Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

କରୋନା ମୁକାବିଲା: ପ୍ରଣବ, ସୋନିଆ ଓ ମନମୋହନଙ୍କ ସମେତ ଅନେକ ନେତାଙ୍କ ସହ ଆଲୋଚନା କଲେ ମୋଦୀ

5/04/2020 at 3:35 PM

ନୂଆଦିଲ୍ଲୀ, ୦୫|୦୪: କରୋନା ମୁକାବିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କ ବିଶ୍ୱାସଭାଜନ ହେବାକୁ ପ୍ରୟାସ କରୁଛନ୍ତି । ତେଣୁ ସର୍ବଦଳୀୟ ବୈଠକ ପୂର୍ବରୁ ସମସ୍ତ ରାଜନୈତିକ ଦଳ ସହ ସେ ଆଲୋଚନା କରିଛନ୍ତି । ମୋଦୀ ରବିବାର ୨ ପୂର୍ବତନ ରାଷ୍ଟ୍ରପତି  ଓ ୨ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ ବିରୋଧୀ ଦଳର ନେତାଙ୍କ ସହ ମଧ୍ୟ ଚର୍ଚ୍ଚା କରିଛନ୍ତି ।

ମୋଦୀ କରୋନା ବିରୋଧି ଲଢେଇରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ, ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଏଚଡି ଦେବଗୌଡାଙ୍କ ସହ କଥା ହୋଇଛନ୍ତି ।

ଏହା ବ୍ୟତୀତ ସେ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ, ଅଖିଲେଶ ଯାଦବ, ଟିଏମସି ମୁଖ୍ୟ ମମତା ବାନାର୍ଜୀ, ନବୀନ ପଟ୍ଟନାୟକ, ପ୍ରକାଶ ସିଂ ବାଦଲ, ଚନ୍ଦ୍ରଶେଖର ରାଓ, ଏମକେ ଷ୍ଟାଲିନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏପ୍ରିଲ ୮ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ।ମୋଦୀ ସଂସଦରେ ସମସ୍ତ ଦଳର ନେତାଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଏପ୍ରିଲ ୮ ତାରିଖ ଦିନ ୧୧ଟାରେ ମୋଦୀ ସେହି ନେତାଙ୍କ ସହ ଆଲୋଚନା କରିବେ ଯେଉଁ ଦଳର ଲୋକସଭା ବା ରାଜ୍ୟସଭାରେ ୫ରୁ ଅଧିକ ସାଂସଦ ରହିଛନ୍ତି ।

   Related Posts