Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||
  • କମିଶନରେଟ ପୋଲିସ ପଞ୍ଝାରେ ୩ ଲୁଟେରା, ବାଇକ୍ ଓ ବନ୍ଧୁକ ଜବତ
  • ||
  • ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ
  • ||
  • ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା…
  • ||
  • ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
  • ||
  • ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ
  • ||
  • ଓଡିଶା ଉପରୁ ଟଳିଲା ବାତ୍ୟା ବିପଦ, ହୋଇନି ବେଶି କ୍ଷୟକ୍ଷତି
  • ||

କ’ଣ ଏହି ‘ନ୍ୟାସନାଲ ଡିଜିଟାଲ ହେଲ୍‌ଥ ମିଶନ’, ଯାହାକୁ ଲାଲକିଲ୍ଲାରୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଜନତାଙ୍କୁ ଏଥରୁ କ’ଣ ମିଳିବ ଲାଭ ?

15/08/2020 at 6:05 PM

ନୂଆଦିଲ୍ଲୀ ୧୫।୦୮: କରୋନା ଭାଇରସ୍‌ ମହାମାରୀରୁ ଭାରତକୁ ଆତ୍ମ ନିର୍ଭରତାର ବଡ ଶିକ୍ଷା ମିଳିଛି। ଦେଶର ୭୪ ତମ ସ୍ଵାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରୁ ଆତ୍ମ ନିର୍ଭର ଭାରତ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ରାଷ୍ଟ୍ରୀୟ ଡିଜିଟାଲ ସ୍ଵାସ୍ଥ୍ୟ ଅଭିଯାନ’ର ଘୋଷଣା କରିଛନ୍ତି। ମୋଦୀ କହିଛନ୍ତି ଏଥିରେ ଦେଶର ସ୍ଵାସ୍ଥ୍ୟ କ୍ଷେତ୍ରରେ ନୂତନ ସଂସ୍କାର ଆସିବ। ଟେକ୍ନୋଲୋଜିରେ ଲୋକଙ୍କ ସସମ୍ୟା ଦୂର ହେବ। ସେ କହିଛନ୍ତି କରୋନା ଭାଇରସ କାଳଖଣ୍ଡରେ ଆତ୍ମନିର୍ଭର ଭାରତକୁ ସ୍ଵାସ୍ଥ୍ୟକ୍ଷେତ୍ର ସବୁଠୁ ବଡ ଶିକ୍ଷା ଦେଇଛି।

ସେ କହିଛନ୍ତି ଆଜିଠୁ ଦେଶରେ ଆଉ ଏକ ବହୁତ ବଡ ଅଭିଯାନ ଆରମ୍ଭ ହେବାକୁ ଯାଉଛି ଏବଂ ଏହା  ହେଉଛି ‘ନ୍ୟାସନାଲ ଡିଜିଟାଲ ହେଲ୍‌ଥ ମିଶନ’। ନ୍ୟାସନାଲ ଡିଜିଟାଲ୍‌ ହେଲ୍‌ଥ ମିଶନ ଭାରତର ସ୍ଵାସ୍ଥ୍ୟ କ୍ଷେତ୍ରରେ ନୂତନ କ୍ରାନ୍ତି ଆଣିବ। ଟେକ୍ନୋଲୋଜି ଜରିଆରେ ଲୋକଙ୍କ ସମସ୍ୟା ଦୂର ହେବ।

ଗତ ଥର ପ୍ରଧାନମନ୍ତ୍ରୀ ‘ଓ୍ଵାନ ନେସନ ଓ୍ଵାନ ରାସନ କାର୍ଡ’ ଘୋଷଣା କରିଥିଲେ। ଏଥର ପ୍ରଧାନମନ୍ତ୍ରୀ ମୋଦୀ ‘ଓ୍ଵାନ ନେସନ ଓ୍ଵାନ ହେଲ୍‌ଥ କାର୍ଡ’ର ଘୋଷଣା କରିଛନ୍ତି। ଏହି ଯୋଜନା ଜରିଆରେ ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ  ସ୍ଵାସ୍ଥ୍ୟ କାର୍ଡ ତିଆରି ହେବ। ସରକାର ଏହି ଯୋଜନା ପାଇଁ ୫୦୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି। ଏହି ଯୋଜନା ଲାଗୁ ହେଲେ ସ୍ଵାସ୍ଥ୍ୟ କ୍ଷେତ୍ରରେ ସବୁଠୁ ବଡ ସଂସ୍କାର ଆସିପାରେ।

