ପ୍ରିୟଙ୍କା ଏବଂ ନିକଙ୍କ ରିସେପ୍ସନରେ ପହଞ୍ଚି ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମୁମ୍ବାଇ ୫/୧୨: ପ୍ରିୟଙ୍କା ଏବଂ ନିକଙ୍କ ରିସେପ୍ସନ୍ ମଙ୍ଗଳବାର ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ପହଞ୍ଚିଥିଲେ ଏବଂ ନବଦମ୍ପତ୍ତିକୁ ଶୁଭକାମନା ଜଣାଇଥିଲେ।
ନିକ୍ ଏବଂ ପ୍ରିୟଙ୍କା ଅଗଷ୍ଟ ମାସରେ ମୁମ୍ବାଇଠାରେ ନିର୍ବନ୍ଧ କରିଥିଲେ। ଏହା ପରଠାରୁ ଦୁଇଜଣଙ୍କର ବିବାହକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଥିଲା। ବର୍ତ୍ତମାନ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି ଏବଂ ଦୁଇଜଣଙ୍କ ବିବାହ ସମ୍ପନ୍ନ ହୋଇଛି। ପ୍ରିୟଙ୍କା ଏବଂ ନିକ୍ ଦୁହେଁ ଅନେକ ଖୁସି ଅଛନ୍ତି। ପ୍ରିୟଙ୍କା ଏବଂ ନିକଙ୍କ ପରିବାରବର୍ଗ ଏହି ଅବସରରେ ଉପସ୍ଥିତ ଅଛନ୍ତି। ନିକଙ୍କ ପରିବାର ସମେତ ତାଙ୍କ ବନ୍ଧୁମାନେ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି।
424 Views
ସମ୍ବନ୍ଧିତ ଖବର
ପାକିସ୍ତାନରେ ସଲମନଙ୍କ “ଭାରତ” ଫିଲ୍ମ ଇଦରେ ରିଲିଜ୍ ହେବ ନାହିଁ
17 February 2019