Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଏହି ତେଲ କମ୍ପାନୀ ବିକ୍ରି କରିବେ ମୋଦୀ ସରକାର, ଆରମ୍ଭ ହେଲା ପ୍ରକ୍ରିୟା

7/03/2020 at 3:32 PM

ନୂଆଦିଲ୍ଲୀ ୦୭|୦୩:  ଗତବର୍ଷ କେନ୍ଦ୍ରରେ ନେତୃତ୍ୱାଧୀନ ନରେନ୍ଦ୍ର ମୋଦୀଙ୍କ ସରକାର ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ବା ବିପିସିଏଲରେ ଥିବା ନିଜ ଅଂଶଧନକୁ ବିକ୍ରି କରିବା ପାଇଁ ଘୋଷଣା କରିଥିଲେ। ସରକାରଙ୍କ ପକ୍ଷରୁ ବର୍ତମାନ ଏଥିପାଇଁ ଆବେଦନ ବା ଏକ୍ସପ୍ରେସନ ଅଫ୍ ଇଣ୍ଟ୍ରେଷ୍ଟ୍ (ଇଓଆଇ)ପାଇଁ ବିଭିନ୍ନ କମ୍ପାନୀକୁ ଆମନ୍ତ୍ରଣ କରାଯାଇଛି।

ଅର୍ଥାତ ବିପିସିଏଲରେ ଥିବା ସରକାରଙ୍କ ଅଂଶଧନ କିଣିବା ପାଇଁ ନିବେଶକଙ୍କୁ ଇଓଆଇ ଦେବାକୁ ପଡିବ। ଏଥିରେ କେଉଁ କେଉଁ କମ୍ପାନୀ ବା ନିବେଶକ ନିଲାମ ପ୍ରକ୍ରିୟାରେ ସାମିଲ ହେବେ ତାହା ଜଣାପଡିବ। ୨ଟି ପର୍ଯାୟରେ ସରକାରଙ୍କ ତରଫରୁ ଅଂଶଧନର ନିଲାମ ହେବ। ଯେଉଁଥିରେ ପ୍ରଥମେ ଇଓଆଇ ଯୋଗ୍ୟ ହୋଇଥିବା କମ୍ପାନୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ନିଲାମ ଡାକିବାକୁ ଅନୁମତି ମିଳିବ। ଏହି ପ୍ରକ୍ରିୟାରେ ପବ୍ଲିକ ସେକ୍ଟର କମ୍ପାନୀ ଭାଗ ନେଇପାରିବେ ନାହିଁ। ସୂଚନାଯୋଗ୍ୟ, ସରକାର ବିପିସିଏଲରେ ଥିବା ନିଜର ୫୨.୯୮ ପ୍ରତିଶତ ଅଂଶଧନକୁ ବିକ୍ରି କରିବାକୁ ଯାଉଛନ୍ତି।

ସେୟାର ହିସାବରେ ସରକାର ମୋଟ ୧୧୪.୯୧ କୋଟିର ଇକ୍ୟୁଟି ସେୟାର ବିକ୍ରି କରିବେ। ଏହା ବ୍ୟତୀତ ଏହି ପ୍ରକ୍ରିୟାରେ ବିଭିନ୍ନ ପରାମର୍ଶ ପାଇଁ ଡେଲୋଇଟ୍ ଟୋସେ ଟୋମତସ୍ୟୁ ଇଣ୍ଡିଆକୁ ଚୟନ କରାଯାଇଛି। ବର୍ତମାନ ବିପିସିଏଲର ବଜାର ପୁଞ୍ଜିକରଣ ୮୭,୩୮୮.୩୫ କୋଟି ଟଙ୍କା ରହିଛି। ସରକାର ୨୦୨୦-୨୧ରେ ଏଙାକୁ ବିନିବେଶ କରି ୨.୧ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।

   Related Posts