କଣ ଏହି ‘ଓ୍ଵାନ ନେସନ ଓ୍ଵାନ ହେଲ୍‌ଥ କାର୍ଡ’, ୧୦ ପଏଣ୍ଟରେ ବୁଝନ୍ତୁ

୧ – ଏହାକୁ ଆଧାର କାର୍ଡ ପରି ପୂରା ଦେଶର ନାଗରିକଙ୍କ ପରି ତିଆରି କରାଯିବ। ଏଥିରେ ପ୍ରତି ନାଗରିକଙ୍କ ପାଇଁ ଗୋଟିଏ ୟୁନିକ୍ ଆଇଡି ଜାରି ହେବ।

୨ – ଏହି ସ୍ଵାସ୍ଥ୍ୟ କାର୍ଡରେ ସମସ୍ତ ନାଗରିକଙ୍କ ସ୍ଵାସ୍ଥ୍ୟ ରିପୋର୍ଟ, ଟେଷ୍ଟ ଓ ଚିକିତ୍ସାର ପୂରା ରେକର୍ଡ ରହିବ।

୩ – ଏହି ସବୁ ସୂଚନା ହେଲ୍‌ଥ କାର୍ଡରେ ଡିଜିଟାଲ ପ୍ରକ୍ରିୟାରେ ସୁରକ୍ଷିତ ଏବଂ ସୁବ ଦିନ ପାଇଁ ରହିବ।

୪ – ଏହି ହେଲ୍‌ଥ କାର୍ଡକୁ ଦେଶର କୌଣସି ବି ହସ୍ପିଟାଲ କିମ୍ବା ଡାକ୍ତରଙ୍କୁ ଦେଖାଇଲେ ନାଗରିକଙ୍କ ପୂରା ସ୍ଵାସ୍ଥ୍ୟ ସମ୍ବନ୍ଧିତ ସୂଚନା ଜାଣି ହେବ।
 ୫ – ଏହି ସ୍ଵାସ୍ଥ୍ୟକାର୍ଡରେ ଗୋଟିଏ ୟୁନିକ୍ ଆଇଡି ରହିବ, ଯାହା ଦେଖି ଯେ କୌଣସି ଡାକ୍ତର ରୋଗୀଙ୍କ ପୁରୁଣା ସ୍ଵାସ୍ଥ୍ୟ ରେକର୍ଡ ଜାଣି ପାରିବେ।

୬ – ନାଗରିକଙ୍କୁ ଡାକ୍ତରଙ୍କ ପ୍ରେସକ୍ରିପସନ ଓ ଟେଷ୍ଟ ରିପୋର୍ଟ ନିଜ ସହିତ ନେବା ଦରକାର ପଡିବ ନାହିଁ।

୭ – ଏହି ଯୋଜନାକୁ ପର୍ଯ୍ୟାୟ କ୍ରମେ ଲାଗୁ କରାଯିବ, ପୂରା ଦେଶରେ ଏହା ଏକ ସଙ୍ଗେ ଲାଗୁ ହେବ ନାହିଁ।

୮ – ସମସ୍ତ ହସ୍ପିଟାଲ, କ୍ଲିନିକ ଓ ଡାକ୍ତର ଏକ ସେଣ୍ଟ୍ରାଲ ସର୍ଭାଲ ଜରିଆରେ ଏଥିରେ ଜଡିତ ହେବେ।

୯ – ନାଗରିକଙ୍କ ବ୍ୟକ୍ତିଗତ ସୂଚନା ସଂପୂର୍ଣ୍ଣ ଭାବେ ଗୋପନୀୟ ରଖାଯିବ। ଅର୍ଥାତ ତଥ୍ୟ ଚୋରିର ବିପଦ ରହିବ ନାହିଁ।

୧୦ – ଏହି ଯୋଜନା ବାଧ୍ୟତାମୂଳକ ନୁହେଁ ବରଂ ବିକଳ୍ପ ଭାବେ ହେବ, ଅର୍ଥାତ ନାଗରିକ ନିଜ ଇଚ୍ଛାନୁଯାୟୀ ଏହା କରି ପାରିବେ।

   Related Posts