ରତନ ଟାଟାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ନାରାୟଣ ମୂର୍ତ୍ତୀ, ଇଣ୍ଟରନେଟ୍‌ର ରିଆକ୍ସନ- ଏହାଠୁ ଆଉ କ’ଣ ବଡ଼ ଓ ଭଲ କଥା ହୋଇପାରେ ?

Published By : Prameya-News7 Bureau | January 29, 2020 IST

ନୂଆଦିଲ୍ଲୀ  ୨୯।୧ :  ଦୁଇ ଦିଗଜ୍ । ବ୍ୟବସାୟୀକ ଜଗତରେ ଦୁଇ ହେଭିୱେଟ୍‌ । ଜଣେ ବରିଷ୍ଠ ଏବଂ ଅନ୍ୟଜଣଙ୍କ କନିଷ୍ଠ । କିନ୍ତୁ  ସେମାନଙ୍କ ସମ୍ପର୍କ ଏବଂ ପରସ୍ପର ପ୍ରତି ସମ୍ମାନ, ଶ୍ରଦ୍ଧା ଚକିତ କରିଛି । ଜଣେ ହେଲେ ଟାଟା  ଗ୍ରୁପ୍‌ର ଚେୟାରମ୍ୟାନ୍ ଏମିରେଟ୍ସ ରତନ ଟାଟା ଏବଂ ଅନ୍ୟ ଜଣକ ଇନଫୋସିସ୍‌ର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀ । ମୁମ୍ବାଇରେ ଅନୁଷ୍ଠିତ 'ଦ ଇଣ୍ଡସ ଏଣ୍ଟର ପ୍ରେନିୟର୍ସ' ( ଟିଆଇଇ କନ୍) ର ବାର୍ଷୀକ ଉତ୍ସବରେ ବିଜନେସ ଟାଇକୁନ୍ ରତନ ଟାଟାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ନାରାୟଣ ମୂର୍ତ୍ତୀ ।ଟାଟାଙ୍କ ପ୍ରତିକ୍ରିୟା ବି ଥିଲା ବେଶ୍‌  ଶ୍ରଦ୍ଧା ପୂର୍ଣ୍ଣ । ଆଉ ଏହି ଦୃଶ୍ୟ ଏବେ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି । ଇଣ୍ଟରନେଟର ଯୁଗରେ ଭୂରି ଭୂରି ପ୍ରଶଂସା । ଟ୍ୱିଟରରେ ପ୍ରତିକ୍ରିୟାର ବନ୍ୟା । ଇଣ୍ଟରନେଟ ବ୍ୟବହାରକାରୀଙ୍କ ପ୍ରତିକ୍ରିୟା, ଏହାଠୁ ଭଳ ଓ ଶ୍ରେଷ୍ଠ କଥାଟି ଆଉ କ’ଣ ହୋଇପାରେ ?

wp:html /wp:html

ଟିଆଇଇକନ୍‌ ଉତ୍ସବରେ ରତନ ଟାଟାଙ୍କୁ ଲାଇଫ୍‌ ଟାଇମ୍‌ ଆୱାର୍ଡ ( ଭାରତୀୟ ବ୍ୟବସାୟୀକ ମାନଚିତ୍ରକୁ ତାଙ୍କର ଜୀବନବ୍ୟାପି  ଅବଦାନ ଲାଗି ) ପ୍ରଦାନ କରାଯିବାର ଥିଲା । ଏଥିଲାଗି ନାରାୟଣ ମୂର୍ତ୍ତୀ ଷ୍ଟେଜ ଉପରକୁ ଆସିଥିଲେ । ତେବେ ଟାଟାଙ୍କୁ ପୁରସ୍କାର ପ୍ରଦାନ ପରେ  ଟାଟାଙ୍କ ଆଗରେ ନଇଁପଡି ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ  କମ୍ପ୍ୟୁଟର ଟେକ୍ନୋଲୋଜୀର ଦିଗଜ ନାରାୟଣ ମୂର୍ତ୍ତୀ । ତାଙ୍କ ଠାରୁ ଆଶୀର୍ବାଦ ଲୋଡିଥିଲେ। 

