହିଁ। ସେମାନେ ଯାହା ବି ନିଷ୍ପତ୍ତି ନେବା କଥା ନିଅନ୍ତୁ କିନ୍ତୁ ଫାଇଲ୍‌ ତାଙ୍କ ପାଖରେ ୩ ଦିନରୁ ଅଧିକ ସମୟ ରହିବ ନାହିଁ।

   Related Posts