ନୂଆ ଶିକ୍ଷା ନୀତି ଦେଶକୁ ଆତ୍ମନିର୍ଭର କରିବ- ମୋଦୀ

Published By : Prameya-News7 Bureau | August 01, 2020 IST

ନୂଆଦିଲ୍ଲୀ, ୦୧|୦୮:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୦କୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିଛନ୍ତି । ଏଥିରେ ସେ ଭାରତୀୟ ଯୁବକଙ୍କୁ କିପରି ଆତ୍ମନିର୍ଭର କରାଯାଇପାରିବ ସେ ଉପରେ ନିଜର ଉଦବୋଧନ ରଖିଛନ୍ତି ।

ମୋଦୀ କହିଛନ୍ତି ଯେ, ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ । ଦ୍ରୁତ ଗତିରେ ବଦଳୁତିବା ବିଶ୍ୱ ସହ ତାଳ ଦେବା ପାଇଁ ଭାରତକୁ ମଧ୍ୟ ବଦଳିବାକୁ ପଡିବ । ନୂଆ ଶିକ୍ଷାନୀତିରେ ଅନେକ ସଂସ୍କାର କରାଯାଇଛି । ଏଥିରେ ଚାକିରି ଖୋଜିବା ଅପେକ୍ଷା ଚାକିରୀ ପ୍ରଦାନ କରିବା ଉପରେ ଜୋର୍ ଦିଆଯାଇଛି । ଏବେ ଯଦି କେହି ଗଣିତ ଓ ସଙ୍ଗୀତ ଏକାସଙ୍ଗେ ପଢିବାକୁ ଚାହିଁବ ତେବେ ପଢିପାରିବ । ନୂଆ ଶିକ୍ଷାନୀତିରେ ଭାରତର ଅନେକ ଭାଷା ବିସ୍ୱ ଦରବାରରେ ପରିଚିତ ହେବ । ବିଦ୍ୟାର୍ଥୀଙ୍କ ପାଇଁ ଏହା ବହୁତ ବଡ ଲାଭ ହେବ । ଏହି ନୀତି ଦେଶକୁ ଆତ୍ମନିର୍ଭର କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ସମୟରେ ବିଭିନ୍ନ ଛାତ୍ରଛାତ୍ରୀ ନିଜର ଅନନ୍ୟ ବିଚାର ପ୍ରଧାନମନ୍ତ୍ରୀଙ୍କ ସହ ସେୟାର୍ କରିଥିଲେ । ମୋଦୀ ମଧ୍ୟ ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଥିଲେ । ଦେଶରେ ପ୍ରଥମ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୧୭ରେ ଆରମ୍ଭ ହୋଇଥିଲା । ଏହାକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଆୟୋଜିତ କରିଥାଏ । ଏବେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଶିକ୍ଷା ମନ୍ତ୍ରାଳୟ ଭାବେ ନୂଆ ପରିଚୟ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.