Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ କେଉଁ ଫୋନ ବ୍ୟବହାର କରନ୍ତି, ଜାଣିଛନ୍ତି କି?

24/06/2019 at 4:26 PM

ନୂଆଦିଲ୍ଲୀ ୨୪/୬: କିଏ କହିଲା ଯେ କେବଳ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ଦୁଇ ଦୁଇଟି ସ୍ମାର୍ଟଫୋନ୍ ରଖିଥାଆନ୍ତି ଏବଂ ଟ୍ବିଟରକୁ ନିଜର ଟାଇପରାଇଟର ଭାବେ ବ୍ୟବହାର କରନ୍ତି। ନରେନ୍ଦ୍ର ମୋଦିଙ୍କ ସରକାରର ଅନେକ ପ୍ରମୁଖ ମନ୍ତ୍ରୀ ମଧ୍ୟ ଟେକ୍-ସେଭି ଅଟନ୍ତି ଏବଂ ସୋଶିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ରହିବା ପାଇଁ ଆପଲ ଏବଂ ଆଣ୍ଡ୍ରଏଡର ବର୍ତ୍ତମାନର ସର୍ବଶ୍ରେଷ୍ଠ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି।

ନରେନ୍ଦ୍ର ମୋଦି ମଧ୍ୟ ଗାଜେଟ ପ୍ରେମୀ। ସେ ଆପଲ୍ ମୋବାଇଲ୍ ବ୍ୟବହାର କରନ୍ତି।

ଏହାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବର୍ତ୍ତମାନର ବ୍ରାଣ୍ଡ ନିୟୁ ଆପଲର ଆଇଫୋନ୍ ଏକ୍ସଏସର ଉପଯୋଗ କରିଥାଆନ୍ତି। ଗାନ୍ଧୀନଗରର ସାଂସଦ ଅମିତ ଶାହ ନିଜ ଦଳ ସହ ଯୋଡ଼ି ହେବା ପାଇଁ ଫେସବୁକ୍ ଏବଂ ହ୍ବାଟସଆପର ଉପଯୋଗ କରିଥାଆନ୍ତି। ଶାହଙ୍କ ଟ୍ବିଟରରେ ୧.୪କୋଟି ଫଲୋଅର ଅଛନ୍ତି।

କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇଟି ସ୍ମାର୍ଟଫୋନ୍-ଆଇଫୋନ୍ ଏବଂ ଆଣ୍ଡ୍ରଏଡର ଉପଯୋଗ କରିଥାଆନ୍ତି। ଅପଡେଟ୍ ରହିବା ଏବଂ କାର୍ଯ୍ୟାଳୟ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ସେ ହ୍ବାଟସଆପ୍,ଫେସବୁକ୍ ଏବଂ ଟ୍ବିଟରର ବହୁତ ଅଧିକ ଉପଯୋଗ କରିଥାଆନ୍ତି। ଏବେ ତାଙ୍କର ଟ୍ବିଟରର ୧୧ଲକ୍ଷରୁ ଅଧିକ ଫଲୋଅର ଅଛନ୍ତି।

ମହାରାଷ୍ଟ୍ରର ନାଗପୁର ଲୋକସଭା ଆସନରେ ସାଂସଦ ଏବଂ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କାରୀ କାର୍ଯ୍ୟାଳୟର ଦୈନିକ କାର୍ଯ୍ୟରେ ନଜର ରଖିବା ପାଇଁ ଟ୍ବିଟର ଏବଂ ଫେସବୁକକୁ ଗୁରୁତ୍ବ ଦିଅନ୍ତି। ନିଜ ଦଳ ଉପରେ ନଜର ରଖିବା ପାଇଁ ସେ ଟ୍ବିଟର ଏବଂ ଫେସବୁକକୁ ସବୁବେଳେ ବ୍ୟବହାର କରିଥାଆନ୍ତି। ଟ୍ବିଟରରେ ତାଙ୍କର ୫୧.୫ଲକ୍ଷରୁ ଅଧିକ ଫଲୋଅର ଅଛନ୍ତି।

କେନ୍ଦ୍ର ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପଲବ୍ଧି ବିଷୟରେ କହିବା ପାଇଁ ଟ୍ବିଟରର ଉପଯୋଗ କରିଥାଆନ୍ତି। ଟ୍ବିଟରରେ ତାଙ୍କର ୨୨.୩ଲକ୍ଷ ଫଲୋଅର ଅଛନ୍ତି।

ଇସ୍ପାତ ରାଜ୍ୟମନ୍ତ୍ରୀ ଫଗ୍ଗନ ସିଂହ କୁଲସ୍ତେ ମଧ୍ୟ ସୋଶିଆଲ ମିଡିଆ ବହୁଳ ଭାବେ ଉପଯୋଗ କରିଥାଆନ୍ତି ଏବଂ ହ୍ବାଟସଆପ୍,ଫେସବୁକ୍ ଏବଂ ଟ୍ବିଟରରେ ସକ୍ରିୟ ରୁହନ୍ତି।  

   Related Posts