ରବି ଫସଲ ଉପରେ ସର୍ବନିମ୍ନ ସହାୟକ ରାଶି ବୃଦ୍ଧି

Published By : Prameya-News7 Bureau | October 23, 2019 IST

ନୂଆଦିଲ୍ଲୀ ୨୩।୧୦ - କେନ୍ଦ୍ର କ୍ୟାବିନେଟରେ ଆଜି ରବି ଫସଲ  ଉପରେ ସର୍ବନିମ୍ନ ସହାୟକ ରାଶି ବୃଦ୍ଧି କରାଯାଇଛି ।ଅନ୍ୟ ଫସଲ ଉପରେ ଏମ୍‌ଏସ୍‌ପି ବଢ଼ିଥିଲେ ମଧ୍ୟ ଧାନ ଉପରେ କିନ୍ତୁ ବଢ଼ିନାହିଁ ।ଗହମ ଓ ବାର୍ଲି ଉପରେ ଏମ୍‌ଏସ୍‌ପି ୮୫ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ମସୁର ଉପରେ ୩୨୫ ଟଙ୍କା ବୃଦ୍ଧି କରାଯାଇଛି ।

ସୋରିଷ ଉପରେ ଏମ୍‌ଏସ୍‌ପି ୨୨୫ ଟଙ୍କା ବୃଦ୍ଧି କରାଯାଇଛି ।ସେହିପରି ବିଏସ୍‌ଏନଏଲ ଓ ଏମଟିଏନଏଲ୍‌ର ମିଶ୍ରଣକୁ ମଞ୍ଜୁରୀ ମିଳିଛି ।ଏହି ଦୁଇ କମ୍ପାନୀର କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ଯୋଜନା-ଭିଆରଏସ ସୁବିଧା ଦିଆଯିବ ।ସେହିପରି ଦିଲ୍ଲୀର ଅବୈଧ କଲୋନୀ ଗୁଡ଼ିକୁ ନିୟମିତ କରିବା ପାଇଁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି ।

ଦିଲ୍ଲୀର ଏହିସବୁ ଅବୈଧ କଲୋନୀରେ ପ୍ରାୟ ୪୦ ଲକ୍ଷ ଲୋକ ରହୁଛନ୍ତି ।କେନ୍ଦ୍ର କ୍ୟାବିନେଟରେ ନିଆଯାଇଥିବା ଆଉ ଏକ ବଡ଼ ନିଷ୍ପତ୍ତି କ୍ରମେ ଇନ୍ଧନ କାରବାର ଅଣ ପେଟ୍ରୋଲିୟମ କମ୍ପାନୀ ଗୁଡ଼ିକୁ ଅନୁମତି ଦିଆଯାଇଛି ।ଏହାଦ୍ବାରା ଏବେ ସପିଂ ମଲ୍‌ ଗୁଡ଼ିକରେ ପେଟ୍ରୋଲ ମିଳିପାରିବ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.