Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ନଜରବନ୍ଦୀରୁ ମୁକୁଳିବେ ଫାରୁଖ ଏବଂ ଓମାର ଅବଦୁଲ୍ଲା ! କିନ୍ତୁ ଏଥିପାଇଁ ରହିଛି ମୋଦି ସରକାରଙ୍କ କିଛି ସର୍ତ୍ତାବଳୀ,ଜାଣନ୍ତୁ କ’ଣ?

11/01/2020 at 10:03 AM

ନୂଆଦିଲ୍ଲୀ ୧୧/୧: ଏପରି ଚର୍ଚ୍ଚା ଶୁଣିବାକୁ ମିଳୁଛି ଯେ ମୋଦି ସରକାର ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲାଙ୍କୁ ମୁକ୍ତ କରିବାକୁ ବିଚାର କରୁଛନ୍ତି। ସରକାର ଏହି ଦୁଇ ନେତାଙ୍କୁ ମୁକ୍ତ କରିବା ପାଇଁ ଏକ ଚୁକ୍ତି କରିବା ବିଷୟରେ ବିଚାର କରୁଛନ୍ତି ଯାହା ଅନୁସାରେ ଏହି ଦୁଇ ନେତା ମୁକୁଳିବା ପରେ କିଛି ସମୟ ପାଇଁ ରାଜନୀତିରୁ ବ୍ରେକ୍ ନେ​‌ବେ। ଜାମ୍ମୁ କାଶ୍ମୀରରେ ସ୍ଥିତି ଜାଣିବା ପାଇଁ ଗତ ଶୁକ୍ରବାର ବୈଦେଶିକ ରାଜନୀତିଜ୍ଞ ଏଠାକୁ ଆସିଥିଲେ। ବୈଦେଶିକ ରାଜନୀତିଜ୍ଞଙ୍କ ଗସ୍ତର ଦିନେ ପରେ ଫାରୁଖ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲାଙ୍କୁ ମୁକ୍ତ କରିବା କଥା ଚର୍ଚ୍ଚାରେ ଆସିଛି।

ଖୁବ୍ ଶୀଘ୍ର ଫାରୁଖ ଏବଂ ଓମାରଙ୍କୁ ଏବିଷୟରେ ଜଣାଇ ଦିଆଯିବ। ଏପରି ମଧ୍ୟ ଶୁଣିବାକୁ ମିଳୁଛି ଯେ ଫାରୁଖ ଏବଂ ଓମାରଙ୍କୁ କିଛି ଦିନ ପାଇଁ ବ୍ରିଟେନକୁ ପଠାଇ ଦିଆଯିବ। କୁହାଯାଉଛି ଯେ ଦୁଇ ନେତା ମୁକୁଳିବା ପରେ ଏଜେଣ୍ଟଙ୍କ ଦ୍ବାରା ନିଜ ପାର୍ଟିର ସଞ୍ଚାଳନ କରିବେ।

ଗତ ଅଗଷ୍ଟ ୫ତାରିଖରେ ସରକାର ଜାମ୍ମୁ କାଶ୍ମୀରର ବିଶେଷ ଅଧିକାରକୁ ସମାପ୍ତ କରି ଏହି ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରି ଦେଇଥିଲେ। ସେଦିନଠାରୁ ଫାରୁଖ ଏବଂ ଓମାର ନଜରବନ୍ଦୀ ଥିଲେ।

   Related Posts