ୟୁଏନରେ ଉଦବୋଧନ ଦେବେ ମୋଦୀ : ୟୁଏନଏସସିରେ ଭାରତର ବିଜୟ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ କରିବେ ସମ୍ବୋଧନ

Published By : Prameya-News7 Bureau | July 17, 2020 IST

ନୂଆଦିଲ୍ଲୀ, ୧୭|୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସଂଯୁକ୍ତ ରାଷ୍ଟ୍ର ବା ୟୁଏନରେ ନିଜର ଅଭିଭାଷଣ ରଖିବେ । ସେ ଉପସ୍ଥିତ ସଦସ୍ୟଙ୍କୁ ସମ୍ବୋଧିତ କରିବେ । ଏହି ସମ୍ବୋଧନ ୟୁଏନର ୭୫ ବର୍ଷ ପୂର୍ତ୍ତିର ପୂର୍ବଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହେବ । ୟୁଏନରେ ଅସ୍ଥାୟୀ ସଦସ୍ୟ ହେବା ପରେ ଏହା ମୋଦୀଙ୍କ ପ୍ରଥମ ସମ୍ବୋଧନ ହେବ । ତେବେ ଏହା ଭର୍ଚୁଆଲ ହେବ ।

ସଂଯୁକ୍ତ ରାଷ୍ଟ୍ର ଏବଂ ସାମାଜିକ ପରିଷଦର ଏକ ବାର୍ଷିକ ଉଚ୍ଚସ୍ତରୀୟ ସେଗମେଣ୍ଟରେ ମୋଦୀଙ୍କ ସମ୍ବୋଧନ ହେବ । ସକାଳ ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ମୋଦୀ ୟୁଏନକୁ ସମ୍ବୋଧିତ କରିବେ । ଏଥିରେ ୟୁଏନ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ମଧ୍ୟ ଉଦବୋଧନ ଦେବେ ।

ଏହାପୂର୍ବରୁ ମୋଦୀ ଗତ ବର୍ଷ ସେପ୍ଟେମ୍ବରରେ ୟୁଏନ ମହାସଭାକୁ ସମ୍ବୋଧିତ କରିଥିଲେ । ସେ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଆତଙ୍କବାଦ ବିରୋଧରେ ଏକାଠି ହେବାକୁ କହିଥିଲେ ।

ସୂଚନାଯୋଗ୍ୟ, ଭାରତ ଦୁଇ ବର୍ଷ ପାଇଁ ୟୁଏନର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି । ଭାରତର ସପକ୍ଷରେ ୧୯୨ ମଧ୍ୟରୁ ୧୮୪ଟି ଭୋଟ୍ ପଡିଥିଲା । ଭାରତ ପୂର୍ବ କାର୍ଯ୍ୟକାଳ ଜାନୁଆରୀ ୨୦୨୧ରେ ଶେଷ ହୋଇଥାନ୍ତା । ଆମେରିକା, ୟୁକେ, ଫ୍ରାନ୍ସ, ଋଷ ଓ ଚୀନ ୟୁଏନର ସ୍ଥାୟୀ ସଦସ୍ୟ ଥିବା ବେଳେ ୧୦ଜଣ ଅସ୍ଥାୟୀ ସଦସ୍ୟ ରହିଥାନ୍ତି । ଏହାମଧ୍ୟରୁ କିଛି ଦେଶ ୨ ବର୍ଷ ପାଇଁ ସଦସ୍ୟ ରହିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.