ଗୁଜୁରାଟର ମୁଖ୍ୟମନ୍ତ୍ରୀରୁ ଦେଶର ପ୍ରଧାନମନ୍ତ୍ରୀ : ଶାସନ ମୁଖ୍ୟ ପଦବୀରେ ନରେନ୍ଦ୍ର ମୋଦିଙ୍କ ୨୦ବର୍ଷ

Published By : Prameya-News7 Bureau | October 07, 2020 IST

ନୂଆଦିଲ୍ଲୀ ୭।୧୦: ରାଜନୀତିର ଶୀର୍ଷରେ ପହଞ୍ଚିଥିବା ରାଜନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନରେନ୍ଦ୍ର ମୋଦି ଜଣେ କାର୍ଯ୍ୟକର୍ତ୍ତା ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ପରେ ସେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ହୋଇଥିଲେ । ନରେନ୍ଦ୍ର ମୋଦି ରାଜ୍ୟ ଏବଂ କେନ୍ଦ୍ରର ମୁଖ୍ୟ ଭୂମିକାରେ ୨୦ ବର୍ଷ ରହିସାରିଲେଣି । ଆଜିର ଦିନରେ ୨୦୦୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁରାଟର ମୁଖ୍ୟମନ୍ତ୍ରୀ ଭାବେ ବଛା ଯାଇଥିଲେ । ସେବେଠାରୁ ପୂରା ଗୁଜୁରାଟରେ ମୋଦିଙ୍କ ମ୍ୟାଜିକ୍ ଦେଖିବାକୁ ମିଳୁଥିଲା । ଏବେ ପୁରା ଦେଶରେ ତାଙ୍କ ମ୍ୟାଜିକ୍ ଦେଖିବାକୁ ମିଳୁଛି ।

୨୦୧୪ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସାରା ଦେଶ ସମ୍ମୁଖରେ ଛିଡା କରାଯାଇଥିଲା । ଯାହା ଫଳରେ ବିଜେପି ଅଧିକ ବହୁମତ ହାସଲ କରି ରେକର୍ଡ ଭାଙ୍ଗିଦେଇଥିଲା । ନରେନ୍ଦ୍ର ମୋଦି ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ବି ତାଙ୍କ ସ୍ବର ଏବଂ ମ୍ୟାଜିକ୍ ସାରା ଦେଶରେ ଗୁଞ୍ଜରିତ ହେଉଥିଲା । ଏମିତିରେ ଯେତେବେଳେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ ହୋଇଥିଲେ ସେତେବେଳେ ବିଜେପିକୁ ଜନସାଧାରଣଙ୍କ ବିପୁଳ ଭୋଟ୍ ମିଳିଥିଲା । ବହୁମତ ଦେଇ ତାଙ୍କ ଲୋକସଭାକୁ ପଠାଇଥିଲେ ।

ନରେନ୍ଦ୍ର ମୋଦି ୨୦ ବର୍ଷ ପର୍ଯ୍ୟନ୍ତ ରଜନୀତିର ଶୀର୍ଷରେ ରହିବା ପଛରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ମହତ୍ବପୂର୍ଣ୍ଣ ଭୂମିକା ରହିଛି । ଯେତେବେଳେ ଗୁଜୁରାଟ ବିଜେପିରେ ବିଦ୍ରୋହର ସ୍ବର ଉଠିଥିଲା ସେତବେଳେ ନରେନ୍ଦ୍ର ମୋଦି ସଂଘର ପ୍ରଚାରକ ଭାବେ କାର୍ଯ୍ୟରତ ଥିଲେ । ଅଚାନକ ତାଙ୍କୁ ସଂଘର ପ୍ରଚାରକରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେଇ ଦିଆଯାଇଥିଲା । ଏହାପରେ ମୋଦି ତଗାତର ଗୁଜୁରାଟ ସସରକାର ୩ ଥର ନେତ୍ବତ୍ବ ନେଇଥିଲେ । ଗୁଜୁରାଟରେ ବିରୋଧୀଙ୍କୁ ହରାଇ ସାରା ଦେଶରେ ମୋଦି ହାଓ୍ବା ଚାଲିଥିବା ବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ବୋଲି ବିବେଚନା କରାଯାଇଥିଲା । ସେବେଠାରୁ ନରେନ୍ଦ୍ର ମୋଦିଙ୍କର ଦିଲ୍ଲୀ ଯାତ୍ରା ଆରମ୍ଭ ହୋଇଥିଲା । ୨୦୧୪ରେ ଅଧିକ ବହୁମତରେ ବିଜୟୀ ହୋଇ ପୂନର୍ବାର ବିଜେପି କ୍ଷମତାକୁ ଫେରିଥିଲା ଏବଂ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଥିଲେ ।

କେବଳ ଏତିକି ନୁହେଁ ୨୦୧୯ରେ ଲୋକସଭା ନିର୍ବାଚନରେ ମୋଦି ମ୍ୟାଜିକ୍ ଆହୁରି ସୁଦୃଢ ହୋଇଗଲା । ପୂର୍ବାପେକ୍ଷା ବିଜେପିକୁ ଅଧିକ ବହୁମତ ମିଳିଥିଲା । ପୁଣି ଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ଐତିହାସିକ ବଡ ନିଷ୍ପତ୍ତି ମୋଦି ସରକାର ନେଇଛନ୍ତି । ସିଏ ଧାରା ୩୭୦ ହେଉ କି ରାମ ମନ୍ଦିର ଭୂମି ପୂଜନରେ ସାମିଲ ହେବା । ନରେନ୍ଦ୍ର ମୋଦିଙ୍କୁ ଇତିହାସରେ ଜଣେ ସଫଳ ପ୍ରଧାନମନ୍ତ୍ରୀ ଏବଂ ଜଣେ ସଫଳ ରାଜନେତା ଭାବେ ଜଣାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.