ମହାବଳୀପୁରମରେ ଦୁଇ ମହାବଳୀ ଜିନପେଙ୍ଗ ଓ ମୋଦି: ପାରମ୍ପରିକ ତାମିଲ ପୋଷାକରେ ଭାରତର ପ୍ରଧାନମନ୍ତ୍ରୀ, ଫଳ ଓ ଫୁଲରେ ସଜେଇହେଲା ବିମାନବନ୍ଦର
11/10/2019 at 6:15 PM

ଚେନ୍ନାଇ1୧|୧୦; ଚେନ୍ନାଇରେ ପହଞ୍ଚିଛନ୍ତି ବହୁ ପ୍ରତିକ୍ଷୀତ ଅତିଥି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ।୨ ଦିନିଆ ଭାରତ ଗସ୍ତରେ ଆସିଥିବା ସି ଜିନ୍ପିଙ୍ଗ୍ଙ୍କୁ ଚେନ୍ନାଇ ଏୟାରପୋର୍ଟରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଜିନପିଙ୍ଗଙ୍କର ସାକ୍ଷାତ ଚେନ୍ନାଇରେ ନୁହେଁ ବରଂ ମହାବଳୀପୁରମ୍ରେ ହୋଇଥିଲା ।

ମହାବଳୀପୁରମ୍ରେ ମହାବଳୀ । ବିଶ୍ବର ଦୁଇ ମହାଶକ୍ତିର ରାଷ୍ଟ୍ରମୁଖ୍ୟଙ୍କର ହୋଇଛି ଭେଟଘାଟ । ଅନପୌଚାରିକ ସାକ୍ଷାତ କିନ୍ତୁ ପରସ୍ପରର ନିକଟତର ହେବାକୁ ପ୍ରତିଶ୍ରୁତି ବଦ୍ଧତା । ମନ୍ଦିର ମାଳିନୀ ସହ ମହାବଳୀ ପୁରମରେ ଏକାଠି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରମୁଖ୍ୟ ସି ଚିନପିଙ୍ଗ।ଆଉ ଉଭୟଙ୍କୁ ସ୍ବାଗତ କରିବା ଲାଗି ଚେନ୍ନାଇରୁ ମହାବଳୀପୂରମ ଯାଏଁ ଥିଲା ଖଚାଖଚ ଭିଡ଼।

ଚେନ୍ନାଇ ବିମାନ ବନ୍ଦର ସଜେଇ ହୋଇଥିଲା ଫଳଫୁଲରେ। ସମୟ ଦିନ ୨ଟା । ସ୍ବତନ୍ତ୍ର ବିମାନରେ ଚୀନରୁ ଆସି ଚେନ୍ନାଇରେ ଓହ୍ଲାଇଥିଲେ ଜିଙ୍ଗପିଙ୍ଗ। ଏହି ସମୟରେ ତାଙ୍କୁ ଦିଆଯାଇଥିଲା ସାଂସ୍କୃତିକ ସ୍ବାଗତ । ସ୍ବାଗତ କରିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ବାମୀ ଓ ଅନ୍ୟମାନେ । ଏହି ସମୟରେ ପାରମ୍ପରିକ ତାମିଲ ନୃତ୍ୟବାଦ୍ୟ ସହିତ ବୌଦ୍ଧଧର୍ମାବଲମ୍ବୀଙ୍କ ନୃତ୍ୟ ଦେଖିବାକୁ ମିଳିଥିଲା। ଆମ୍ବଆନ୍ସ ସେଠାରୁ ଜିଙ୍ଗପିଙ୍ଗ ହୋଟେଲକୁ ଯାଇ ସଂଧ୍ୟାରେ ମହାବଳୀପୁରମ୍ରେ ପହଞ୍ଚିଥିଲେ ।ଯେଉଁଠି ଆରମ୍ଭ ହୋଇଥିଲା ୨ ଦେଶ ମଧ୍ୟରେ ଦ୍ବିତୀୟ ଅନୌପଚାରିକ କଥାବାର୍ତ୍ତା ।