{"id":217583,"sizeSlug":"large"}

ରତନ ଟାଟାଙ୍କ ପ୍ରତିକ୍ରିୟା ବି ଥିଲା ପ୍ରଶଂସନୀୟ । ସେ ବେଶ ବିନମ୍ରତା ପ୍ରଦର୍ଶନ କରିଥିଲେ । ତେବେ  ତାଙ୍କ ବିନମ୍ରତା ବେଶି ବାରି ହୋଇଥିଲା ତାଙ୍କ ଇନଷ୍ଟା ଷ୍ଟୋରୀରେ । ସେ ସେଥିରେ ତାଙ୍କର ସେହି ଆନନ୍ଦ ଦାୟକ ମୂହୁର୍ତ୍ତର ଉପସ୍ଥାପନା କରିଛନ୍ତି । ସେ ଲେଖିଛନ୍ତି ଟିଆଇଇକନ୍  ଉତ୍ସବରେ ନାରାୟଣ ମୂର୍ତ୍ତୀଙ୍କ ହାତରୁ ସମ୍ମାନଗ୍ରହଣ କରିବା ମୋ ପାଇଁ ବେଶ୍ ସ୍ମରଣୀୟ । ପ୍ରକୃତରେ ମୁଁ  ବିନମ୍ର ଏବଂ କୃତଜ୍ଞ।

wp:html /wp:html

ତେବେ ସେହି ସ୍ମରଣୀୟ ମୂହୁର୍ତ୍ତର ଫଟୋ ଏବଂ ଟାଟା- ମୂର୍ତ୍ତୀଙ୍କ ଆଚରଣ ଏବେ ଇଣ୍ଟରନେଟ୍‌ରେ ଭାଇରାଲ । ଖାସ କରି ଟ୍ୱିଟରରେ ରିଆକ୍ସନ ଜୋର ।   ଦୁଇ ଦିଗଜଙ୍କ ମଧ୍ୟରେ ଏପରି ସମ୍ମାନ ଏବଂ ଶ୍ରଦ୍ଧାର ଆଦାନପ୍ରଦାନକୁ  ପ୍ରଶଂସା କରିଛନ୍ତି ଟ୍ୱିଟର ପ୍ରେମୀ । ଦୁଇ ମହାନାୟକଙ୍କ ଏପରି ପାରସ୍ପରିକ ସମ୍ଭାଷଣ କେବଳ ସଂସ୍କାରୀ ଭାରତ ବର୍ଷରେ ହିଁ ସମ୍ଭବ ଏବଂ ବାସ୍ତବ ବୋଲି ଲେଖିଛନ୍ତି ବହୁ ଟ୍ୱିଟର ବ୍ୟବହାରକାରୀ । ଟାଟାଙ୍କ ପ୍ରତି ନାରାୟଣ ମୂର୍ତ୍ତୀଙ୍କ ସମ୍ମାନ ଆଉ ଟାଟାଙ୍କ ପ୍ରତିଶ୍ରଦ୍ଧାକୁ ହିଁ ଟ୍ୱିଟରରେ ପ୍ରଶଂସା ଉପରେ ପ୍ରଶଂସା । ଭାରତର ଦୁଇ ଶ୍ରେଷ୍ଠ ଏବଂ ବଡ ବ୍ୟବସାୟୀକ ବ୍ୟକ୍ତିତ୍ୱଙ୍କ ଏପରି ଆଚରଣ କେବଳ ସମସ୍ତଙ୍କ ଲାଗି ଗ୍ରହଣୀୟ ନୁହେଁ, ଏହା ସ୍ମରଣୀୟ ଏବଂ ଉଦାହରଣ । କାରଣ, ଦୁଇ ଶ୍ରେଷ୍ଠ ଏବଂ ବରିଷ୍ଠ ଅନୁଷ୍ଠାନ ମୁଖ୍ୟଙ୍କର ପରସ୍ପର ପ୍ରତି ସମ୍ମାନ ଓ ଶ୍ରଦ୍ଧା ହିଁ ସମସ୍ତଙ୍କୁ ପ୍ରଭାବିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.