ବିଡିଓ ହେବ ତ ଏମିତି, ଭାରତ ବନ୍ଦ ବେଳେ ସାଇକେଲ୍ ଚଳାଇ ଗରିବ ପରିବାରକୁ କଲେ ସାହାଯ୍ୟ, କହିଲେ- ଯାହାର କେହି ନାହାନ୍ତି ...

Published By : Prameya-News7 Bureau | December 09, 2020 IST

ଆଠଗଡ ୦୯।୧୨: ବିଡିଓ ହେବ ତ ଏମିତି। ଯେଉଁଠି ଅନେକ ସରକାରୀ ଅଧିକାରୀ ଓ କର୍ମଚାରୀ ଲାଞ୍ଚ ନହେଲେ ଲୋକଙ୍କ କାମକୁ ଅଟକାଇ ଦେଉଛନ୍ତି, ସେହି ସମୟରେ ଏମିତି ଜଣେ ବିଡିଓ ଯିଏ ସାଇକେଲ୍ ଚଳାଇ ଗରିବଙ୍କ ଘରେ ପହଞ୍ଚି ସରକାରୀ ଯୋଜନାର ସହାୟତା ପ୍ରଦାନ କରିଛନ୍ତି। ଏ ହେଉଛନ୍ତି କଟକ ଜିଲ୍ଲା ନରସିଂହପୁର ବ୍ଲକର ବିଡିଓ। ଭାରତ ବନ୍ଦ ବେଳେ ସବୁ ବନ୍ଦ ରହିଥିବା ବେଳେ ସେ ନିଜେ ସାଇକେଲ୍ ଚଲାଇ ଗରିବ ପରିବାରର ଘରେ ପହଞ୍ଚିଥିଲେ।

{"id":375261,"sizeSlug":"large","linkDestination":"none"}

ସୂଚନା ଅନୁଯାୟୀ, କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କାନପୁର ପଞ୍ଚାୟତରେ ସ୍ଵର୍ଗତ ଦିନେଶ ମହାରଣାଙ୍କ ଘର। ଗତ ପାଞ୍ଚ ବର୍ଷ ହେବ ଦିନେଶ କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ହେଲେ ଗତ ଦଶ ଦିନ ତଳେ ଦିନେଶଙ୍କର ମୃତ୍ୟୁ ଘଟିଛି। ପରିବାର କହିଲେ ଦିନେଶଙ୍କର ବିଧବା ସ୍ତ୍ରୀ ଓ ଦୁଇ ଝିଅ। ସ୍ତ୍ରୀ ଛବିରାଣୀ ମହାରଣା ମଧ୍ୟ ବ୍ରେନ ଟ୍ୟୁମରରେ ପୀଡିତା। ସାହାଯ୍ୟ କରିବାକୁ ସେମାନଙ୍କର କେହି ନିଜର ନାହାନ୍ତି। ତେଣୁ ଦୁଇ ନାବାଳିକା ଝିଅ ମାନଙ୍କ ପାଳନ କିପରି କରିବେ ସେ ନେଇ ଛବିରାଣୀ କିଛି ଉପାୟ ନପାଇ ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ।

{"id":375262,"sizeSlug":"large","linkDestination":"none"}

ଭାରତ ବନ୍ଦ ସମୟରେ ମଧ୍ୟ ନରସିଂହପୁର BDO ନିଜେ ସାଇକେଲ ଚଲାଇ କାନପୁର ଆସି ସ୍ବର୍ଗତ ଦିନେଶଙ୍କର ଦୁଇ ଝିଅଙ୍କ ପାଇଁ ପୋଷାକ ଓ ମିଠା ନେଇ ଆସିଥିଲେ। BDOଙ୍କ କହିବା କଥା ହେଲା ଯାହାର କେହି ନାହାନ୍ତି ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କରାଯାଇଛି। କେହି ଯେମିତି କୌଣସି ପ୍ରକାର ଅସୁବିଧାରେ ରହିବେ ନାହିଁ। ଅର୍ଣ୍ଣପୂର୍ଣା ଯୋଜନା ଠାରୁ ଆରମ୍ଭ କରି ସୁକନ୍ୟା ଯୋଜନା ପର୍ଯ୍ୟନ୍ତ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ନରସିଂହପୁର BDO ପ୍ରଦୀପ କୁମାର ସାହୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.