ଶତ୍ରୁ ସହିତ ନୁହେଁ , ନିଜ ନିଜ ଭିତରେ ଲଢ଼ି ପ୍ରାଣ ହରାଇଲେ ୬ ଆଇଟିବିପି ଯବାନ

Published By : Prameya-News7 Bureau | December 04, 2019 IST

ନାରାୟଣପୁର ୪/୧୨: ଛତିଶଗଡ଼ର ମାଓବାଦୀ ଅଧ୍ୟୁଷିତ ନାରାୟଣପୁର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି ।ଗୁଳିକାଣ୍ଡରେ ୬ ଜଣ ଆଇଟିବିପି ଯବାନଙ୍କ ମୃତ୍ୟୁ ହୋଇଛି । ନିଜ ନିଜ ଭିତରେ ଗୁଳି କରି ୬ ଜଣ ଯବାନ ପ୍ରାଣ ହରାଇଛନ୍ତି । କୌଣସି କଥାକୁ ନେଇ ସେମାନଙ୍କ ଭିତରେ ଗଣ୍ଡଗୋଳରୁ ଏହି ଗୁଳିକାଣ୍ଡ ହୋଇଥିବା ଜଣାପଡ଼ିଛି ।…

{"id":193815,"sizeSlug":"large"}

ଆଇଟିବିପି କ୍ୟାମ୍ପରେ ଅଘଟଣ ହୋଇଛି।  ଛତିଶଗଡ଼ର ମାଓବାଦୀ ଅଧ୍ୟୁଷିତ ବସ୍ତର ଡିଭିଜନ ନାରାୟଣପୁର ଜିଲ୍ଲାର କାଦେନାର ସ୍ଥିତ କ୍ୟାମ୍ପରେ ଘଟିଛି ଅଘଟଣ । ଆଜି ସକାଳେ ଗୁଳିକାଣ୍ଡରେ ଚାଲିଯାଇଛି ୬ ଜଣ ଯବାନଙ୍କର ଜୀବନ । ହେଲେ ମାଓବାଦୀଙ୍କ ବିପକ୍ଷରେ ଲଢ଼ି ନୁହେଁ ବରଂ ନିଜନିଜ ଭିତରେ ଗୁଳି ବିନିମୟରେ ଦେଶର ୬ ଯବାନ ପ୍ରାଣ ହରାଇଛନ୍ତି । ଏଥିରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି । ଆଇଟିବିପି କନେଷ୍ଟବଳ ରହମାନ ଖାନ୍‌ ପ୍ରଥମେ ନିଜ ବନ୍ଧୁକରୁ ସାଥୀ ଯବାନମାନଙ୍କୁ ଗୁଳି ଚଳାଇଥିଲେ । ଆଉ ତା ପରେ ଗୁଳିକାଣ୍ଡରେ ତାଙ୍କର ମୃତ୍ୟୁ ଘଟିଛି ।ତେବେ ସେ ନିଜକୁ ନିଜେ ଗୁଳି କରିଛନ୍ତି ନା ଅନ୍ୟ ଯବାନଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।…

{"id":193816,"sizeSlug":"large"}

ରେହମାନଙ୍କ ସହ ମୃତ ଅନ୍ୟ ଯବାନମାନେ ହେଲେ ହିମାଚଳପ୍ରଦେଶର ମହେନ୍ଦ୍ର ସିଂହ, ପଞ୍ଜାବର ଦଲଜିତ୍ ସିଂହ, ପଶ୍ଚିମବଙ୍ଗର ସୁରଜିତ୍ ସରକାର, ବିଶ୍ବରୂପ ମାହତୋ ଏବଂ କେରଳର ବିଜେଶ । ଛୁଟି ନେବାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଥିଲା। ଆଉ ଏହାକୁ ନେଇ ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

{"id":193817,"sizeSlug":"large"}

ଦେଶ ପାଇଁ ଲଢ଼ିବାକୁ ଶପଥ ନେଇଥିଲେ ।  ଶତ୍ରୁ ବିରୋଧରେ ସହିଦ ହୋଇଯିବାକୁ ନଥିଲା ଭୟ । ଆତଙ୍କବାଦୀ ଏବଂ ମାଓବାଦୀଙ୍କ ବିରୋଧରେ ଲଢ଼ିବା ବେଳେ ଛାତି ଦେଖାଇ ସାଥୀ ଯବାନକୁ ବଞ୍ଚାଇବାକୁ ବି ପଣ କରିଥିଲେ। ହେଲେ କେଜାଣି ଆଜି କ୍ୟାମ୍ପ ଭିତରେ ଏସବୁ କଣ ହୋଇଗଲା ତାହା କେହି କଳ୍ପନା ବି କରିନଥିଲେ। 

{"id":193818,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.