ବଲାଙ୍ଗିର ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ରଙ୍କୁ ବଡ ଝଟକା ! ହୋଇପାରେ ଅସୁବିଧା

Published By : Prameya-News7 Bureau | April 07, 2019 IST

ବଲାଙ୍ଗିର୭|୪( ଚିନ୍ମୟ ମିଶ୍ର): ବଲାଙ୍ଗୀରରେ ଏବେ ପାରଦ ଛୁଇଁଛି ୪୦ ରୁ ଅଧିକ। ହେଲେ ସେ ତାତି କୁ ଯେମିତି କାହାରି ଖାତିର ନାଁହିଁ। କାହିଁ କିନା କେତେ ବେଳେ କିଏ କୋଉ ଦଳକୁ ଯାଉଛି ଓ କିଏ କାହାକୁ ଦର୍ପଣ ଦେଖାଉଛି ତାହାର ତାତିରେ ଏବେ ଘାଇଲା ବଲାଙ୍ଗୀର।

ତେବେ ଗତ କିଛି ଦିନ ତଳେ ପିସିସିର ଜେନେରାଲ ସେକେଟ୍ରି ତଥା ଏ ଆଇସିସି ମେମ୍ବର ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେରଙ୍କ ଦଳ ଛାଡିବା ଏବେ ନରସିଂହଙ୍କୁ ଦେଇଛି ଶକ୍ତ ଝଟକା। ସେପଟେ ତାଙ୍କ ସହିତ ୮ଜଣ ବରିଷ୍ଟ ନେତା ଦଳ ଛାଡିଥିବା ବେଳେ ଦେଓଗାଁ ଅଞ୍ଚଳରୁ ସରପଞ୍ଚ, ସମିତି ସଭ୍ୟ ଛାଡିଛନ୍ତି ଦଳ। ଯାହାକୁ ନେଇଁ ଏବେ ଚିନ୍ତାରେ କଂଗ୍ରେସ।

ସେପଟେ ବିଜେଡି ବଲାଙ୍ଗୀର ବିଧାୟକ ପ୍ରାର୍ଥି ଏହାକୁ ନେଇ ସ୍ବାଗତ ଜଣାଇଥିବାବେଳେ ଏକ ଛତ୍ରବାଦକୁ ଦାୟି କରିଛନ୍ତି ଏଭଳି କାରଣ ପାଇଁ। ଯାହାକୁ ନେଇ ଏବେ ବଲାଙ୍ଗୀର ରାଜନୀତି ମୋଡ ବଦଳିଥିବା ସହ ବେଶ ତାତି ମଧ୍ୟ ବଢିଛି ।

ବଲାଙ୍ଗୀରରେ ଦଳ ଛାଡିଲେ। ଦେଓଗାଁରେ ଅନ୍ୟ ଦଳକୁ ସମର୍ଥନ ଦେଲେ। ଯେଉଁ ଆମ୍ବ ବଗିଚାରେ ଦିନେ ଶପଥ ନେଇଥିଲେ ନରସିଂହଙ୍କ ପାଇଁ ସେହି ଆମ୍ବ ବଗିଚାରେହିଁ ପଡିଲା ପୂର୍ଣ୍ଣ ଛେଦ। ଆମେ କହୁଛୁ ବଳାଙ୍ଗୀର ରାଜନୀତି ପାଣିପାଗ କଥା। ଖରାର ତାତି ୪୦ ଉପରକୁ ଥିଲେ ମଧ୍ୟ ଏବେ ବଲାଙ୍ଗୀର ରାଜନୈତିକ ତାତି ବେଶ ବଢିଯାଇଛି। ଗତ କିଛିଦିନ ତଳେ କଂଗ୍ରେସର ବରିଷ୍ଟ ନେତା ତଥା ପିସିସି ଜେନେରାଲ ସେକେଟ୍ରି ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଛାଡିଛନ୍ତି ଦଳ। ଏବେ ଆରମ୍ଭ କରିଛନ୍ତି ସଂଙ୍ଗଠନ। ଦେଓଗାଁର ଆମ୍ବ ବଗିଚା ଠାରେ ୩ ଶହରୁ ଅଧିକ ସମର୍ଥକ ସରପଞ୍ଚ , ସମିତିସଭ୍ୟଙ୍କୁ ନେଇ ବୈଠକ କରିବା ସହ ସାମୁହିକ ଭାବରେ ଛାଡିଛନ୍ତି କଂଗ୍ରେସ ଦଳ।