ଜିନପିଙ୍ଗ ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳୁ ଚେନ୍ନାଇରେ ପହଞ୍ଚି ଯାଇଥିଲେ ।ତେବେ ଚୀନ୍ ରାଷ୍ଟ୍ରପତିଙ୍କୁ ତାମିଲନାଡୁର ସମୁଦ୍ରକୂଳିଆ ଐତିହାସିକ ସହର ମହାବଳୀପୁରମ୍ ନିଆଯିବା ପଛରେ ଐତିହାସିକ କାରଣ ରହିଛି ।ପଲ୍ଲବ ବଂଶର ରାଜା ନରସିଂହ ଦେବ ବର୍ମନ୍ଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ମହାବଳୀପୁରମ୍ ସହିତ ଚୀନ୍ର ସଂପର୍କ ବହୁ ପୁରୁଣା ।ସପ୍ତମ ଶତାଦ୍ଦୀରେ ସମୁଦ୍ର ପଥରେ ମହାବଳୀପୁରମ୍ ସହିତ ଚୀନ୍ର ବାଣିଜ୍ୟ କାରବାର ଥିଲା ।ମହାବଳୀପୁରମ୍ରେ ଚୀନ୍ର ତତ୍କାଳୀନ ମୁଦ୍ରା ମିଳେ ।ଚୀନ୍ ପରିବ୍ରାଜକ ହୁଏନସାଂ ମଧ୍ୟ ମହାବଳୀପୁରମ୍ ଦେଇ କାଞ୍ଚିପୁରମ୍ ପର୍ଯ୍ୟନ୍ତ ଯାଇଥିଲେ ।

ଏହି ଗସ୍ତ ସମୟରେ ମୋଦି, ଜିନପିଙ୍ଗ୍ଙ୍କୁ ମହାବଳୀପୁରମରେ ଥିବା ଅର୍ଜୁନଙ୍କ ତପସ୍ୟାସ୍ଥଳୀ, ଗଣେଶ ରଥ, କୃଷ୍ଣ ବଟର୍ ବଲ୍, ପଞ୍ଚ ରଥ ପ୍ରଭୃତି ଦେଖାଇଥିଲେ ।ଚୀନ୍ ରାଷ୍ଟ୍ରପତିଙ୍କୁ ସ୍ବାଦିଷ୍ଟ ଦକ୍ଷିଣ ଭାରତୀୟ ଖାଦ୍ୟ ପରସାଯାଇଛି ।ଏଥିରେ ରସମ୍, ହାଲୱା, କୁର୍ମା ଓ ସମ୍ବର ଭଳି ଆଇଟମ୍ ରହିଛି ।

ଏହି ଗସ୍ତ ସମୟରେ ମୋଦି-ଜିନପିଙ୍ଗ୍ ଏକାଠି ୬ ଘଣ୍ଟା ରହିବେ ।ଏହା ଭିତରେ ଆସନ୍ତାକାଲି ସକାଳେ ୱାନ୍ ଟୁ ୱାନ୍ ବୈଠକ ୪୦ ମିନିଟ୍ ଧରି ଚାଲିବ ।

ଜିନପିଙ୍ଗଙ୍କୁ ସ୍ବାଗତ କରି ପ୍ରଧାନମନ୍ତ୍ରୀ ମୋଦି ଚାଇନିଜ୍ ଭାଷାରେ ୱେଲକମ୍ ଟୁ ଇଣ୍ଡିଆ, ପ୍ରେସିଡେଣ୍ଟ ସି ଜିନପିଙ୍ଗ୍ । ତେବେ ଜିନପିଙ୍ଗଙ୍କ ସହିତ ମୋଦି କାଶ୍ମୀର ପ୍ରସଙ୍ଗରେ କିଭଳି ଆଲୋଚନା କରୁଛନ୍ତି ତା ଉପରେ ସାରା ବିଶ୍ବର ନଜର ରହିଛି । ତାଙ୍କ ସହିତ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଚାଇନାର ବରିଷ୍ଠ ପଦାଧିକାରୀ ମାନେ ଆସିଛନ୍ତି ।ଶନିବାର ଦ୍ବିପ୍ରହର ପର୍ଯ୍ୟନ୍ତ ଚୀନ୍ ରାଷ୍ଟ୍ରପତି ଏଠାରେ ରହିବା ପରେ ନେପାଳ ଗସ୍ତରେ ବାହାରିଯିବେ । ଜିନପିଙ୍ଗଙ୍କୁ ମହାବଳୀପୁରମ ବୁଲାଇବାବେଳେ ମୋଦି ସମ୍ପୂର୍ଣ୍ଣ ତାମିଲ ଶୈଳୀରେ ଧୋତି ଓ ସାର୍ଟ ପିନ୍ଦି ଥିଲେ ।