କୌଣସି ଅନ୍ୟ ଦଳକୁ ଦଳକୁ ଯିବେ ନାହିଁ କିନ୍ତୁ ସମ୍ପୂର୍ଣ୍ଣ ଭାବରେ ବିଜେଡିକୁ ସମର୍ଥନ ଦେବା ସହ ବିଜୟରେ ଭାଗିଦାରି ହେବାର ସଙ୍କଳ୍ପ ନେଇଥିବା କହିଛନ୍ତି ଲକ୍ଷ୍ମଣ। ଖାଲି ସେତିକି ନୂହେଁ ଯେଉଁ ଆମ୍ବ ବଗିଚାରେ ନରସିଂହ ମିଶ୍ର ବିରୋଧିଦଳ ନେତା ଶପଥ ନେଇଥିଲେ ୨୦୧୯ ନିର୍ବାଚନରେ ଲକ୍ଷ୍ମଣଙ୍କୁ ସାଂସଦ କିମ୍ବା ବିଧାୟକ ପ୍ରାର୍ଥି କରିବା ପାଇଁ ସେ ବଚନ ସେ ରଖିନଥିବାରୁ ଏଥର ନିଶ୍ଚିତ ନରସିଂହ ଅସୁବିଧାରେ ପଡିବେବୋଲି କହିଛନ୍ତି ଲକ୍ଷ୍ମଣ ଓ ତାଙ୍କ ସମର୍ଥକ।

ସେପଟେ ବିଜେଡିକୁ  ସମର୍ଥନ କରିବା କଥା କହିବା ପରେ ବିଜେଡିରେ ଖୁସିର ଲହରି। ସିଧାସଳଖ କୌଣସି ଦଳରେ ଯୋଗ ନଦେଇ ମଧ୍ୟ ବିଜେଡିକୁ ସମ୍ପୂର୍ଣ୍ଣ ଭାବରେ ସମର୍ଥନ କରିବା ପାଇଁ ଲକ୍ଷ୍ମଣ ଘୋଷଣାଛନ୍ତି। ଏହାକୁ ନେଇ ବିଜେଡି ବିଧାୟକ ପ୍ରାର୍ଥି ଅର୍କେଶ ନାରାୟଣ ସିଂଦେଓ ସ୍ମାଗତ ଜଣାଇବା ସହ କହିଛନ୍ତି ଦଳର କର୍ମକର୍ତ୍ତାଙ୍କୁ ଅବହେଳା କରିଥିବା ଯୋଗୁଁ ଏଭଳି ପରିସ୍ତିତି ଆଜି ନରସିଂହଙ୍କୁ ଭୋଗିବାକୁ ପଡୁଛି ଓ ଆହୁରି ମଧ୍ୟ ଲୋକ ଆମ କାର୍ଯ୍ୟକୁ ନେଇ ଆମ ସହ ମିଶିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ସେପଟେ କଂଗ୍ରେସର ବଲାଙ୍ଗିର ଜିଲ୍ଲା ପ୍ରଚାର କମିଟି ଅଧ୍ୟକ୍ଷ ଅସିମ ପଟ୍ଟନାଏକ ଏହାକୁ ନେଇ ସାମ୍ବାଦିକ ସମ୍ମିଳନି ଜରିଆରେ  ଦଳର କୌଣସି କ୍ଷତି ହବ ନାହିଁ ଓ ବିଗତ ୫ ବର୍ଷର କାମ ହିଁ କହିବ କାହାର ବିଜୟ ହେବ ବୋଲି ଦୃଢୋକ୍ତି କରିଛନ୍ତି।

 ରାଜ ପରିବାର ଓ ମିଶ୍ର ପରିବାର ମଧ୍ୟରେ ଚଳିତ ଥର କଡା ଟକ୍କର ଦେଖିବାକୁ ମିଳିଥିବା ବଳେ କିନ୍ତୁ ଏବେ ଗୋଟିଏ ପରେ ଗୋଟିଏ କଂଗ୍ରେସ ନେତା ଓ କର୍ମି ଦଳ ଛାଡିବା ଘଟଣା କଂଗ୍ରେସ କୁ ଦେଉଛି ଶକ୍ତ ଝଟକା। ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.